ଜନ୍ମରୁ ଦିବ୍ୟାଙ୍ଗ ହୋଇବି ହାର ମାନିନାହାନ୍ତି ଭୁବନର ମାନସ !

●ଇଲେଟ୍ରିକ୍ ଅଟୋ ଚଳାଇ ସମାଜ ପାଇଁ ଆଣିଛନ୍ତି ପ୍ରେରଣା

ଢ଼େଙ୍କାନାଳ: କିଏ କେମିତି, କୋଉଠି ଆଉ କେଉଁଭଳି ଭାବରେ ଜନ୍ମ ନେବ ସେକଥା ଭଗବାନ ନିର୍ଣ୍ଣୟ କରିଥାନ୍ତି । କିନ୍ତୁ ସଂସାରକୁ ଆସିବା ପରେ ଜୀବନ ଜିଇଁବାକୁ କର୍ମ ଆମେ ନିଜେ କରିଥାଉ । ଆଉ ସଂସାରରେ ନିଜ କର୍ମ ହିଁ ଜଣକ ପାଇଁ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥାଏ I ଠିକ ସେମିତି ଜନ୍ମରୁ ଦିବ୍ୟାଙ୍ଗ ହୋଇ ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରି ମଧ୍ଯ ନିଜର କର୍ମ ପାଇଁ ମାନସ ସାହୁ (୩୭) ସ୍ରୁଷ୍ଟି କରିଛନ୍ତି ନିଜର ସତନ୍ତ୍ର ପରିଚୟ । ଦିବ୍ୟାଙ୍ଗ ହୋଇ ମଧ୍ୟ କାହା ଉପରେ ନିର୍ଭର ନକରି ନିଜେ ସ୍ଵାବଲମ୍ବି ହୋଇ ପାରିବା ସହ ସମାଜର ଅନେକ ଦିବ୍ୟାଙ୍ଗଙ୍କ ପାଇଁ ସେ ସାଜିଛନ୍ତି ପ୍ରେରଣା । ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ବର ୧୦ ଅନ୍ତର୍ଗତ ସାହୁଘର ପାଟଣା ନିବାସୀ ଭଜମନ ସାହୁଙ୍କ ଘରେ ଜନ୍ମ । ଗରିବୀ ଆଉ ଅଭାବ ଅନଟନର ପାହାଡ଼ ଉପରେ ଛିଡା ହୋଇ ମଧ୍ୟ ଆଜି ସେ ନିଜ ପାଇଁ ସାଉଁଟିଛନ୍ତି ଅଜସ୍ର ପ୍ରଶଂସା । ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜ ଦୃଢ ଇଛାଶକ୍ତି ପାଇଁ ଆଜିର ସମୟରେ ସେ ନିଜ ଗୋଡରେ ନିଜେ ଛିଡା ହୋଇ ପାରିଛନ୍ତି । ଯେଉଁଥ‌ିପାଇଁ ନିଜ ଗ୍ରାମ ଓ ଆଖପାଖରେ ମାନସ ସୃଷ୍ଟି କରିଛନ୍ତି ସତନ୍ତ୍ର ପରିଚୟ । ଗରିବ ପରିବାରରେ ଦିବ୍ୟାଙ୍ଗ ହୋଇ ଜନ୍ମ ଆଉ ସେଥିରେ ୩ ଭାଇ, ଭଉଣୀଙ୍କ ମଧ୍ୟରେ ବଡ ହେଉଛନ୍ତି ମାନସ । ମଝିଆ ଭାଇ ତାଙ୍କର ଘର ସଂସାର କରି ପରିବାର ପ୍ରତିପୋଷଣ କରୁଛନ୍ତି। ଜୀବନରେ ଆଗକୁ ବଢିବାର ଅଦମ୍ୟ ସାହସ ଓ ଦୃଢ ମାନସିକତା ଯୋଗୁଁ ସେ ହୋଇ ପାରିଛନ୍ତି ଜଣେ ସଫଳ ଶୀଳ୍ପି। କାହା ଉପରେ ନିର୍ଭର ନକରି ନିଜ ଖର୍ଚ ନିଜେ ଉଠାଇବା ସହ ବାପା ମାଙ୍କ ପାଇଁ ଆଶାବାଡ଼ି ସାଜିଛନ୍ତି ଦିବ୍ୟାଙ୍ଗ ମାନସ। ଜନ୍ମରୁ ଦିବ୍ୟାଙ୍ଗ ହୋଇ ଗରିବ ପରିବାରରେ ଜନ୍ମ ନେବା ସତେ ଯେମିତି ପାଲଟିଛି ଆଶୀର୍ବାଦ । ଛୋଟ ଦିନରୁ ଅଧିକ ପାଠ ପଢ଼ିବାର ଆଗ୍ରହ ଥିଲେ ମଧ୍ୟ ପାରିବାରିକ ଅର୍ଥାଭାବ ଯୋଗୁଁ ଅଳ୍ପ ପାଠରେ ଡୋରି ବାନ୍ଧିଲେ ମାନସ । କିନ୍ତୁ ନିଜ ଭିତରେ କିଛି ନୂଆ କରିବାର ଇଛା ଆଉ ଜିଦ୍ ତାଙ୍କୁ ଦେଖାଇଲା ଆଶାର ଆଲୋକ। ଘର ପାଖରେ ଥିବା ଓଝା ଅଳଙ୍କାରରେ ଶୀଳ୍ପି ଭାବେ ତାଲିମ ନେଇ କାମ ସରିବା ପରେ ନିଜ ଅସହାୟତାକୁ କବର ଦେଇ ସମାଜକୁ ଦିଗଦର୍ଶନ ଦେଇ ଅଳଙ୍କାରକାର୍ଯ୍ୟ କରିଚାଲିଲେ। ଆଉ ଆଗକୁ ବଢିବା ପାଇଁ ଭାରତ ସରକାର ଙ୍କ ସାମାଜିକ କଲ୍ୟାଣ ବିଭାଗ ର ସହାୟତା ବଦଳାଇ ଦେଲା ପରିଭାଷା। ସମାଜରେ ଦିବ୍ୟାଙ୍ଗ ନାମକ ଶବ୍ଦ ର ପରିଭାଷା ବଦଳାଇ ଦିବ୍ୟାଙ୍ଗ ମାନସ ପାଲଟିଗଲେ ଅଟୋ ଡ୍ରାଇଭର୍ ମାନସ । ନିଜ ପରିଚୟ ନିଜେ ସୃଷ୍ଟି କଲେ ମାନସ । ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ଯୋଳନ ର ଲାଭ ଉଠାଇଛନ୍ତି ମାନସ, ଦିବ୍ୟାଙ୍ଗ ଭତ୍ତା ଓ ସରକାରଙ୍କ ରାସନରେ ବି ମିଲୁଛି । ସରକାର ଙ୍କ ପ୍ରଦତ୍ତ ଅଟୋକୁ ୩/୪ ଘଣ୍ଟା ଚାର୍ଜ କରି ୭୦ କିମି ପର୍ଯ୍ୟନ୍ତ ଯାତାୟତ କରିପାରୁଛନ୍ତି ମାନସ। ଭୁବନ ବଜାର ରେ ଯାତ୍ରୀ ଙ୍କୁ ସେବା ଯୋଗାଇଦେବାର ପଣ କରିଛନ୍ତି। ବିଶେଷ କରି ତାଙ୍କ ଭଳି କେହି ଦିବ୍ୟାଙ୍ଗ ଲୋକ ଙ୍କୁ ଅଟୋ ରେ ମାଗଣାରେ ସେବା ପ୍ରଦାନ କରିଥାନ୍ତି। ତଥାପି ଭୁବନ ବଜାର ରେ ଦୈନିକ ୫୦୦ ରୁ ୬୦୦ ଟଙ୍କା ରୋଜଗାର କରିପାରୁଛନ୍ତି।

Leave A Reply

Your email address will not be published.

16 + 5 =