ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ର ସାମଗ୍ରିକ ବିକାଶ ପାଇଁ ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ !
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ କପିଳାସ ର ସାମଗ୍ରିକ ବିକାଶ ପାଇଁ ଏକ ୧୬ ଦଫା ଦାବି ସମ୍ବଳିତ ଦାବିପତ୍ର ମେଲ ଯୋଗେ ପ୍ରଦାନ କରିଛନ୍ତି ଢେ଼ଙ୍କାନାଳ ର ପୂର୍ବତନ ବିଧାୟକ ନବିନ ନନ୍ଦ । କେବଳ ଢେ଼ଙ୍କାନାଳ ନୁହେଁ ସାରା ଓଡ଼ିଶା ଓ ଓଡ଼ିଶା ବାହାର ର ପର୍ଯ୍ୟଟକ ଙ୍କୁ ପ୍ରସିଦ୍ଧ ଶୈବ କ୍ଷେତ୍ର କପିଳାସ ପୀଠ ର ମନୋରମ ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରେ ।କିନ୍ତୁ ଏହି ପୀଠ ର ଯେତିକି ସୁବିଧା ସୁଯୋଗ ରହିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ । ଏହି ପୀଠ ର ସାମଗ୍ରିକ ବିକାଶ ହେଲେ ତାହା ରାଜ୍ୟ ପର୍ଯ୍ୟଟନ ମାନ ଚିତ୍ର ରେ ଏକ ମାଇଲ ଖୁଣ୍ଟ ହେବା ସଙ୍ଗେ ସଙ୍ଗେ ପ୍ରଚୁର କର୍ମ ନିଯୁକ୍ତି ର ସୁଯୋଗ ମିଳିବ ଓ ତାହା ରାଜ୍ୟ ର ଆୟ ବୃଦ୍ଧି ରେ ସହାୟକ ହୋଇ ପାରିବ ବୋଲି ପୂର୍ବତନ ବିଧାୟକ ନବିନ ନନ୍ଦ ମତ ପ୍ରକାଶ କରି ଏହି ପୀଠ ର ବିକାଶ ପାଇଁ ରାଜ୍ୟ ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି । ଏହି ଦାବି ଗୁଡ଼ିକ ଭିତରେ କପିଳାସ ମନ୍ଦିର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ରେ ୫୦୦ ଚାରି ଚକିଆ ଯାନ ରହିବା ପାଇଁ ଏକ ପାର୍କିଂ ସ୍ଥଳ ର ବିକାଶ, ସ୍ଥାନୀୟ ବ୍ୟବସାୟୀ ଯେଉଁମାନେ କପିଳାସ ର ମନ୍ଦିର ପ୍ରଶାସନ କୁ ବିଭିନ୍ନ ବାବଦ ରେ ରାଜସ୍ବ ପ୍ରଦାନ କରୁଛନ୍ତି ସେମାନଙ୍କ ପାଇଁ ଏକ ସ୍ଥାୟୀ ମାର୍କେଟ କମ୍ପ୍ଲେକ୍ସ ର ନିର୍ମାଣ କରିବା ,ଏକ ୫୦୦ ସିଟ କ୍ଷମତା ଧରି ଏକ ପ୍ରେକ୍ଷାଳୟ ର ନିର୍ମାଣ ,୨୦୦ ଶଯ୍ୟା ବିଶିଷ୍ଟ ଏକ ଭକ୍ତ ନିବାସ ର ନିର୍ମାଣ, ଏକ ସ୍ଥାୟୀ ସାଂସ୍କୃତିକ/ ଭଜନ ମଣ୍ଡପ ର ନିର୍ମାଣ,କପିଳାସ ରୁ ରାଜ୍ୟ ରାଜଧାନୀ ତଥା ପୁରୀ କୁ ଓ ଏସ ଆର ଟି ସି ର ସ୍ଥାୟୀ ବସ ସେବା ଯୋଗାଇଦେବା,ସ୍ଥାନୀୟ ପୋଲିସ ବିଟ ହାଉସ କୁ ଫାଣ୍ଡି ରେ ଉନ୍ନୀତ କରିବା,ଏକ ପର୍ଯ୍ୟଟକ ସୂଚନା କେନ୍ଦ୍ର ର ନିର୍ମାଣ,ମହିଳା ମାନଙ୍କ ପାଇଁ ସ୍ନାନାଗାର ନିର୍ମାଣ ,ପିଇବା ପାଣି ର ବ୍ୟାପକ ବ୍ୟବସ୍ଥା , କପିଳାସ ମୁଖ୍ୟ ମନ୍ଦିର ଠାରୁ ଦେବସଭା ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତା ଓ ବିଦ୍ୟୁତ୍ କରଣ ର ବ୍ୟବସ୍ଥା ,ଏକ ସୌର ବିଦ୍ୟୁତ୍ କେନ୍ଦ୍ର ର ନିର୍ମାଣ , ରୋପ ୱେ ର ନିର୍ମାଣ, ଏକ ଇକୋ ତୁରିଜିମ ହବ୍ ନିର୍ମାଣ କରି କପିଳାସ ପାଦ ଦେଶ ରେ ଶ୍ରୀ ଜୀଉ ଙ୍କ ର ୧୨୦୦ ଏକର ଉଜୁଡା କାଜୁ ଜଙ୍ଗଲ କୁ ମହୀଶୂର ର ବୃନ୍ଦାବନ ଗାର୍ଡେନ ଢାଞ୍ଚା ରେ ନିର୍ମାଣ ,ଶ୍ୟାମଳୀ ଡାକ ବଙ୍ଗଳା ର ପୁନଃରୁଦ୍ଧାର ,କପିଳାସ ର ସିଂହ ଦ୍ୱାର ସମ୍ମୁଖ ବଡ଼ଦାଣ୍ଡ ର ସମ୍ପ୍ର ସାରଣ ସହ କପିଳାସ ର ମୁଖ୍ୟ ଆକର୍ଷଣ ଝରଣା ଜଳ ର ସ୍ରୋତ କୁ ବ୍ୟବସ୍ଥିତ କରିବା ପାଇଁ ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୁ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ଅନୁରୋଧ କରିଛନ୍ତି । ଗତ ମାସ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଶ୍ରୀ ନନ୍ଦ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ର ମୁଖ୍ୟ ମନ୍ଦିର ଓ ମନ୍ଦିର ବେଢା ପ୍ରାଚୀର ପ୍ରଭୁତି ୧୧ ଟି କାର୍ଯ୍ୟ କୁ ହାତକୁ ନେବାକୁ ” କପିଳାସ ସୁରକ୍ଷା ପରିଷଦ ” ତରଫରୁ ଏକ ଦାବି ପତ୍ର ଦେଇଥିଲେ । ଏଥିରୁ ମଧ୍ୟ କିଛି କାର୍ଯ୍ୟକ୍ରମ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ହାତକୁ ନେବାର ସୂଚନା ମିଳୁଛି । ରାଜ୍ୟ ସରକାର ଙ୍କ ପର୍ଯ୍ୟଟନ ବିଭାଗ ଏହି ପବିତ୍ର ପୀଠ ର ବିକାଶ କାର୍ଯ୍ୟ ହାତକୁ ନେଲେ ଢେ଼ଙ୍କାନାଳ ର ଏହି ପ୍ରସିଦ୍ଧ ଶୈବ ପୀଠ କପିଳାସ ଭାରତ ବର୍ଷ ର ପର୍ଯ୍ୟଟନ ମାନଚିତ୍ର ରେ ଏକ ବିଶେଷ ସ୍ଥାନ ଅଧିକାର କରିବା ସଂଗେ ସଂଗେ ଅଞ୍ଚଳ ର ସ୍ଥାନୀୟ ବେକାର ଯୁବକ ଯୁବତୀ ଙ୍କୁ ବ୍ୟାପକ ରୋଜଗାର ସୃଷ୍ଟି ହୋଇ ପାରିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ନନ୍ଦ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ଅନୁରୋଧ କରିଛନ୍ତି ।