ଢ଼େଙ୍କାନାଳ: ଭୁବନ ବ୍ଲକ ମଠକରଗୋଲା ପଞ୍ଚାୟତ ଟାଙ୍ଗରପଡା ମୌଜା ର ଚାଷ ଜମି ର ତଳ ମୁଣ୍ଡକୁ ଜଳ ଯିବା ନିମନ୍ତେ କରନାଳି କେନାଲ ନିର୍ମାଣ କରାଯାଇଥିଲା । ଏହାର ଉଚ୍ଚତା ଏକ ଫୁଟ ହୋଇଥିବାରୁ ଚାଷୀ କେନାଲ ଉପରେ ମାଟି ପକାଇ ନିଜ ଚାଷ ଜମିକୁ ଟ୍ରାକଟର ନେଉଥିଲେ। କିନ୍ତୁ ଏହି କେନାଲ ର ଉଚ୍ଚତା ପୁନଃ ଏକ ଫୁଟ ବୃଦ୍ଧି କରିବାରୁ ରାସ୍ତା ପତନ ଠାରୁ ପୁନଃ ଏକ ଫୁଟ ଉଚ୍ଚତା ବୃଦ୍ଧି ଯୋଗୁ ଜମି କୁ ରାସ୍ତା ବନ୍ଦ ହୋଇଗଲା। ଫଳରେ ନିଜ ଜମି କୁ ଚାଷୀ ଚାଷ ପାଇଁ ଟ୍ରାକ୍ଟର, ବିହନ ଅନ୍ୟ ସମାଗ୍ରୀ ନେବା ରେ ଅହେତୁକ ଅସୁବିଧା ଦେଖାଦେଲା। ଏ ନେଇ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅଭିଯୋଗ କଲେ ବି କେହି ଶୁଣିଲେ ନାହିଁ। ବାଧ୍ୟ ହୋଇ ଚାଷୀ କେନାଲରେ କେତେକ ସ୍ଥାନରେ ମାଟି ପକାଇ ପୋତିଲେ ତ ଆଉ କେତେକ ସ୍ଥାନରେ କେନାଲକୁ ଭାଙ୍ଗି ସମତଳ କଲେ। ସରକାରଙ୍କ ରାଜସ୍ଵ ନଷ୍ଟ ହେଲା। ଠିକାଦାରଙ୍କ ମନମୂଖୀ କାର୍ଯ୍ୟ ଯୋଗୁ ଏଭଳି ସରକାରୀ ଟଙ୍କା ନଷ୍ଠ ହେଉଛି। ସବୁଠାରୁ ବଡ ସମସ୍ୟା ହୋଇଛି ଜଳସଂପଦ ବିଭାଗର ରେଙ୍ଗାଲି ବାମ କେନାଲ କାମାକ୍ଷାନଗର କାର୍ଯ୍ୟାଳୟ ଅନ୍ତର୍ଗତ ମଠକରଗୋଲା ମଉଳାଭଣଜା ପାଣି ପଞ୍ଚାୟତ ପକ୍ଷ୍ୟରୁ ୧୦ ବର୍ଷ ପୂର୍ବେ କରନାଳି ବା କାଡା କେନାଲ ନିର୍ମାଣ କରାଯାଇଥିଲା। ତେବେ ଅନୁସନ୍ଧାନରୁ ଜଣାଯାଇଛି ଯେ କରନାଳି ବା କାଡା କେନାଲ ଥରେ ନିର୍ମାଣ ହେଲେ ଆଉ ମରାମତି ହୁଏ ନାହିଁ। ତେବେ ଟାଙ୍ଗରପଡା ମୌଜାରେ ବ୍ଲକ ପ୍ରଶାସନ ପକ୍ଷରୁ କାଡା କେନାଲ ଉପରେ ଡ୍ରେନ୍ ତିଆରି କରି ବିଲ କରାଯାଇଛି। ଚାଷୀଙ୍କ ଜମିକୁ ଅଣଦେଖା କରାଯାଇ କେବଳ ଠିକାଦାର ପୋଷା ଯାଇଛି। ଏହି କେନାଲ ଗୋଟିଏ ବିଭାଗ ନିର୍ମାଣ କରିଛି। ତା ଉପରେ ଆଉ ଫୁଟେ କଙ୍କ୍ରିଟ୍ କେଉଁ ଠିକାଦାର ଥୋଇ ବିଲ ଉଠାଇଲେ। ଚାଷୀଙ୍କ ହକ୍ ପ୍ରତି ଦେଖିଲେ ନାହିଁ।