ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବାରୁଆଁ ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟ ସଂସ୍କୃତ ଶିକ୍ଷକ ଶ୍ରୀ ବିନୋଦ କୁମାର ସ୍ୱାଇଁ ଙ୍କର ସେବା ନିବୃତ୍ତ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ କାମାକ୍ଷାନଗର ବ୍ଲକ ମାଧ୍ୟମିକ ଶିକ୍ଷକ ସଂଘର ଆଜୀବନ ସଦସ୍ୟ ପ୍ରମୋଦ କୁମାର ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଓଷ୍ଟା ସଭାପତି ତଥା ରାଜ୍ୟପାଳ ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅକ୍ରୁର ବିଶ୍ୱାଳ ଏବଂ ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କୃତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସ ଯୋଗ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ମୁରଲୀ ଧର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରାଣବନ୍ଧୁ ମହାରଣା,ପୂର୍ବତନ ଜିଲ୍ଲାପରିଷଦ ତଥା ବିଦ୍ୟାଳୟର ପରିଚାଳନା ପରିଷଦ ସଭାପତି ହୃଦାନନ୍ଦ ପରିଡା,ଶିକ୍ଷାବିତ୍ ଗଗନ ବିହାରୀ ପଣ୍ଡା,ଢେଙ୍କାନାଳ ଜିଲ୍ଲା ଓଷ୍ଟା ସମ୍ପାଦକ ବିଭୁତି ଭୂଷଣ ସାମଲ ଏବଂ ସଦସ୍ୟ ପ୍ରଶାନ୍ତ ଧଳ,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଲୋକନାଥ ଷଡ଼ଙ୍ଗୀ, କୈଳାସ ଚନ୍ଦ୍ର ପୃଷ୍ଟି, ଗୌରଚନ୍ଦ୍ର ବିଶ୍ୱାଳ, ଓଷ୍ଟା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀରାମ ରାଉତ, ସମ୍ପାଦକ ଗଜେନ୍ଦ୍ର କୁମାର ନାୟକ, ବ୍ଲକ ନୋଡାଲ ଅଧିକାରୀ ସୁରେନ୍ଦ୍ର କୁମାର ବେହେରା, ଅବସର ପ୍ରାପ୍ତ ସଂସୃତ ଶିକ୍ଷକ ଉପେନ୍ଦ୍ର ନାଥ ପଣ୍ଡା, ପୂର୍ବତନ ସଭାପତି ପ୍ରିୟବ୍ରତ ପଣ୍ଡା, ପ୍ରଧାନ ଶିକ୍ଷକ ବିଜୟ କୁମାର ନାୟକ,ସମାଜସେବୀ ତଥା ରାୟନୃସିଂହପୁର ସରପଞ୍ଚ ଶିଶିରକାନ୍ତ ବେହେରା, ବାରୁଆଁ ସରପଞ୍ଚ ସଞ୍ଜୟ ସେଠି, ସମିତି ସଭ୍ୟା ସୁକାନ୍ତି ବେହେରା, ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣଚନ୍ଦ୍ର ବେହେରା ମଞ୍ଚାସୀନ ଥିଲେ l ନିକଟସ୍ଥ ଅନେକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ସହକାରୀ ଶିକ୍ଷକ, ଗ୍ରାମବାସୀ,ପରିଚାଳନା ପରିଷଦ ସଦସ୍ୟ ,ପୁରାତନ ଛାତ୍ର ଛାତ୍ରୀ, ତଥା ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ସମସ୍ତ ଅତିଥି ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅବସର ଗ୍ରହଣ କରୁଥିବା ସଂସୃତ ଶିକ୍ଷକ ଶ୍ରୀ ସ୍ୱାଇଁଙ୍କ ଉତ୍ସର୍ଗୀକୃତ ସେବା ଏବଂ ବିଦ୍ୟାଳୟ ପାଇଁ ରହିଥିବା ଅବଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ ଏବଂ ମାନ ପତ୍ର ଉପଢୌକନ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇ ଥିଲେ l ଏହି ଅବସରରେ ପୂର୍ବରୁ ସେବା ନିବୃତ୍ତ ହୋଇଥିବା ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ପୀତବାସ ବେହେରା ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ବରିଷ୍ଠ ଶିକ୍ଷକ ଯଶୋବନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ଶିକ୍ଷକ ଅଶୋକ ଭୁତିଆ, କୀର୍ତ୍ତିଚନ୍ଦ୍ର ମାହୁନ୍ତ, ନିରଞ୍ଜନ ସ୍ୱାଇଁ, ଚତୁର୍ଭୁଜ ପରିଡା, ଶକ୍ତି ସମ୍ବିତ ପ୍ରଧାନ, କର୍ମଚାରୀ ଶ୍ରୀବତ୍ସ ସାହୁ,ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ବେହେରା, କାଳନ୍ଦୀ ପରିଡା ପୂର୍ବତନ ଛାତ୍ର ସଂସଦ ସଭାପତି ହିମାଂଶୁ ଭୂଷଣ ମାହୁନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l