ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ୧୨ ନଂ ୱାର୍ଡ୍ ସ୍ଥିତ ପୁରାତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ହିମାଂଶୁ ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ଓ ପ୍ରଧାନଶିକ୍ଷକ ଦୁର୍ଯ୍ୟୋଧନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏବିଓ ଦୀପ୍ତିକୃଷ୍ଣ ସାହୁ ଓ ମୁଖ୍ୟ ବକ୍ତା ଭାବରେ ପୂର୍ବତନ ପ୍ରଧାନ ଶିକ୍ଷକ ଦିଲ୍ଲୀପ ମହାପାତ୍ର ଯୋଗ ଦେଇଥିଲେ। ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଓ ଯୋଗଦେଇଥିବା ଅତିଥି ମାନେ ଉତ୍ତମ ବିଦ୍ୟାର୍ଥୀ ହେବାକୁ ପରାମର୍ଶ ଦେବାସହ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ।ଏବଂ ଏହି ସର୍ବପୁରାତନ ସ୍କୁଲର ଐତିହ୍ୟ ଓ ଗୁଣାବଳୀ ସବୁ ବର୍ଣ୍ଣନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଯୋଗଦେଇଥିବା ଅତିଥି ମାନେ ପୁରସ୍କୃତ କରିଥିଲେ। ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଶିକ୍ଷୟତ୍ରୀ ମମତା ଆଚାର୍ଯ୍ୟ ,ଶ୍ରୀପତି ସାହୁ,ହଳଧର ବେହେରା,ଅମୀୟ ପତି, ସୁନୀଲ ନାୟକ, କୃଷ୍ଣ ଚନ୍ଦ୍ର ବେହେରା,ସିଆରସିସି ଦୁଷ୍ମନ୍ତ ବେହେରା, ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା, ୧୨ ନଂ ୱାର୍ଡ୍ କାଉନସିଲର ଶରତ ଭୂତିଆ, ପୂର୍ବତନ ପରିଚାଳନା କମିଟି ସଭାପତି କବିରାଜ ବେହେରା ପ୍ରମୁଖଙ୍କ ସମେତ ଅଭିଭାବକ ମାନେ ଯୋଗଦେଇଥିଲେ। ଶିକ୍ଷୟତ୍ରୀ ଜ୍ୟୋତିଶ୍ରୀ ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷକ ପ୍ରଫୁଲ୍ଲ ଜେନା, ଗାୟତ୍ରୀ ମହାପାତ୍ର ,ସାବିତ୍ରୀ ବେହେରା ପ୍ରମୁଖ ସହଯୋଗ କରିଥିବାବେଳେ ଶିକ୍ଷୟତ୍ରୀ ଜ୍ୟୋତିଶ୍ରୀ ମହାରଣା ଧନ୍ୟବାଦ୍ ଅର୍ପଣ କରିଥିଲେ। ସେହିପରି ଚରଣପୁର ସ୍କୁଲ ଏନ୍ଏସି ମଧ୍ୟରେ ଥିବା ବିଭିନ୍ନ ସ୍କୁଲ ମାନଙ୍କର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି।