ଭୁବନ ପୃଷ୍ଟିପାଟଣା ନୋଡ଼ାଲ ସ୍କୁଲର ୬୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୃଷ୍ଟିପାଟଣା ନୋଡାଲ ସ୍କୁଲର ୬୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସର୍ବେଶ୍ଵର ବାରିକ ମୁଖ୍ୟବକ୍ତା, ସାମ୍ବାଦିକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସି ଆର ସି ସି ପ୍ରମୋଦ ମିଶ୍ର, ଶିଳ୍ପପତି ରାଜେଶ ପାତ୍ର, ଶିକ୍ଷାବିତ ବିପିନବିହାରୀ ବାରିକ କାଉନ୍ସିଲର ମଞ୍ଜୁଲତା ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଧାନ ଶିକ୍ଷକ ମନମୋହନ ସାହୁ ବିବରଣୀ ପାଠ କରିଥିଲେ। ଶିକ୍ଷୟତ୍ରି ମଞ୍ଜୁଲତା ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲେ। ମାନସ କୁମାର ବେହେରା ସ୍ଵାଗତ ଭାଷଣ ଓ ମଞ୍ଚ ପରିଚାଳନା କରିଥିଲେ। ପୁରାତନ ଛାତ୍ର ସନ୍ତୋଷ ସାଥୁଆ ମହାପାତ୍ର, ଶ୍ରୀବତ୍ସ କୁମାର ସାହୁ ,ପ୍ରଶାନ୍ତ କୁମାର ସାହୁ. ପୂର୍ବତନ ଶିକ୍ଷୟତ୍ରି ଜୋସ୍ନାରାଣୀ ମିଶ୍ର, ଅଭିଭାବକ ଟିକିଲି ପୋଥାଳ, ପ୍ରଶାନ୍ତ କୁମାର ସାହୁଙ୍କୁ ସମ୍ମାନିତ କରାଯାଇଛି। ରାଜକିଶୋର ମଲ୍ଲିକ ,କୁସୁମ ରାଣା ସୁପ୍ରଭା ତାଲବି , ପରିଚାଳନା କମିଟି ସଦସ୍ୟ ଦିଲ୍ଲୀପ କୁମାର ସାହୁ, ପୁରାତନ ଛାତ୍ର ଦୀପକ କୁମାର ପୃଷ୍ଟି, ସକ୍ରିୟ ସହଯୋଗ କରିଥିଲେ। ପୁରାତନ ବିଦ୍ୟାର୍ଥୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave A Reply

Your email address will not be published.

11 − nine =