ହିନ୍ଦୋଳ ମହାବିଦ୍ୟାଳୟରେ ଇତିହାସ ବିଭାଗର ସଂପାନ ଆୟୋଜିତ !

ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ମହାବିଦ୍ୟାଳୟ ଖଜୁରିଆକଟା ସଭାଗୃହରେ ୨୭ ତାରିଖ ଦିନ ଇତିହାସ ( ସମ୍ମାନ ) ବିଭାଗ ପକ୍ଷରୁ ସଂପାନ ଆୟୋଜିତ ହୋଇଯାଇଛି । ଆୟୋଜିତ ସଂପାନରେ ବିଭାଗ ମୁଖ୍ୟ ଡ଼. ମହେନ୍ଦ୍ର କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ” ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଉତ୍କଳ ସମ୍ମିଳନୀର ଅବଦାନ ” ଶୀର୍ଷକ ସଂପାନ ଅନୁଷ୍ଠିତ ହୋଇଛି । ଏଥିରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ଼. ନାରାୟଣ ପଣ୍ଡା ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଅନ୍ୟ ସୁରୀ ମାନଙ୍କ ସ୍ମତିଚାରଣ ପୂର୍ବକ ଉତ୍କଳ ପ୍ରଦେଶ ଗଠନରେ ସେମାନଙ୍କ ଅତୁଳନୀୟ ଅବଦାନ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ଅଧ୍ୟକ୍ଷ ବିମଳ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳ ସମ୍ମିଳନୀ ପ୍ରସଙ୍ଗରେ ତଥ୍ୟ ଭିତ୍ତିକ ଆଲୋକପାତ କରିଥିଲେ । ସଂପାନରେ ବିଭାଗର ଛାତ୍ରୀ ସୁଚିସ୍ମିତା ଭୂତିଆ, ସ୍ମୃତିରେଖା ବେହେରା ଓ ଗାୟତ୍ରୀ ସାହୁ ବିଷୟ ଭିତ୍ତିକ ସନ୍ଦର୍ଭ ପାଠ କରିଥିଲେ । ଇଂରାଜୀ ବିଭାଗ ମୁଖ୍ୟ ଅକ୍ଷୟ ପାତ୍ର ସମ୍ମାନିତ ଅତିଥି ରୂପେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ସୁକାନ୍ତ କୁମାର ପତି, ପ୍ରାକ୍ତନ କୃଷି ଉପ ନିର୍ଦ୍ଦେଶକ ବାବାଜୀ ଚରଣ ବେହେରା, କାର୍ଯ୍ୟାଳୟ ବରିଷ୍ଠ କର୍ମଚାରୀ ମଙ୍ଗରାଜ ପ୍ରଧାନ ଓ ସାମ୍ବାଦିକ ପ୍ରଶାନ୍ତ କୁମାର ଜେନାମଣି ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପିକା ପ୍ରିୟଙ୍କା ତିଗା ଅତିଥି ପରିଚୟ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.

four × 2 =