କପିଳାସ ପୀଠ ରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ କଳା ପରିଷଦ ର ୨୮ ତମ ସାରା ରାତ୍ରି ଭଜନ ସମାରୋହ ଅନୁଷ୍ଠିତ !

ଢ଼େଙ୍କାନାଳ: କପିଳାସ ପୀଠ ରେ ସାରା ରାତ୍ରି ଭଜନ ସମାରୋହ ଅନୁଷ୍ଠିତ ।ପବିତ୍ର ମହା ଶିବରାତ୍ରି ଅବସର ରେ କପିଳାସ ପୀଠ ରେ “ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ କଳା ପରିଷଦ ” ଓ ଢେ଼ଙ୍କାନାଳ ସଂସ୍କୃତି ପରିଷଦ ଆନୁକୁଲ୍ୟ ରେ ସାରା ରାତ୍ରି ଭଜନ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ।ଏହି ଭଜନ ସମାରୋହ କୁ ଢେ଼ଙ୍କାନାଳ ଉପ ଜିଲ୍ଲାପାଳ ଶ୍ରୀ ବିଭୁଦ ପ୍ରସାଦ ଗଡ ନାୟକ ତଥା ଦେବୋତ୍ତର ଅଧିକାରି ଓ ଅନୁଷ୍ଠାନ ର ସଭାପତି ତଥା ପୂର୍ବତନ ବିଧାୟକ ନବିନ ନନ୍ଦ ପ୍ରଦୀପ ଜାଳି ଉଦ୍ଘାଟନ କରିଥିଲେ । ଏହି ଭଜନ ସମାରୋହ ମହା ଶିବରାତ୍ରି ଅବସର ରେ ରାତି ୧୧ ଟା ରେ ଆରମ୍ଭ ହୋଇ ଶ୍ରୀ ଜିଉ ଙ୍କ ଭୋର୍ ୪ ଟା ୩୦ ମିନିଟ “ମହା” ଉଠିବା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଏହି ଭଜନ କାର୍ଯ୍ୟକ୍ରମ ରେ ଓଡ଼ିଶାର ସ୍ୱନାମ ଧନ୍ୟ କଳାକାର ଶ୍ରୀମତୀ ଶୈଳଭାମା ମହାପାତ୍ର, ଅନୁଷୟା ନାଥ , ଇପ୍ସିତା ପଣ୍ଡା , ସନତ କୁମାର , ଡଲିରାଣୀ ବାରିକ, ଅଶୋକ କୁମାର, ବସନ୍ତ ଶତପଥୀ ଓ ଅନେକ କଳାକାର ବୃନ୍ଦ ସାରା ରାତ୍ରି ଭଜନ ପରିବେଷଣ କରି ପୀଠ ରେ ଉପସ୍ଥିତ ଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଙ୍କ ମନୋରଞ୍ଜନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ କଳା ପରିଷଦ ର ସମ୍ପାଦକ ଟଙ୍କଧର ବାରିକ ଓ ଯୁଗ୍ମ ସମ୍ପାଦକ ତଥା ଦେଓଗାଁ ସରପଞ୍ଚ ଶ୍ରୀ ବିଜୟ କୁମାର ଦେହୁରୀ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଢେ଼ଙ୍କାନାଳ ର ବିଶିଷ୍ଟ ସମବାୟ ବିତ୍ ଶ୍ରୀ ସୁକାନ୍ତ ମିଶ୍ର ,ଓ ନନ୍ଦିଘୋଷ ଟିଭି ର ଜିଲ୍ଲା ରିପୋର୍ଟର ଶ୍ରୀ ସତ୍ୟ ସ୍ବରୂପ ଦାସ ,କଟକ ଚୌଦାର ର ରେଭେନ୍ସା କଲେଜ ର ପ୍ରାକ୍ତନ ସଭାପତି ଶ୍ରୀ ଅଜୟ ମିଶ୍ର ଙ୍କ ସମେତ ଶ୍ରୀ ଚନ୍ଦ୍ର ଶେଖର କଳା ପରିଷଦ ର ଅନ୍ୟତମ ସଦସ୍ୟ ଡ ରଜନୀ କାନ୍ତ ତରାଇ, ପ୍ରାକ୍ତନ ମ ନ ରେ ଗା ରେ ଲୋକପାଳ ଶ୍ରୀ ଅମରେନ୍ଦ୍ର ମଲ୍ଲ, ଶ୍ରୀ ଦୁଷ୍ମନ୍ତ ମହାନ୍ତି , ମୁକ୍ତିକାନ୍ତ ମିଶ୍ର ,କବିର ଲେଙ୍କା ,ନେହା ମିଶ୍ର ,ହୃଷୀକେଶ ପୃଷ୍ଟି, ଗିରିଧାରୀ ବେହେରା ପ୍ରମୁଖ ଉପସ୍ଥିତ ଥାଇ ସହଯୋଗ କରିଥିଲେ ।ଶେଷରେ ଶ୍ରୀ ଜୀଉ ଙ୍କ ମହା ଦ୍ଵିପ ଉଠିଲା ବେଳେ ସଙ୍ଗୀତଜ୍ଞ ବସନ୍ତ ଶତପଥୀ ଙ୍କ “ଓମ୍ ନମଃ ଶିବାୟ” ଧ୍ଵନି ରେ ସାରା କପିଳାସ ପୀଠ ଗୁଞ୍ଜରିତ ହୋଇ ଉପସ୍ଥିତ ଶ୍ରଦ୍ଧାଳୁ ମାନେ ହରିବୋଲ ଓ ହୁଳହୁଳି ରେ ଗଗନ ପବନ ପ୍ରକମ୍ପିତ ହୋଇ ଥିଲା ।

Leave A Reply

Your email address will not be published.

five + seventeen =