ବି.ବି.ହାଇସ୍କୁଲ,ଢେଙ୍କାନାଳ ମୁଖ୍ୟ ଫାଟକ ନିକଟରେ ଶୁଖିଲା ଆମ୍ବ ଗଛ ଡ଼ାଳ ତଳେ ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ରୀ,ଛାତ୍ର !

ଢେଙ୍କାନାଳ : ସ୍ଥାନୀୟ ଶତାୟୁ,ପି ଏମ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ମୁଖ୍ୟ ଫାଟକ ନିକଟରେ ଆମ୍ବ ଗଛ ଡ଼ାଳ ଶୁଖି ତଳେ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା -୨୦୨୫ ପାଇଁ ଆସିଥିବା ରୁଣ୍ଡିଭୂତ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ,ଛାତ୍ର, ଶିକ୍ଷୟିତ୍ରୀ, ଶିକ୍ଷକ, ଅଭିଭାବିକା,ଅଭିଭାବକ ବିପଦ ସଙ୍କୁଳ ଅବସ୍ଥାରେ ଦଣ୍ଡାୟମାନ ହେବାକୁ ବାଧ୍ୟ ହେଉଛନ୍ତି। ଏହା ବ୍ୟତୀତ ଏହାର ନିକଟରେ ବିଦ୍ୟାଳୟ କାନ୍ଥକୁ ଲାଗିଥିବା ପାଞ୍ଚ ନମ୍ବର୍ ୱାର୍ଡ଼ର ଚାନ୍ଦମାରି ସାହି ପି ଏଚ୍ ଡି ରାସ୍ତାକଡ଼ରେ ଗୋଟିଏ ଆମ୍ବ ଗଛ ସମ୍ପୂର୍ଣ୍ଣ ଶୁଖି ମରିଯାଇଛି। ଏହା ତଳେ ମଧ୍ୟ ଉପରୋକ୍ତ ସମସ୍ତେ ବିପଦ ସଙ୍କୁଳ ଅବସ୍ଥାରେ ଠିଆ ହେଉଛନ୍ତି।ଏଥିପାଇଁ ଢେଙ୍କାନାଳ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ,ଜିଲ୍ଲା ଜଙ୍ଗଲ ବିଭାଗ,ସର୍ବୋପରି ଜିଲ୍ଲା ପ୍ରଶାସନ ଯଥାଶୀଘ୍ର କୌଣସି ଅଘଟଣକୁ ଏଡ଼ାଇବା ପାଇଁ ତଥା ଏହି ସମସ୍ୟାର ଆଶୁ ସମାଧାନ ପାଇଁ ପ୍ରୟାସ କରି ଉପଯୁକ୍ତ ଅନୁସନ୍ଧାନ ପୂର୍ବକ ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ପାଞ୍ଚ ନମ୍ବର ୱାର୍ଡର ଜନସାଧାରଣ ଓ ସେଠାରେ ଉପସ୍ଥିତ ସମସ୍ତେ ଦୃଢ଼ ଦାବୀ କରିଛନ୍ତି।

Leave A Reply

Your email address will not be published.

11 + eighteen =