ଢ଼େଙ୍କାନାଳରେ ଫରେଷ୍ଟ ପାର୍କର ଶୁଭ ଉଦ୍ଘାଟନ !

ଢେଙ୍କାନାଳ : ସ୍ଥାନୀୟ ମଣ୍ଟଫର୍ଟ ସ୍କୁଲ ପାର୍ଶ୍ୱସ୍ଥ ଚାରଖୋଲ ଜଙ୍ଗଲର ଫରେଷ୍ଟ ପାର୍କକୁ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଶୁଭ ଉଦ୍ଘାଟନ କରିଛନ୍ତି । ସହର ମଧ୍ୟରେ ପ୍ରକୃତ ଫରେଷ୍ଟ ପାର୍କ ଜଙ୍ଗଲ ଟ୍ରେଲର ଉପଭୋଗ କରି ନିଜକୁ ସୁସ୍ଥ ଓ ଶାନ୍ତ କରିବାର ସୁଯୋଗ ନେବାକୁ କହିଛନ୍ତି । ଉତ୍ସବରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ଫରେଷ୍ଟ ପାର୍କର ବିକାଶ ପାଇଁ ପୌରପାଳିକା ପକ୍ଷରୁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ସେ କହିଥିଲେ । ଏହି ଜଙ୍ଗଲ ଟ୍ରେଲ ବର୍ତ୍ତମାନ ୫୦୦ ମିଟର ବ୍ୟାପିଥିବା ବେଳେ ଆଗାମୀ ଦିନରେ ଏହାର ସୀମା ୨ କି.ମି. ପଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ସୁମିତ କୁମାର କର ପ୍ରକାଶ କରିଛନ୍ତି । ପାର୍କରେ ପ୍ରଜାପତି ଓ ଚ଼ଢ଼େଇ ମାନଙ୍କୁ ଆକର୍ଷିତ କରିବା ପାଇଁ ବଟରଫ୍ଲାଏ ଗାର୍ଡ଼େନରେ ଉଦ୍ଧିଷ୍ଟ ଫୁଲ ଗଛ ଏବଂ ୯୦ ରୁ ଅଧିକ ପ୍ରକାରର ଔଷଧିୟ ବୃକ୍ଷ ଲାଗିଛି ବୋଲି ଏ.ସି.ଏଫ୍. ଶ୍ରୀ ସତ୍ୟ ନାରାୟଣ ସାହୁ ସୂଚ଼ନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଆଇ.ଏଫ୍.ଏସ୍. ( ପ୍ରୋବେସନ୍) ଶ୍ରୀ ଉଦୟନ ସୁବୁଦ୍ଧି, ସ୍ଥାନୀୟ କାଉନ୍‌ସିଲର ଶ୍ରୀ ପ୍ରତାପ ନାୟକ, ସହରର ବୁଦ୍ଧିଜୀବୀ, ବନବିଭାଗ କର୍ମଚାରୀ ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

four × 3 =