ପିଏମ କିସାନ ସମ୍ମାନନିଧିର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ !

*ଜିଲ୍ଲାର ମୋଟ ୧, ୦୫, ୩୨୮ ଚାଷୀ ହେଲେ ଲାଭାନ୍ବିତ

ଢେଙ୍କାନାଳ : ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାର ରାଜ୍ୟର ଭାଗଲପୁର ସହରଠାରେ ଆୟୋଜିତ ପିଏମ କିସାନ ସମ୍ମାନନିଧିର ୬ ବର୍ଷ ପୂର୍ତ୍ତି ସମାରୋହରେ ଦେଶର ୯କୋଟି ୮ ଲକ୍ଷ ଚାଷୀଙ୍କୁ ୨୨ ହଜାର କୋଟି ଟଙ୍କା ହସ୍ତାନ୍ତର କରିଛନ୍ତି I ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ କିସାନ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଖାଉଟି କଲ୍ୟାଣ, ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷକ କଲ୍ୟାଣ ପାଇଁ ରାଜ୍ୟ ତଥା କେନ୍ଦ୍ର ସାରାକର ସଦା ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଥିଲେ l ଏହି ଯୋଜନା ଅନୁଯାୟୀ ଜିଲ୍ଲାରେ ମୋଟ ୧୦୫୩୨୮ ଜଣ ଲାଭନ୍ୱିତ ହେବେ ବୋଲି ସେ କହିଥିଲେ l ସେଥିମଧ୍ୟରୁ ଭୁବନ ବ୍ଲକ ର ୧୧୩୭୬ ଜଣ , ଢେଙ୍କାନାଳ ସଦର ବ୍ଲକର ୧୨୩୨୨ଜଣ , ଗନ୍ଦିଆ ବ୍ଲକର ୧୪୦୫୮ଜଣ ,ହିନ୍ଦୋଳ ବ୍ଲକର ୧୮୨୧୩ଜଣ, କାମାକ୍ଷାନଗର ବ୍ଲକର ୧୨୪୬୫ ଜଣ, କଙ୍କଡ଼ାହାଡ଼ ବ୍ଲକର ୧୦୪୧୪ଜଣ, ଓଡାପଡା ବ୍ଲକର ୯୫୭୧ଜଣ, ପରଜଙ୍ଗ ବ୍ଲକର ୧୬୯୦୯ଜଣ କୃଷକଙ୍କ ଖାତା ରେ ସିଧାସଳଖ ଅର୍ଥରାଶି ଜମାହେବ l ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀମାନେ ଭାଗଲପୁର ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବ୍ରତ କୁମାର ପାଢ଼ୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପୌରପରିଷଦ ଅଧ୍ୟକ୍ଷା ଜୟନ୍ତୀ ପାତ୍ର, ମାନ୍ୟବର ସାଂସଦଙ୍କ ପ୍ରତିନିଧି ନରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି, ବିଭିନ୍ନ ବ୍ଲକର କୃଷକ ଭାଇ, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିବୃନ୍ଦ ଯୋଗଦେଇଥିଲେ l ଏଠାରେ ସୂଚନା ଥାଉ କି, କୃଷକମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ପି-ଏମ କିଷାନ ଯୋଜନା ଏକ କଲ୍ୟାଣକାରୀ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ଭାବରେ ବର୍ଷକୁ ୬୦୦୦ ଟଙ୍କା ତିନି ଗୋଟି କିସ୍ତି ମାଧ୍ୟମରେ ପ୍ରଦାନ କରାଯାଇ ଥାଏ।

Leave A Reply

Your email address will not be published.

3 × 1 =