ବିଶୃଙ୍ଖଳାକାରିଙ୍କର ବିରୁଦ୍ଧରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ: ରାଜ୍ଯ କୃଷକ ବିଜେପି ସଭାପତି….
ଢେଙ୍କାନାଳ ଜିଲ୍ଲା ଭୂବନ ଓ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ଭୂବନ, ମନ୍ଦାର, ଷଡଙ୍ଗୀ ଓ ଗଁଦିଆ ପ୍ରଭୃତି ଧାନମଣ୍ଡୀ କୁ ସୋମବାର ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଧାନମଣ୍ଡୀ ପରିଦର୍ଶନ ସମୟରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଉପସ୍ଥିତ ଚାଷୀ ମାନେ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ। ମୋହନ ଚରଣ ମାଝି ସରକାର ଓଡ଼ିଶାରେ ଧାନ କିଣା କାରବାର ସୂଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯୋଉଁ ମାନେ ଧାନ କିଣା କାରବାରରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ଯେଉଁ ଠାରେ ଧାନ କିଣା କାରବାରରେ ଅଭିଯୋଗ ଆସୁଛି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରାଜ୍ୟ ସଭାପତି ମହେଶ୍ଵର ସାହୁ କହିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁ ଢୋକାଂନାଲ ଜିଲ୍ଲାରେ ଧାନମଣ୍ଡୀ ଓ ଧାନ କିଣା କାରବାର ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଏବଂ ଧାନ ସଂଗ୍ରହ ଅଭିଯାନରେ ବାଧା ସୃଷ୍ଟିକାରୀ ମିଲର ଓ କର୍ମଚାରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।ତତସହିତ ମିଲର ମାନେ ଧାନ ପରିବହନ ପାଇଁ ଗାଡି ଯୋଗାଇବାରେ ବିଳମ୍ବ କରୁଥିବାରୁ ଢୋକାଂନାଲ ଜିଲ୍ଲାରେ ଧାନ କିଣା କାରବାରରେ ବ୍ୟାଘାତ ସୃଷ୍ଟି ହେଇ ଚାଷୀ ମାନେ ହଇରାଣ ହରକତ ହେଉଥିବା ରାଜ୍ୟ ସଭାପତି ଶ୍ରୀ ସାହୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଧାନମଣ୍ଡି ପରିଦର୍ଶନ ସମୟ ରେ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ବରିଷ୍ଠ ନେତା ତଥା ଜିଲ୍ଲା ଧାନ ସଂଗ୍ରହ କମିଟି ସଦସ୍ୟ ରାମଚନ୍ଦ୍ର ପାତ୍ର, ବିଜେପି ଜିଲ୍ଳା ସାଧାରଣ ସମ୍ପାଦକ ରଡିକାନ୍ତ ସାହୁ,ସଂସାଦ ପ୍ରତିନିଧି ଲଳିତ ଦାସ, କାମାକ୍ଷାନଗର ସଂଯୋଜକ ଜଗବନ୍ଧୁ ପୃଷ୍ଠି, ସମବାୟ ସେଲ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ସାହୁ, ରଥ ସେଠୀ, ଶଶିଭୂଷଣ ପୃଷ୍ଠି, ଭୁବନ ମଣ୍ଡଳ ସଭାପତି ଅଜିତ ବିହାରୀ, ଭବାନୀ ଶଙ୍କର ବେହେରା, ସଞ୍ଜୟ କୁମାର ଦାସ, ଅଭୟ କୁମାର ନାୟକ, ବିରେନ୍ଦ୍ର ପ୍ରତାପ ଜେନା, ସୁରେନ୍ଦ୍ର ପୃଷ୍ଠି, ନିର୍ମାଳ ଗୁରୁ, ପ୍ରତାପ ପତି, ରଂଣଜିତ ଖିଲାର, ଅଜୟ କୁମାର ମହାନ୍ତି, ଦିଲ୍ଲୀପ କୁମାର ସାହୁ, ଆର୍ତ୍ତବନ୍ଧୁ ବେହେରା, ଅଜୟ କୁମାର ସାହୁ, ଭ୍ରମର ରାଉତ, ବାବାଜୀ ସ୍ୱାଇଁ, ନିର୍ମଳ ବିହାରୀ ,ହିମାଂଶୁ ବେହେରା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକତା ଓ ଚାଷୀ ଉପସ୍ଥିତ ଥିଲେ। ଢେଙ୍କାନାଳ ଜିଲ୍ଲାର ପ୍ରବେଶ ପଥ ଅନନ୍ତପୁର ଠାରେ ବାଲିବୋ ସଭାପତି ମଳୟ କୁମାର ତ୍ରିପାଠୀ ସ୍ୱାଗତ କରିଥିଲେ। ବିଶେଷ କରି ବାରୁଆଁ (ବି ) ମଣ୍ଡି ସଂପର୍କରେ ଆଲୋଚନା ହୋଇଥିଲା।
Prev Post
Next Post