*ହିନ୍ଦୋଳ ଉପଖଣ୍ଡ ହାତୁରା ପଂଚାୟତ ବଲସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଅଜଣାଗାଡି ଦୁର୍ଘଟଣାରେ ଚାଲିଗଲା ଜୀବନ ! *ଅଜଣା ଗାଡି ଧକ୍କା ଦେଇ ପଳାଇଲା !
*ପିଉସୀ ଘରକୁ ଯାଇ ସ୍କୁଟିରେ ଫେରୁଥିବା ସମୟରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରଞ୍ଜନଙ୍କର ମୃତ୍ୟୁ !
*ନିକଟସ୍ଥ ଗ୍ରାମବାସୀ ଓ ପଥଚାରି ରଞ୍ଜନଙ୍କ ପରିବାର ଲୋକଙ୍କୁ ଦେଲେ ଖବର !
*ଘରର ଏକମାତ୍ର ରୋଜଗାରିଆ ବଡ଼ପୁଅର ମୃତ୍ୟୁ , ପତ୍ନୀ ଦୁଇପିଲା ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜନସାଧାରଣ ଦାବି !
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖାଦେଇଛି ଅଭାବନୀୟ ଘଟଣା।ଅଜଣା ଗାଡି ଧକ୍କା ଦେବାରୁ ଚାଲିଯାଇଛି ଜଣେ ନିରୀହ ଯୁବକଙ୍କ ଜୀବନ। ଖବରରୁ ପ୍ରକାଶ ଗତକାଲି ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ପଂଚାୟତ ବଲସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ବିବାହିତ ପୁତ୍ର ରଞ୍ଜନ ବେହେରା(୩୭) କୌଣସି କାର୍ଯ୍ୟରେ ବାରସିଙ୍ଗା ଅଞ୍ଚଳରେ ଥିବା ନିଜ ପିଉସୀ ଘରକୁ ଯାଇ ସ୍କୁଟିରେ ଫେରୁଥିବା ସମୟରେ ଅପରାହ୍ନ ୪-୫ଟା ସମୟରେ ବାଲିମି ଥାନା ଅନ୍ତର୍ଗତ କୁମୁରୁସିଙ୍ଗା ହାଟ ପାଖରେ ଏକ ଅଜଣା ଗାଡି ଧକ୍କା ଦେଇ ପଳାଇ ଯାଇଥିଲା।ଫଳରେ ଗୁରୁତର ଆହତ ହୋଇ ରଞ୍ଜନଙ୍କର ମୃତ୍ୟୁ ଘଟିଥିଲା। ତେବେ କିଛି ସମୟ ପରେ ନିକଟସ୍ଥ ଗ୍ରାମବାସୀ ଓ କିଛି ପଥଚାରି ଦେଖି ଅନୁସନ୍ଧାନ କରି ରଞ୍ଜନଙ୍କ ପରିବାର ଲୋକଙ୍କୁ ଖବର ଦେବାରେ ସେମାନେ ଆସି ହିନ୍ଦୋଳ ଡାକ୍ତରଖାନା ଆଣିଥିଲେ ତେବେ ସେଠାରେ ଡାକ୍ତର ରଞ୍ଜନ କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବାଲିମି ପୋଲିସ ଶବ ଜବତ ୩୯କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେବା ସହ ଦୁର୍ଘଟଣାଗ୍ରସ୍ତ ସ୍କୁଟି କୁ ମଧ୍ୟ ଜବତ କରିଛନ୍ତି। ଏବାବଦରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାଲିମି ପୋଲିସ କେଶନଂ -୩୯ରେ ମାମଲା ରୁଜ୍ଜ କରି ଅଧିକ ତଦନ୍ତ ଚଳାଇବା ସହ ଦୁର୍ଘଟଣା ଘଟାଇ ପଳାଇ ଯାଇଥିବା ଅଜଣା ଗାଡିଟିକୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ଜଣାପଡିଛି। ତେବେ ଘରର ଏକମାତ୍ର ରୋଜଗାରିଆ ବଡ଼ପୁଅର ମୃତ୍ୟୁରେ ତାଙ୍କର ପତ୍ନୀ ଦୁଇପିଲାଙ୍କ ସହ ଅସହାୟ ହୋଇପଡିଥିବା ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଜନସାଧାରଣ ଦାବି କରିଛନ୍ତି ।