*ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହେବା ସହ ବିଭିନ୍ନ ସମସ୍ୟା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି-ମହେଶ ସାହୁ
ଢ଼େଙ୍କାନାଳ ପୂର୍ବତନ ସାଂସଦ ତଥା ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ ହିନ୍ଦୋଳ ଗ୍ରସ୍ତ କରି ଜନସାଧାରଣ ସମସ୍ୟା ବୁଝିଛନ୍ତି। ପୂର୍ବତନ ସାଂସଦ ମହେଶ ସାହୁ ନିର୍ବାଚନରେ ହାରିଥିଲେ ମଧ୍ୟ ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହେବା ସହ ବିଭିନ୍ନ ସମସ୍ୟା ପାଇଁ ସ୍ୱର ଉତ୍ତୋଳନ କରୁଛନ୍ତି ଯାହାକି ହିନ୍ଦୋଳରେ କ୍ଵଚିତ ନେତାଙ୍କ କ୍ଷେତ୍ରରେ ଦେଖାଦେଇଥାଏ। ଦୁଇଦିନ ତଳେ ମହେଶ ସାହୁ ହିନ୍ଦୋଳ ଗ୍ରସ୍ତ କରି ରାସୋଳ ଅଞ୍ଚଳରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଭେଟିଥିଲେ। ସେହିପରି ହିନ୍ଦୋଳ ଏନଏସି ୱାର୍ଡ ନଂ ୧୫ର ଦିବଂଗତ ସତ୍ୟାନନ୍ଦ ସାହୁ, ଶିଙ୍କୁଳ ଗ୍ରାମର ଦିବଂଗତ ସୁକୁଟି ବିଶ୍ୱାଳ, ଗୋପାଳ ସାହୁ, ୱାର୍ଡନଂ -୮ର ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବାଙ୍କନିଧି ମହାଳିକ ଏବଂ ୱାର୍ଡ ନଂ ୩ର ପରଲୋକଗତ ଜଣେ ମହିଳା ସମସ୍ତଙ୍କ ଘରକୁ ଯାଇ ଶୋକପ୍ରକାଶ କରିବା ସହ ସମବେଦନା ଜଣାଇଥିଲେ ଏବଂ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁଖଦୁଃଖ ସମସ୍ୟା ବୁଝିବା ସହ ସଦାସର୍ବଦା ସମାଧାନ ପାଇଁ ଆବଶ୍ୟକ ସହଯୋଗ କରିବା ସହ ନ୍ୟାୟ ପାଇଁ ସମସ୍ତଙ୍କ ସାଥ ଦେଇ ଲଢେଇ ଜାରି ରଖିବେ ବୋଲି ପ୍ରତିଶୃତି ଦେଇଥିଲେ। ଉଲ୍ଲେଖଯୋଗ୍ୟ ବହୁନେତା ସଭାସମିତି ମନ୍ଦିର ମସଜିଦ ସହ ସୁଖଦ ସମୟରେ ଦେଖାଦେବା, କୌଣସି ଗ୍ରାମରେ ପାଦ ପକାଉନଥିବାବେଳେ କିମ୍ବା ଉର୍ନ୍ନତିମୂଳକ କାର୍ଯ୍ୟ ପଡିଲେ ଲୁଚିବା କିମ୍ବା ବାହାନା କରୁଥିବାବେଳେ ମହେଶ ସାହୁଙ୍କ ଭଳି କିଛି ଜନପ୍ରିୟ ନେତାଙ୍କ ପାଇଁ ଜନସାଧାରଣଙ୍କ ଆଶାରେ କିରଣ ସୃଷ୍ଟି କରିପାରୁଛି ବୋଲି ଏଠାରେ ସର୍ବତ୍ର ଚର୍ଚ୍ଚା। ପୂର୍ବତନ ସାଂସଦଙ୍କ ସହିତ ପୂର୍ବତନ ବ୍ଲକଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ,ଏନଏସି ଉପାଧ୍ୟାକ୍ଷା ପ୍ରତିମା ରାଉତ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲା ଯୁବବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ,ବିଜେଡି ଆଇଟି ସେଲ କୋର୍ଡିନେଟର ଶ୍ରୀକାନ୍ତ ମହାପାତ୍ର, କାଉନସିଲର ରିତାରାଣୀ ବେହେରା, ଅନୁପମା ସାହୁ, ଶୁଭଲଷ୍ମୀ ଦେହୁରୀ, ବିଷ୍ଣୁପ୍ରିୟା ନାଏକ, ସୁମତି ଦେହୁରୀ,ବିଜେଡି ନେତା ଶୁଭେନ୍ଦୁ ଦାସ, ବିଜୟ ବେହେରା,ରମେଶ ସାହୁ,କୈଳାଶ ବେହେରା, କାଳିଆ ଦେହୁରୀ, କୁନା ପ୍ରଧାନ, ରଞ୍ଜନ ବିଶ୍ୱାଳ ପ୍ରମୁଖଙ୍କ ସହ ବହୁ କର୍ମୀ ଉପସ୍ଥିତ ରହିଥିଲେ ।