ଢେଙ୍କାନାଳ : ପୂର୍ବାହ୍ନରେ ନିତି ଆୟୋଗ ସଦସ୍ୟ ଡ଼ଃ ଅରବିନ୍ଦ ଭିରମନି ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ପ୍ରଥମେ ସର୍କିଟ ହାଉସ ନିକଟରେ ପହଂଚିଥିଲେ l ସେଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଓ ଅନ୍ୟ ବିଭାଗୀୟ ଅଧିକାରୀ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ଏହାପରେ ଏକ ସଂକ୍ଷିପ୍ତ ବୈଠକରେ ଜିଲ୍ଲାପାଳ ଢେଙ୍କାନାଳ ଅଂକାଂକ୍ଷୀ ଜିଲ୍ଲାର ଭୌଗଳିକ ସ୍ଥିତି ତଥା ଜିଲ୍ଲା ସମ୍ବନ୍ଧୀୟ ସଂକ୍ଷିପ୍ତ ଧାରଣା ପ୍ରଦାନ କରିଥିଲେ l ଏହାପରେ ସେ ମହିଷାପାଟ ସ୍ଥିତ କୌଶଳ ବିକାଶ କେନ୍ଦ୍ର ଓ ଛାତ୍ରୀ ନିବାସ ପରିଦର୍ଶନ କରିଥିଲେ l କୌଶଳ ବିକାଶ କେନ୍ଦ୍ରରେ ଛାତ୍ରଛାତ୍ରୀ ମାନଙ୍କୁ ଠିକ ଭାବରେ ତାଲିମ ଦିଆଯାଉଛି ନା ନାହିଁ ସେ ସମ୍ପର୍କରେ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ସହ ଆଲୋଚନା କରିଥିଲେ ତତସହିତ ଛାତ୍ରୀନିବାସର ପରିଚାଳନା ସମ୍ପର୍କରେ ପଚାରି ବୁଝିଥିଲେ l ଏହାପରେ ବୋରାପଦା ରେ ଥିବା ଅଙ୍ଗନବାଡି କେନ୍ଦ୍ର କୁ ପରିଦର୍ଶନ ରେ ଯାଇଥିଲେ l ସେଠାରେ ଛୋଟ ଛୁଆ ମାନଙ୍କ ସହ କଥା ହେବା ସହ କେନ୍ଦ୍ରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ l ଏହି ଗସ୍ତ ସମୟରେ ଜିଲ୍ଲା ପ୍ରଶାସନର ସମ୍ପୃକ୍ତ ଅଧିକାରୀଗଣ ଉପସ୍ଥିତ ରହିଥିଲେ l