ସାମାଜିକ ଓ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ ବ୍ରାହ୍ମନିଆ ଗ୍ରାମ ପରିଦର୍ଶନ !

ଢେଙ୍କାନାଳ: ସ୍ବେଛାସେବୀ ସଂଗଠନ ” ସାମାଜିକ ସାଂସ୍କୃତିକ ବିକାଶ ସଂଘ ” ପକ୍ଷରୁ କଙ୍କଡ଼ାହାଡ଼ ବ୍ଲକର ବ୍ରାହ୍ମନିଆ ଗ୍ରାମ ଗସ୍ତ କରି ସେଠାକାର ଲୋକମାନଙ୍କର ଭଲମନ୍ଦ ଓପରିବେଶ ଉପରେ ନିରୀକ୍ଷଣ କରିଥିଲେ । ସଂଘର ସଦସ୍ୟା ସୌମ୍ୟା ମିଶ୍ରଙ୍କ ତତ୍ୱାବଧାନରେ ଯାଇ ଗ୍ରାମର ସମସ୍ତ ସୁବିଧା ଅସୁବିଧା ପରକ୍ଷୀଥିଲେ ।ସେଠାରେ ପ୍ରାୟ ମୁଣ୍ଡା ସମ୍ପ୍ରଦାୟର ଲୋକ ବସବାସ କରନ୍ତି ଓ ସେଠାରେ ୧୫ ଟି ପରିବାର ରହୁଛନ୍ତି । ନା ଅଛି ରାସ୍ତା ନା ଅଛି ପାନୀୟ ଜଳ ସୁବିଧା ନା ଅଛିବିଦୁତ୍ ସୁବିଧା । କାହା ଘରେ ସରକାରଙ୍କ ରନ୍ଧନ ଗ୍ୟାସ୍ ଉଜ୍ଜ୍ୱଳା ମଧ୍ୟ ପହଁଚି ପାରିନି । ରୋଜଗାର କହିଲେ କେବଳ ଧାନ ଚାଷ । କେବଳ ଗୋଟିଏନଳକୂପ ଅଛି ଓ ଆବାସ ଯୋଜନା ସାତ ସପନ । ସରକାରଙ୍କ ଗରିବ ଓ ଆଦିବାସୀ କଲ୍ୟାଣ ଯୋଜନା ଥାଇ ମଧ୍ୟ ଏହି ୧୫ ପରିବାର ସବୁଥିରୁ ବଂଚିତ ହୋଇଛନ୍ତି । ନା ଅଛି ଗମନା ଗମନର ସୁବିଧା ନା ଅଛି ପାନୀୟ ଜଳ, ନା ଅଛି ବିଦ୍ୟୁତ୍ ସୁବିଧା । ସେଠାରେ ଜନ ବସତି ପ୍ରାୟ ୩୦ ବର୍ଷର । ସଂଘରସଦସ୍ୟା ସୌମ୍ୟା ମିଶ୍ରଙ୍କର ଏହିଭଳି ପ୍ରୟାସ ପାଇଁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଅଛି । ଯଥାଶୀଘ୍ର ସେମାନଙ୍କୁ ସବୁ ପ୍ରକାର ସୁବିଧାଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି

Leave A Reply

Your email address will not be published.

9 − eight =