ଅଙ୍ଗୀକାର ସଂସ୍କାରକ ଦିବସ ଅଥବା ୟୋମ୍ ମୁସଲେହ୍ ମୌଊଦ୍ : ୨୦ ଫେବୃଆରୀ ୟୋମ୍-ଏ-ମୁସଲେହ ମୌଊଦ୍ ଦିବସ ଅବସରରେ ବିଶେଷ ପ୍ରସ୍ତୁତି !

ବନ୍ଧୁଗଣ ! ଆମେ ସମସ୍ତେ ଜାଣିଅଛେ ଯେ ପରମେଶ୍ୱର ତାଙ୍କର ଭକ୍ତ ମାନଙ୍କ ସହିତ କଥା ହୁଅନ୍ତି। ସେ ସେମାନଙ୍କ ପ୍ରାର୍ଥନା ଶୁଣନ୍ତି ଏବଂ ଗ୍ରହଣ ମଧ୍ୟ କରନ୍ତି। ଏହାର ପ୍ରମାଣ ବିଭିନ୍ନ ଧର୍ମରେ ମିଳିଥାଏ। ଏହାର ଅନେକ ପ୍ରମାଣ ଇସଲାମ ଧର୍ମରେ ଦିଆଯାଇପାରିବ। ପଞ୍ଜାବ (ଭାରତ) ଭୂମିରେ ଅନେକ ମହାପୁରୁଷ ଜନ୍ମଗ୍ରହଣ କରିଥିଲେ ଯେଉଁମାନଙ୍କ ସହିତ ପରମେଶ୍ୱର କଥା ହୋଇଥିଲେ ଏବଂ ସେମାନଙ୍କ ପ୍ରାର୍ଥନା ଶୁଣିଥିଲେ। ଯିଏ କି ମାନବିକତା ପ୍ରତିଷ୍ଠା କରିଥିଲେ ଏବଂ ହଜିଯାଇଥିବା ଧର୍ମକୁ ପୁନର୍ବାର ସ୍ଥାପନା କରିଥିଲେ ଏବଂ ଭକ୍ତ ଓ ଭଗବାନଙ୍କ ସହିତ ପୁନଃସଂଯୋଗ କରିଥିଲେ। ଏହି ମହାନ ପୁରୁଷମାନଙ୍କ ମଧ୍ୟରୁ ଜଣେ ଥିଲେ ହଜରତ ମିର୍ଜା ଗୁଲାମ ଅହମଦ ସାହିବ କାଦିଆନି। ସେ ୧୮୩୫ ଖ୍ରୀଷ୍ଟାବ୍ଦରେ କାଦିଆନ୍ ଜିଲ୍ଲା ଗୁରଦାସପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଦାବି କରିଥିଲ ଯେ ସେ ଈଶ୍ୱରଙ୍କ ଦ୍ୱାରା ପଠା ଯାଇଛନ୍ତି ଏହି ଦୁନିଆରେ ଧରାବତରଣ କରିଛନ୍ତି ଏବଂ ଈଶ୍ୱର ତାଙ୍କୁ “ଇମାମ୍ ମହଦୀ” ଭାବରେ ପଠାଇଛନ୍ତି। ଶ୍ରୀ ମିର୍ଜା ଗୁଲାମ ଅହମଦ, ହଜରତ ମହମ୍ମଦ ସାହିବଙ୍କର ଜଣେ ପ୍ରକୃତ ଅନୁଗାମୀ ଏବଂ ତାଙ୍କ ଶିକ୍ଷା ଅନୁସାରେ ବିପଥଗାମୀ ଲୋକମାନଙ୍କୁ ସତ୍ ମାର୍ଗରେ ପରିଚାଳିତ କରିବାକୁ ଆସିଛନ୍ତି। ଏହି ଦାବି ଘୋଷଣା କରାଯିବାର ଥିଲା ଯେ କିଛି ଲୋକ ଆପଣଙ୍କ ଶିକ୍ଷାକୁ ଗ୍ରହଣ କଲେ ତ କିଛି ଲୋକ ଆପଣଙ୍କ ସତ୍ୟତା ଉପରେ ସନ୍ଦେହ କରିଥିଲେ ଏବଂ ପ୍ରମାଣ ମାଗିଥିଲେ। ଏହା ଉପରେ ମିର୍ଜା ଗୁଲାମ ଅହମଦ ସାହେବ ତାଙ୍କ ସତ୍ୟତା ପ୍ରମାଣ କରିବା ପାଇଁ ଆଲ୍ଲାହ ତା’ଆଲାଙ୍କୁ ଏକ ସଙ୍କେତ ମାଗିଲେ, ଯାହା ଉପରେ ପରମେଶ୍ୱର କହିଲେ ଯେ ହୋସିଆରପୁରରେ ତୁମର ସମସ୍ୟାର ସମାଧାନ ହେବ। ତେଣୁ ହଜରତ ମିର୍ଜା ଗୁଲାମ ଅହମଦ ସାହେବ ୨୨ ଜାନୁଆରୀ ୧୮୮୬ରେ ହୋସିଆରପୁର ଯାତ୍ରା କରିଥିଲେ , ଏବଂ ସହର ବାହାରେ ଏକ ଘରେ ୪୦ ଦିନ ପର୍ଯ୍ୟନ୍ତ ଉପାସନା କରିଥିଲେ। ଯାହାର ଫଳସ୍ୱରୂପ ପରମେଶ୍ୱର ତାଂକୁ ଭବିଷ୍ୟବାଣୀ କରିଥିଲେ ଯେ ନଅ ବର୍ଷ ମଧ୍ୟରେ ତୁମର ଏକ ପୁତ୍ର ହେବ ଯିଏ ଅନେକ ବିଶେଷ ଗୁଣରେ ଆଶୀର୍ବାଦ ପ୍ରାପ୍ତ ହେବ। ଏହି ଭବିଷ୍ୟବାଣୀ ହଜରତ ମିର୍ଜା ଗୁଲାମ ଅହମଦ ସାହେବଙ୍କ ଦ୍ୱାରା ୨୦ ଫେବୃଆରୀ ୧୮୮୬ ରେ ପ୍ରକାଶିତ ହୋଇଥିଲା।ଏହି ଭବିଷ୍ୟବାଣୀ ଅନୁସାରେ, ୧୨ ଜାନୁଆରୀ ୧୮୮୯ ରେ ବଟାଲା ନିକଟସ୍ଥ କାଦିଆନରେ ତାଙ୍କ ଘରେ ଏକ ପୁତ୍ର ଜନ୍ମ ହୋଇଥିଲା। ତାଙ୍କ ବାପା ତାଙ୍କର ନାମ ମିର୍ଜା ବଶିରୁଦ୍ଦିନ ମହମୁଦ ଅହମଦ ରଖିଥିଲେ, ଏହି ପିଲାଟି ଅସାଧାରଣ ପ୍ରତିଭାର ଅଧିକାରୀ ଥିଲା। ତାଙ୍କୁ ଅହମଦୀୟା ମୁସଲିମ ସମ୍ପ୍ରଦାୟର ଭବିଷ୍ୟତର ଦ୍ୱିତୀୟ ଖଲିଫା (ଉତ୍ତରାଧିକାରୀ) ଭାବରେ ମନୋନୀତ କରାଯାଇଥିଲା। ସେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଦୀର୍ଘ ୫୨ ବର୍ଷ ଧରି ଅହମଦୀୟା ମୁସଲିମ ସମ୍ପ୍ରଦାୟର ନେତୃତ୍ୱ କରିଥିଲେ। ଫଳସ୍ୱରୂପ, ଇସଲାମ ଅହମଦୀୟତର ଶିକ୍ଷା ସାରା ବିଶ୍ୱରେ ପ୍ରସାରିତ ହେଲା।ସେ ଇସଲାମର ମୌଳିକ ଶିକ୍ଷାକୁ ସ୍ପଷ୍ଟ ଭାବରେ ବ୍ୟାଖ୍ୟା କରୁଥିବା ନେଇ ଅନେକ ପୁସ୍ତକ ରଚନା କରିଥିଲେ । ତାଙ୍କ ମାଧ୍ୟମରେ, ଆଲ୍ଲାହଙ୍କ ଭବିଷ୍ୟବାଣୀର ପ୍ରତ୍ୟେକ ବାକ୍ୟ ସତ୍ୟ ପ୍ରମାଣିତ ହୋଇଥିଲା, ଯାହା ତାଙ୍କ ପିତା ଏବଂ ଅହମଦିଆ ମୁସଲିମ ସମ୍ପ୍ରଦାୟର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମଦ ସାହିବଙ୍କୁ ୨୦ ଫେବୃଆରୀ ୧୮୮୬ ରେ ଦିଆଯାଇଥିଲା। ଏହାର ପ୍ରମାଣ ଅହମଦୀୟା ମୁସଲିମ ସମ୍ପ୍ରଦାୟର ଆଚରଣରୁ ଦେଖାଯାଏ, ଯେଉଁମାନେ ଇସଲାମର ପ୍ରକୃତ ଶିକ୍ଷା ଅନୁଯାୟୀ ଜୀବନଯାପନ କରନ୍ତି।ଏହି ପ୍ରମୁଖ ଦିନର ମହତ୍ତ୍ୱକୁ ଉଜ୍ଜ୍ୱଳ କରିବା ପାଇଁ, ସାରା ବିଶ୍ୱରେ ଅହମଦୀୟା ମୁସଲିମ ସମ୍ପ୍ରଦାୟ ୨୦ ଫେବୃଆରୀକୁ “ମୁସଲେହ ମୌଉଦ” ଦିବସ ଭାବରେ ପାଳନ କରନ୍ତି। ପୁରୁଣା କନକ ମଣ୍ଡି ହୋସିଆରପୁର ପଞ୍ଜାବ ରାଜ୍ୟରେ ଅବସ୍ଥିତ ଏହି ଭବିଷ୍ୟବାଣୀ ଯେଉଁ ଗୃହରେ କରାଯାଇଥିଲା, ତାହା ଆଜି ଅହମଦୀୟା ମୁସଲିମ ସମ୍ପ୍ରଦାୟ ପାଇଁ ଭକ୍ତିର କେନ୍ଦ୍ର ପାଲଟିଛି। ସାରା ବିଶ୍ୱରୁ ଅହମଦୀୟା ସମ୍ପ୍ରଦାୟର ଭକ୍ତମାନେ ଏହି କୋଠାରେ ପ୍ରାର୍ଥନା କରିବାକୁ ଆସନ୍ତି।

ଅନସାର ଅଲି ଖାନ, ଢେଙ୍କାନାଳ

Leave A Reply

Your email address will not be published.

9 + 7 =