ଢେଙ୍କାନାଳ : ଢେଙ୍କାନାଳ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ମୁଖ୍ୟ ଷ୍ଟାଡିୟମଠାରେ ଅନୁଷ୍ଠିତ ହେଉଥିବା ପ୍ରଥମସର୍ବଭାରତୀୟ ଢେଙ୍କାନାଳ କପ୍ କ୍ରିକେଟ ପ୍ରତିଯୋଗିତାର ମଙ୍ଗଳବାର ଅନୁଷ୍ଠିତ ତୃତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଫରେଷ୍ଟ୧୧ ଛତିଶଗଡକୁ ୭୮ରନରେ ପରାସ୍ତ କରି କଟକର ରାଇଜିଂ ଷ୍ଟୁଡେଂଟ କ୍ଲବ ତୃତୀୟ ଦଳ ଭାବେ ସେମି ଫାଇନାଲରେ ପ୍ରବେଶକରିଛି । ରାଇଜିଂ ଷ୍ଟୁଡେଂଟ ଦଳ ଟସ୍ରେ ଜିତି ପ୍ରଥମେ ବ୍ୟାଟିଂ କରି ୧୯.୩ ଓଭରରେ ୧୫୯ରନ କରି ଦଳର ସମସ୍ତ ଖେଳାଳିଆଉଟ୍ ହୋଇଯାଇଥିଲେ । ଦଳ ପକ୍ଷରୁ ଅତୁଲ ୩୭ଟି ବଲରେ ୩ଟି ଛକା ଓ ୪ଟି ଚୌକା ସହ ୫୧ରନ ସଂଗ୍ରହ କରିଥିଲେ ।ଫରେଷ୍ଟ-୧୧ ପକ୍ଷରୁ ତନ୍ମୟ ଦତ ୪ ଓଭର ବୋଲିଂ କରି ୩୦ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେଫରେଷ୍ଟ-୧୧ ଛତିଶଗଡ ୧୬.୩ ଓଭରରେ ୮୧ରନ କରି ଦଳର ସମସ୍ତ ଖେଳାଳି ଆଉଟ୍ ହୋଇଯାଇଥିଲେ । ବିଜୟୀ ରାଇଜିଂଷ୍ଟୁଡେଂଟ ଦଳ ପକ୍ଷରୁ ଦିନା ଦାସ ୩.୩ ଓଭର ବୋଲିଂ କରି ୨୨ରନ ଦେଇ ୪ଟି ଓ ସତ୍ୟକାନ୍ତ ଭରଦ୍ୱାଜ ୪ ଓଭରରେ ୧୫ରନଦେଇ ୩ଟି ୱିକେଟ ଅକ୍ତିଆର କରିଥିଲେ । ରାଇଜିଂ ଷ୍ଟୁଡେଂଟ ଦଳର ଅତୁଲ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ ହୋଇ ପୁରସ୍କୃତହୋଇଥିଲେ । ଏହି ମ୍ୟାଚକୁ ଅମ୍ପାୟାର ତପନ ବେହେରା ଓ ବିଭୁ ଚୌଧୁରୀ ପରିଚାଳନା କରିଥିଲେ । ଜିତେନ୍ଦ୍ର କୁମାରସେନାପତି ସ୍କୋରର ରହିଥିବା ବେଳେ ସୁଦିପ ପଣ୍ଡା ଓ ପ୍ରେମାନନ୍ଦ ମହାନ୍ତ ଧାରା ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେବିଶିଷ୍ଟ ସମାଜସେବୀ ତଥା ମିଳିତବଜାର ପୂଜା କମିଟି ସଭାପତି ରାମଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଓ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀଖଟୁଆ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ବରିଷ୍ଠ ଖେଳାଳି ମନୋଜ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପ୍ରତିଯୋଗିତାକୁ ପ୍ରୟାସ ଅନୁଷ୍ଠାନ ପକ୍ଷରୁ ବରିଷ୍ଠ ଆଇନଜୀବୀ ନବକିଶୋର ଗୁରୁ, ରଞ୍ଜିତ ବିଶାଲ, ଏମ୍େଜ ମହିମା,ଅଭିମନ୍ୟୁ ପଣ୍ଡା, ସୁଚିତ୍ର ବେହେରା, ଧ୍ରୁବଚରଣ ସ୍ୱାଇଁ ପ୍ରମୁଖ ପରିଚାଳନା କରୁଛନ୍ତି । ବୁଧବାର ଏମ୍ଏମ୍ସିସି ସମ୍ବଲପୁର ଓରାଇଜିଂ କ୍ରିକେଟ ଏକାଡେମୀ ଜୟପୁର ରାଜସ୍ଥାନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ।