ଗୋବିନ୍ଦପ୍ରସାଦ ଗ୍ରାମରେ ନୂତନ ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ : ଗୋବିନ୍ଦପ୍ରସାଦ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବିଶ୍ୱେଶ୍ୱର ମହାଦେବଙ୍କର ନବ ନିର୍ମିତ ନୂତନ ଶିବ ମନ୍ଦିରର ପ୍ରତିଷ୍ଠା ଉତ୍ସବ ତା ୧୮/୨/୨୦୨୫ ରୁ ଆରମ୍ଭ ହୋଇ ତା ୨୨/୨/୨୦୨୫ ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ୫ ଦିନ ପର୍ଯ୍ୟନ୍ତ ପ୍ରସାଦ ସେବନର ବ୍ୟବସ୍ଥା ରହିଛି । ଏହି ଅବସରରେ ପ୍ରାତଃରୁ ମାନସିକଧାରୀ ମହିଳା,ପୁରୁଷ ସ୍ଥାନୀୟ ସାପୁଆ ନଦୀରୁ ୫୦୦ ଶହ ରୁ ଉର୍ଦ୍ଧ କଳସ ଶୋାଯାତ୍ରାରେ ଆଣି ମନ୍ଦିର ନିକଟ ଯଜ୍ଞ ସ୍ଥଳରେ ପହଞ୍ଚିବା ପରେ ଯଥାବିଧି ପୂଜାପାଠ ହୋମଯଜ୍ଞ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ଵାରା ମନ୍ତ୍ରଧୂନିରେ ପ୍ରତିଷ୍ଠା କାର୍ଯ୍ୟ ଅନୁଷ୍ଟିତ ହେବା ସହିତ ୫ ଦିନ ପର୍ଯ୍ୟନ୍ତ ନାମ ସଂକ୍ରିର୍ତ୍ତନ ସହିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଟିତ ହେବ । ଆଜି ଗୁରୁବାର ତୃତୀୟ ଦିନରେ ପ୍ରଭୁଙ୍କର ମହା ସ୍ନାନବିଧି,ସୂର୍ଯ୍ୟ ପୂଜା,ଗୋ ପୂଜା ଓ ୨୧/୨/୨୦୨୫ ଶୁକ୍ରବାର ଦିନ ମହାପ୍ରଭୁଙ୍କର ମୁଖ୍ୟବିଗ୍ରହ ସ୍ଥାପନ,ଜୀବନ୍ୟାସ ଏବଂ ୨୨/୨/୨୦୨୫ ଶନିବାର ଦିନ ପୃର୍ଣ୍ଣାହୁତୀ ହେବ । ଏହି ଉତ୍ସବରେ ମୁଖ୍ୟ ପରିଚାଳକ ପବିତ୍ର କୁମାର ଜେନା,ଅଜୟ କୁମାର ଓଝା,କୋଷାଧ୍ୟକ୍ଷ ଶରତ ଚନ୍ଦ୍ର ଜେନା,ମୁଖ୍ୟଶିଳ୍ପୀ ସୁନିଲ ମହାରଣା ଓ ଅନ୍ୟାନ୍ୟ ସହଯୋଗୀ ମାନେ ହେଲେ ସୁବ୍ରତ ମହାରଣା,ଜଗମୋହନ ମହାରଣା,ଅର୍ଜୁନ ମହାପାତ୍ର,ଦେବରାଜ ମହାପାତ୍ର,ସତ୍ୟବ୍ରତ ମହାପାତ୍ର,ପରେଶ ରାଉତ,ପ୍ରକାଶ ମହାପାତ୍ର,ପ୍ରତାପ ବରାଳ,ପଦ୍ମ ଚରଣ ସାମଲ,ସୁବାସ ସାମଲ,ବସନ୍ତ ମହାପାତ୍ର,ବିଦୁତ୍ କୁମାର ମହାପାତ୍ର,ପତି ଓଝା, ଭୋଲେଶ୍ୱର ମହାରଣା ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବିଜୟ ଦଳେଇ ଯୋଗ ଦେଇଥିଲେ ଏବଂ ଗୋବିନ୍ଦପ୍ରସାଦ ଗ୍ରାମ ସମେତ ଆଖ ପାଖ ଗ୍ରାମର ବହୁ ଭକ୍ତମାନେ ଯୋଗ ଦେବା ସହ ନୂତନ ମନ୍ଦିର ଗ୍ରାମରେ ହେବା ପରେ ଗ୍ରାମବସୀଙ୍କ ମନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

19 + 14 =