ମା’ ନବଦୁର୍ଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ନୂଆହତା ଏକାଦଶ ଚାମ୍ପିଅନ୍ !

ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ୍ ନୁଆଗାଁ ଗ୍ରାମ ପଂଚାୟତ ଅନ୍ତର୍ଗତ ସରପା ରଘୁନାଥପୁର ଗ୍ରାମର ମା’ ନବଦୁର୍ଗା ଗ୍ରାଉଣ୍ଡରେ ଅନୁଷ୍ଠିତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ନରେନ୍ଦ୍ର ସାହୁ,ସମ୍ମାନିତ ଅତିଥି ଭାବେ କଣ୍ଟାବଣିଆ ଥାନା ଅଧିକାରିଣୀ ତୁଳସୀ ଭୂଇଁଆ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଧର୍ମାନନ୍ଦ ସେନାପତି, ନୁଆଗାଁ ଗ୍ରାମ ପଂଚାୟତର ସମିତି ସଭ୍ୟ ରିଟୁ ସାହୁ ଓ ସରପା ରଘୁନାଥପୁର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ୍ ମୋଟ୍ ୧୬ ଦଳକୁ ନେଇ ଅନୁଷ୍ଠିତ ହୋଇଥିଲା । ଫାଇନାଲ୍ ମ୍ୟାଚ୍ ନୂଆହତା ଏକାଦଶ ଓ ପାଇକ ପୁରୁଣାକୋଟ୍ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ନୂଆହତା ଏକାଦଶ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ୮ ୱିକେଟ୍ ହରାଇ ୧୬ ଓଭରରେ ୧୬୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ପାଇକ ପୁରୁଣାକୋଟ୍ ଏକାଦଶ ୧୬ ଓଭର ଖେଳି ୬ ୱିକେଟ୍ ହରାଇ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଯାହାଫଳରେ ନୂଆହତା ଏକାଦଶ ଚାମ୍ପିଅନ୍ ହୋଇଥିଲା। ନୂଆହତା ଏକାଦଶ ପକ୍ଷରୁ ରାକେଶ ୩୨ ବଲ୍ ଖେଳି ୭୦ ରନ୍ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ । ପାଇକ ପୁରୁଣାକୋଟ୍ ଏକାଦଶର ମୁନା ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ବିବେଚିତ ହୋଇଥିଲେ । ବେଷ୍ଟ୍ ବୋଲର ଭାବରେ ନୂଆହତା ଏକାଦଶର ରାକେଶ୍ ପୁରସ୍କୃତ ହୋଇଥିବାବେଳେ ବେଷ୍ଟ୍ ବ୍ୟାଟ୍ସମ୍ୟାନ୍ ଭାବେ ପାଇକ ପୁରୁଣାକୋଟ୍ ଏକାଦଶର ବୁନୁ ପୁରସ୍କୃତ ପାଇଥିଲେ । ବେଷ୍ଟ୍ ଫିଲ୍ଡର୍ ଭାବରେ ପାଇକ ପୁରୁଣାକୋଟ୍ ଏକାଦଶର ଅଜୟ ବିବେଚିତ ହୋଇଥିଲେ । ବେଷ୍ଟ୍ ଭଲାଣ୍ଟିୟର ଭାବରେ ରାହୁଲ, ସିପୁ, କାହ୍ନା ,ଅନିଲ୍ ଓ ସାଇ ହୋଇଥିଲେ । ଖେଳକୁ ପରିଚାଳନା କରିଥିଲେ ନିରଞ୍ଜନ, ଆନନ୍ଦ, ଅନର୍ଯ୍ୟାମୀ ଓ ଦୀପକ । ସ୍କୋରରେ ସାହାଯ୍ୟ କରିଥିଲେ ବିଜନ କୁମାର ଓ ଧାରା ବିବରଣୀ କରିଥିଲେ ଲକ୍ଷ୍ମୀଧର ଓ ଅନନ୍ତ । ଖେଳ ଶେଷରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ପ୍ରମୁଖ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ମା ନବଦୁର୍ଗା କ୍ଲବ୍ ର ସଦସ୍ୟ ଅନିଲ୍, ସୀତୁ, ଚିକୁ, ବିଜୁ, ପ୍ରବୀଣ, ଅନନ୍ତ, ବାପି, ଦିବ୍ୟ, ହୁଣ୍ଡୁ, ରାଜେଶ, ବିଶୁ, ବାପୁନ‌ ଓ ସମ୍ବିତ ଆଦି ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

eight − five =