ଭୁବନ ବାପୁ କ୍ରିକେଟ କ୍ଲବ ର ୪୮ ତମ ଟୁର୍ଣାମେଣ୍ଟ :ଭୁବନେଶ୍ୱର କୁ ହରାଇ ଯାଜପୁର ବିଜୟୀ !

ଢ଼େଙ୍କାନାଳ – ଭୁବନ ବ୍ଲକ ଅନ୍ତର୍ଗତ ଯମୁନାକୋଟ ଖେଳ ପଡିଆ ରେ ବାପୁ କ୍ରିକେଟ କ୍ଲବ ଦ୍ଵାରା ଆୟୋଜିତ ୪୮ ତମ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଭୁବନ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣାମେଣ୍ଟ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯମୁନାକୋଟ ର ପୂର୍ବତନ ସରପଞ୍ଚ ଶ୍ରୀମତୀ ଖୁଲଣା ରାଉତ ଯୋଗଦେଇଥିଲେ । ପ୍ରଥମ ଦିନରେ ଏ ଜି ସି ସି ( ଯାଜପୁର) ସହ ଆଇ ଆର ସି ଭିଲେଜ୍ ( ଭୁବନେଶ୍ୱର) ର ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ରେ ଜିଣି ଏ ଜି ସି ସି ଯାଜପୁର ଦଳ ପ୍ରଥମେ ବ୍ୟାଟିଂ କରି ୧୮ ଓଭର ରେ ୮ ୱିକେଟ ହରାଇ ୧୫୫ ରନ କରିଥିଲେ। ଏହାର ଜବାବ ରେ ଭୁବନେଶ୍ୱର ଟିମ୍ ୧୮ ଓଭର ରେ ୮ ୱିକେଟ ହରାଇ ୧୩୭ ରନ କରିବାକୁ ସକ୍ଷମ ହୋଇଥଲା। ଯାଜପୁର ଦଳ ୧୮ ରନ ରେ ବିଜୟୀ ହୋଇଥିଲା । ରୁଦ୍ର ନାରାୟଣ ମିଶ୍ର ଓ ସଂଗ୍ରାମ ବାରିକ ଖେଳ ପରିଚାଳନା କରିଥିଲେ।ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ରାଜେନ୍ଦ୍ର ନାୟକ ଧାରା ବିବରଣୀ ପ୍ରଦାନ କରିଥିବା ବେଳେ ରଞ୍ଜନ ବେହେରା,ସତ୍ୟଜିତ ଦାସ ଓ ବିଶ୍ୱଜିତ୍ ବେହେରା ସ୍କୋର ର ଦାୟିତ୍ଵ ନିର୍ବାହ କରିଥିଲେ।

Leave A Reply

Your email address will not be published.

11 − eleven =