ଢେଙ୍କାନାଳ ବିଜେପି ନଗର ମଣ୍ଡଳ ତରଫରୁ ସୋନିଆ ଗାନ୍ଧୀଙ୍କ କୁଶପୂତଳିକା ଦାହ !

ଢେଙ୍କାନାଳ : ଢେଙ୍କାନାଳ ବିଜେପି ନଗର ମଣ୍ଡଳ ତରଫରୁ ଆଜି ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରେ କଂଗ୍ରେସ୍ ନେତା ସୋନିଆଗାନ୍ଧି ମହାମହିମା ରାଷ୍ଟ୍ରପତିଙ୍କ ବିରୋଧରେ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ଜିଲ୍ଲା ସଭାପତି ରାହାସ ବିହାରୀ ବେହେରାଙ୍କନିର୍ଦ୍ଦେଶ ତଥା ନଗର ସଭାପତି ବିକାଶ କୁମାର ସାହୁଙ୍କ ନେତୃତ୍ୱରେ ତାଙ୍କର କୁଶପୂତଳିକା ଦାହ କରାଯାଇଅଛି । ରାଷ୍ଟ୍ରପତିଙ୍କ ଭାଷଣଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ କହିଥିବା “ଅସହାୟ ଗରିବ ମହିଳା ଓ ତାଙ୍କର ଭାଷଣ ବୋର୍ ଲାଗୁଛି’ ମନ୍ତବ୍ୟ ଅତ୍ୟନ୍ତନିନ୍ଦନୀୟ । ଏହି ବୟାନ କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶାକୁ ପ୍ରତିଫଳିତ କରୁଛି । କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସିବିରୋଧୀ ରହିଆସିଛି । ପୁଣି ଥରେ କଂଗ୍ରେସ ସେହି ମାନସିକତାର ପରିଚୟ ଦେଇଛି । ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ । କଂଗ୍ରେସ କେବଳଏସଟି ସମ୍ପ୍ରଦାୟକୁ ଅପମାନିତ କରିନାହିଁ ବରଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅସମ୍ମାନ କରିଛି ବୋଲି ଉପସ୍ଥିତ ନେତୃବୃନ୍ଦକହିଥିଲେ । ଏହି କୁଶପୂତଳିକା ଦାହ ସମୟରେ ପୂର୍ବତନ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ପୂର୍ବତନ ମନ୍ତ୍ରୀ ନବୀନ ନାରାୟଣଦାସ, ସନାତନ ବେହେରା, ସୁନୀଲ ଶର୍ମା, ପୂର୍ବତନ ନଗର ମଣ୍ଡଳ ସଭାପତି ଧୃବ ଚରଣ ସ୍ୱାଇଁ, କାଉନ୍‌ସିଲର ନିରୋଦ କୁମାର ସାହୁଓ ସୂର୍ଯ୍ୟ ପ୍ରତାପ ରାଉତ, ଲକ୍ଷ୍ମୀଧର ଦଳେଇ, ସୁଚିତ୍ର ବେହେରା, ପ୍ରତାପ ସାହୁ, ବାଦଲ ବେହେରା, ବଟକୃଷ୍ଣ ବେହେରା, ପ୍ରାର୍ଥସାରଥୀବେହେରା, ସୁନିଲ୍ ବେହେରା, ମନ୍ତ୍ରୀଙ୍କ ପୌର ପତିନିଧି ସନ୍ତୋଷ ରାଉତ, ପଦ୍ମଭୂଷଣ ସାହୁ, ଅରବିନ୍ଦ ପାଣ୍ଡେ, ବିଘ୍ନେଶ୍ୱର ଡୋରା,ଅଭିଷେକ୍ ବେହେରା, ରାଜେନ୍ଦ୍ର ପ୍ରଧାନ, ପ୍ରଭାତୀ ମହାପାତ୍ର, ପ୍ରଣତୀ ସାହୁ, ମଧୁସ୍ମିତା ପୁହାଣ, ସଚ୍ଚିଦାନନ୍ଦ ସାମଲ, ରାଜେନ୍ଦ୍ର ପ୍ରଧାନ,ଦୟାନିଧି ବେହେରାଙ୍କ ସମେତ ନଗର ମଣ୍ଡଳର ଶତାଧିକ କର୍ମକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seven − five =

21:10