ଢ଼େଙ୍କାନାଳ: ମହାରାଷ୍ଟ୍ରର ପୁନେ ସହର ସ୍ଥିତ ରାମଚନ୍ଦ୍ର ସଭାଗୃହ ପରିସରରେ ଭାରତର ବିଭିନ୍ନ ତାଇକୋଣ୍ଡୋ ଏକାଡେମୀ, ଆସୋସିଏସନ ଓ କ୍ଲବର ମିଳିତ ଆନୁକୂଲ୍ୟରେ ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଫେବୃଆରୀ ମାସ ୧ ଓ ୨ ତାରିଖରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ପାଇଁ ଓଡ଼ିଶା ରାଜ୍ୟକୁ ଢେଙ୍କାନାଳ ଟିମ ପ୍ରତିନିଧିତ୍ଵ କରିବା ପାଇଁ ୩୦ ତାରିଖ ଦିନ ପୁନେ ଗସ୍ତ କରିଛନ୍ତି । ଏହି ଯାତ୍ରା ସଫଳ ହେବା ପାଇଁ ଅନୁଷ୍ଠାନର କର୍ମକର୍ତ୍ତା, ଶୁଭେଚ୍ଛୁ ଓ ଅଭିଭାବକ ପ୍ରମୁଖ ଉତ୍ସାହିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ଓ ଆଶା ରଖିଛନ୍ତି ଫେରିଲା ବେଳେ ଓଡ଼ିଶା ପାଇଁ ପଦକ ଜିତି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ହାସଲ କରିବା ହେବେ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚଳିତ ମାସରେ ସ୍ୱତନ୍ତ୍ର ଶିବିର କରାଯାଇ ମନୋନୀତ କରାଯାଇଥିଲା । ଏଥିରେ ଭାଗ ନେଉଥିବା ଖେଳାଳି ମାନେ ଅମ୍ରିତା ସାହୁ, ବିଦୁସ୍ମିତା ବେହେରା, ସାନଭି ସୋନାରୀକା ରାଉତ, ପ୍ରୀତିଲଗ୍ନା ଶତପଥି, ସୀକ୍ରିତି, ସାନଭି ସାଇ ଲକ୍ଷ୍ମୀ, ଅନ୍ୱେଷା ପାଣିଗ୍ରାହୀ, ପ୍ରତାପ ନାୟକ, ବିଶ୍ୱ ରଞ୍ଜନ ବେହେରା, ସୌମିକ ମହାନ୍ତି, ପ୍ରିନ୍ସ ପ୍ରଧାନ, ରାଜେନ୍ଦ୍ର ବେଉରା, ସମ୍ରାଟ ଲେଙ୍କା, ଇଶାନ ରାଉତ, ଶ୍ରେୟାଂଶ ସ୍ୱାଇଁ ଓ ଅକ୍ଷତ ଯୋଶୀ ପ୍ରମୁଖ ସବ୍ ଜୁନିୟର, କ୍ୟାଡେଟ୍, ଜୁନିୟର ଓ ସିନିୟରର ବିଭିନ୍ନ ଓଜନ ବିଭାଗରେ କ୍ୟୁରୋଗୀ, ପୁମସେ, ସ୍ପୀଡ଼ କିକ, ଜମପିଙ୍ଗ କିକ ଓ ଆତ୍ମରକ୍ଷା କୌଶଳ ପ୍ରତିଯୋଗିତାରେ ଭାଗନେବେ । ଏହି ଗସ୍ତରେ ଟିମ ସହିତ ମ୍ୟାନେଜର ଭାବେ ପ୍ରଶାନ୍ତ ଶତପଥୀ, ନନ୍ଦିନୀ ଲେଙ୍କା ଏବଂ କୋଚ୍ ଭାବରେ ଆମେଚର ତାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ତଥା ମୁଖ୍ୟ ପ୍ରଶିକ୍ଷକ ୪ର୍ଥ ଡ୍ୟାନ୍ ବ୍ଲାକ ବେଲ୍ଟ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଟିମ ସହିତ ଗସ୍ତ କରିଛନ୍ତି ।