ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା ଅଭିଯାନ !

ଢ଼େଙ୍କାନାଳ : ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍‌ଏମ୍‌) ପକ୍ଷରୁ ଏନଏଚ ୫୫ରେ ଏକ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା। ଜାତୀୟ ରାଜପଥ ଦେଇ ଯାଆସ କରୁଥିବା ଗାଡି ଚାଳକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଢେଙ୍କାନାଳ ଏସପି ଆଇପିଏସ୍ ଅଭିନବ ସୋନକର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଡିଏସ୍‌ପି ନଳିତା ମୋଦୀ, କଂଟାବଣିଆ ଥାନା ଆଇଆଇସି ତୁଳସୀ ମଂଜରୀ ଭୁୟାଁ, ଟିଏସ୍‌ଏମ୍‌ର ସିକ୍ୟୁରିଟି ମୁଖ୍ୟ ଅଭିଷେକ ଶର୍ମା, ଟିଏସ୍‌ଏମ୍ ସୁରକ୍ଷା ମୁଖ୍ୟ ବିଳାଶ ଗାଏକ୍ବାଡ, ଟିଏସ୍‌ଏମ୍ କର୍ପୋରେଟ ସର୍ଭିସେସ ମୁଖ୍ୟ ମୋହିତ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଢେଙ୍କାନାଳ ଏସପି ଶ୍ରୀଯୁକ୍ତ ଅଭିନବ ସୋନକର ସଡ଼କ ସୁରକ୍ଷାର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ସଡ଼କ ସୁରକ୍ଷା ସମସ୍ତ ପାଇଁ ଏକ ମିଳିତ ଦାୟିତ୍ୱ ବୋଲି ସେ କହିଥିଲେ। ପଥପ୍ରାନ୍ତ ନାଟକ, ଲିଫଲେଟ ବଂଟନ ଓ ସ୍ଥାନୀୟ ଆଇନ ପ୍ରଣୟନକାରୀ କର୍ତ୍ତୃପକ୍ଷଙ୍କ ସହ ସହଯୋଗିତା ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କରେ ପ୍ରଚାର ପ୍ରସାର କରିବା, ଦୁର୍ଘଟଣା କମ୍ କରିବା ଏବଂ ଆମ ସଡ଼କଗୁଡ଼ିକୁ ସମସ୍ତଙ୍କ ପାଇଁ ସୁରକ୍ଷିତ ରଖିବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।
ସ୍ଥାନୀୟ ଆଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ଗାଡ଼ି ଚାଳନା ସମ୍ପର୍କରେ ସୂଚିତ କରିବା ସହ ଟ୍ରାଫିକ ନିୟମ, ଦାୟିତ୍ୱପୂର୍ଣ୍ଣ ଗାଡ଼ିଚାଳନା ଓ ପଥଚାରୀଙ୍କ ସୁରକ୍ଷା ଉପରେ ସଚେତନତ କରିବା ଲାଗି ଏକ ସଡ଼କ ସୁରକ୍ଷା ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ଏହି ଅଭିଯାନରେ ବେଗ ନିୟନ୍ତ୍ରଣ, ଗାଡ଼ି ଚଲାଇବା ବେଳେ ଅନ୍ୟମନସ୍କ ନ ହେବା, ହେଲମେଟ୍ ଓ ସିଟ୍‌ବେଲ୍‌ଟ ପିନ୍ଧିବାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଛି।

Leave A Reply

Your email address will not be published.

four × five =

21:05