ଶୁଣିଲା ନାହିଁ ପ୍ରଶାସନ ତାହା କଲେ ଛୋଟପିଲା ଓ ଗ୍ରାମବାସୀ !

ଢ଼େଙ୍କାନାଳ: କେଉଁଠି ଜଙ୍ଗଲ ଜାଗାରେ, କେନାଲ ହୁଡାରେ ରାସ୍ତା ହେଉଛି ତ କେଉଁଠି ଅପlନ୍ତରିଆ ଜାଗାରେ ପିଲାଙ୍କ ପାର୍କ, ଏନ. ଏ .ସି. କର୍ତୃପକ୍ଷଙ୍କୁ ବାରମ୍ବାର ଦାବି କଲେ ମଧ୍ୟ ହୋଇପାରୁ ନାହିଁ ଦୈନନ୍ଦିନ ଯାତାୟତ ରାସ୍ତା ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ .ଏ .ସି .ରେ କୁନିକୁନି ପିଲାମାନେ ଦୈନନ୍ଦିନ ଯାତାୟତ ରାସ୍ତା ନିଜେ ତିଆରି କରିବାଭଳି ଦୁଖଃଦ ଘଟଣା । କୌଣସି ସ୍ଥାନରେ ରାସ୍ତା ଭାଙ୍ଗିଗଲେ, ପୋଲ ଭାଙ୍ଗିଗଲେ ବର୍ଷବର୍ଷ ଧରି ନିର୍ମାଣ ହୋଇପାରୁନଥିବା ବେଳେ କେଉଁଠି ଜଙ୍ଗଲ ଜାଗାରେ, କେନାଲ ହୁଡାରେ ରାସ୍ତା ହେଉଛି ତ କେଉଁଠି ଅପlନ୍ତରିଆ ଜାଗାରେ ପିଲାଙ୍କ ପାର୍କ ନାମରେ, ମାଟିମୋରମ ରାସ୍ତା ନାମରେ ଅଧିକାଂଶ ୱାର୍ଡରେ ଅଧାପାହାନ୍ତିଆ ନିର୍ମାଣ ହୋଇ ବିଲ ପାସ ହୋଇଯାଉଛି ତ କେଉଁଠି କାମ ନହୋଇ କୋଟି କୋଟି ଟଙ୍କାର ବିଲ ହୋଇଯାଇଛି। ତେବେ ହିନ୍ଦୋଳ ଏନଏ ସି
ୱାର୍ଡନଂ ୯ ପୁରୁଷୋତ୍ତମପୁର ହରିଜନ ସାହିକୁ ନିତିଦିନିଆ ଚଲା ରାସ୍ତାପାଇଁ ଏନଏ ସି କର୍ତୃପକ୍ଷଙ୍କୁ ବାରମ୍ବାର ଦାବି ସତ୍ୱେ ରାସ୍ତା ନହେବାରୁ ଏବଂ ସ୍କୁଲ କଲେଜ ଛାତ୍ରଛାତ୍ରୀ, ଗ୍ରାମବାସୀ, ରୋଗୀଙ୍କ ସମସ୍ୟା ବାରମ୍ବାର ହେବାରୁ ଆଜି ଗ୍ରାମର ପାଠ ପଢା ଛୋଟଛୋଟ ପିଲା ଓ କିଛି ଗ୍ରାମବାସୀ ରାସ୍ତାଟିକୁ ଡଷ୍ଟ ମାଟି ପକାଇ ନିର୍ମାଣ କରୁଥିବା ଦେଖିବାକୁ ମିଳିଥିଲା। ଏସମ୍ପର୍କରେ ପୁରୁଷୋତ୍ତମପୁର ଗ୍ରାମବାସୀଙ୍କ କହିବାକଥା ଗ୍ରାମକୁ ଆଉକିଛି ରାସ୍ତା ବାକି ରହିଯାଇଥିଲା ବେଳେ ଏହା ଏକ ହାତୀ ପ୍ରବଣ ସ୍ଥାନ, ଗ୍ରାମବାସୀଙ୍କ ସମେତ ଛାତ୍ରଛାତ୍ରୀ ମାନେ ମଧ୍ୟ ଯାତାୟତ କରିବାରେ ନାହିଁନଥିବା ଅସୁବିଧାରେ ପଡୁଛନ୍ତି। ଏନ ଏ ସି କର୍ତୃପକ୍ଷଙ୍କୁ ବାରମ୍ବାର ଦାବି କରିଥିଲେ ମଧ୍ୟ ଫଳ କିଛି ନହେବାରୁ ଆମେ ବାଧ୍ୟହୋଇ ରାସ୍ତାଟିକୁ ନିର୍ମାଣ କରୁଛୁ।ତେବେ ଏହି ଲଜ୍ୟାଜନକ ଦୁଃଖଦ ଘଟଣା ପାଇଁ ସହରର ବୁଦ୍ଧିଜୀବୀ ଜନସାଧାରଣ ତୀବ୍ର ନିନ୍ଦା କରିବା ସହ ତୁରନ୍ତ ଉକ୍ତ ରାସ୍ତାଟିକୁ ଏନ .ଏ .ସି .କର୍ତୃପକ୍ଷ ନିର୍ମାଣ କରିବାପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.

4 + seven =

21:12