“ସମ୍ୱିତ ଇକୋ ଗାର୍ଡେନ ” ପରିସର ରେ ନୂଆ ବର୍ଷ -୨୦୨୫ ଉପଲକ୍ଷେ ବନ୍ଧୁ ମିଳନ !

ଢ଼େଙ୍କାନାଳ: ନୂଆ ନାଗେନା “ସମ୍ୱିତ ଇକୋ ଗାର୍ଡେନ ” ପରିସର ରେ ନୂଆ ବର୍ଷ -୨୦୨୫ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆୟୋଜିତ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଗନ୍ଦିଆ,ଢେ଼ଙ୍କାନାଳ ସଦର ବ୍ଲକ ଓ ଢେ଼ଙ୍କାନାଳ ମ୍ୟୁନିସପାଲିଟି ର ମୋର ଅନେକ ରାଜନୈତିକ ସହଯୋଗୀ ମାନେ ଉପସ୍ଥିତ ରହି ଢେ଼ଙ୍କାନାଳ ର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ରାଜ୍ୟ ରେ ସରକାର ପରିବର୍ତ୍ତନ ହୋଇଥିବା ଦୃଷ୍ଟିରୁ ଅଞ୍ଚଳ ର ବିଭିନ୍ନ ସମସ୍ୟା ଓ ତାର ସମାଧାନ ନେଇ ସରକାର ଙ୍କ ଦୃଷ୍ଟି କୁ ଅଣାଯିବା ପାଇଁ ବୈଠକ ରେ ନିଷ୍ପତି ଗ୍ରହଣ କରାଗଲା । ଢେ଼ଙ୍କାନାଳ ର ମୁଖ୍ୟ ମେଡ଼ିକାଲ୍ ସମେତ ବିଭିନ୍ନ ମେଡ଼ିକାଲ୍ ରେ ଡାକ୍ତର ପଦବୀ ପୂରଣ କରାଯିବା, ଗନ୍ଦିଆ ମେଡ଼ିକାଲ୍ ରେ ପୋଷ୍ଟ ମର୍ତମ ସେଣ୍ଟର କାର୍ଯ୍ୟକ୍ଷମ କରିବା , ଗନ୍ଦିଆ କୁ ଏନ୍ ଏ ସି ଘୋଷଣା କରିବା , ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ପ୍ରକ୍ରିୟା ରେ ” ପ୍ରସ୍ତାବିତ “ଗନ୍ଦିଆ ନିର୍ବାଚନ ମଣ୍ଡଳୀ” କୁ ଅନ୍ତର୍ଭୁକ୍ତ କରିବା , କପିଳାସ , ସପ୍ତଶଯ୍ୟା ଓ ମହିମା ଗାଦି ର ସୋନ୍ଦର୍ଜିକରଣ ପାଇଁ ପଦକ୍ଷେପ ନେବା , ଯୋରନ୍ଦା ଫାଣ୍ଡି ଓ ଭାପୁର ଫାଣ୍ଡି କୁ ଥାନା ରେ ପରିଣତ କରିବା ,ଢେ଼ଙ୍କାନାଳ ର କୃଷି ଭିତ୍ତିକ ଶିଳ୍ପ ଗୋବିନ୍ଦ ପୁର ସୂତା କଳ ଓ ମ୍ୟାଙ୍ଗୋ ହବ୍ କୁ ପୁନଃ ଉଦ୍ଧାର କରିବା , ବ୍ରାହ୍ମଣୀ ନଦୀ କୁଳ ରେ ଥିବା ୮ ଟି ପଂଚାୟତ ରେ ମେଗା ଲିଫ୍ଟ ପଏଣ୍ଟ ଯୋଜନା କାର୍ଯ୍ୟକାରୀ କରିବା ଓ ଢେ଼ଙ୍କାନାଳ ରେ ଅତି କମ୍ ରେ ୩ ଟି ଶୀତଳ ଭଣ୍ଡାର ନିର୍ମାଣ ନେଇ ପଦକ୍ଷେପ ନେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କୁ ଅନୁରୋଧ କରାଯିବା ପାଇଁ ଉପସ୍ଥିତ ଥିବା ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ । ଏହି ବୈଠକ ରେ ଗନ୍ଦିଆ ର ପୂର୍ବତନ ସରପଂଚ ମଙ୍ଗରାଜ ବାରିକ ସଭାପତିତ୍ବ କରିଥିବା ବେଳେ ଢେ଼ଙ୍କାନାଳ ର ବରିଷ୍ଠ ଓକିଲ ଦିପ୍ତିସ ପ୍ରସାଦ ପଟ୍ଟନାୟକ , ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଳୟ ସିଂ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସନାତନ ସାହୁ , ଶଙ୍କର ପୁର ର ପୂର୍ବତନ ସରପଂଚ ରମେଶ ରାଉତ,ଷଡ଼ଙ୍ଗୀ ସେବା ସମବାୟ ସମିତି ର ସଭାପତି ଗୋବର୍ଦ୍ଧନ ନାୟକ, ରତନପୁର ସେବା ସମବାୟ ସମିତି ର ସଭାପତି ସୁଖବନ୍ଧୁ ଦାସ ,ଢେ଼ଙ୍କାନାଳ ମ୍ୟୁନିସପାଲିଟି ର ପୂର୍ବତନ ଭାଇସ ଚେୟାର ମ୍ୟାନ ସୁମିତ୍ରା ଭୋଇ , ସପ୍ତଶଯ୍ୟା ର ପୂର୍ବତନ ସମିତି ସଭ୍ୟ ମାନସ ବାଘ,ଢେ଼ଙ୍କାନାଳ ମ୍ୟୁନିସପାଲିଟି ର ପୂର୍ବତନ କାଉନସିଲର ଲିଙ୍ଗରାଜ ସାହୁ ,ପୂର୍ବତନ କାଉନସିଲର ସୁବ୍ରତ ନନ୍ଦ,ଓକିଲ ଶେଷାନନ୍ଦ ମିଶ୍ର କପିଳାସ ସେବାୟତ ସଂଘ ର ସମ୍ପାଦକ ଗୁରୁ ଚରଣ ମହାପାତ୍ର , ବସନ୍ତ ମଲିକ,ଗୋପାଳ ମହାରଣା ,ପ୍ରମୋଦ ପ୍ରଧାନ ,ଯୁବନେତା ଅସିତ୍ ମହାନ୍ତି, ଭାଗ୍ୟବାନ ପ୍ରଧାନ, ସରୋଜ ମହାଳିକ , ଶ୍ରୀଧର ପାତ୍ର, ଟଙ୍କଧର ବାରିକ ଙ୍କ ସମେତ ଶତାଧିକ ନେତ୍ରୁ ସ୍ଥାନୀୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

twenty − seven =

21:10