ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସରେ ‌ବାର୍ଷିକ ଉତ୍ସବ ଉଦ୍ ଯାପିତ !

ଢେଙ୍କାନାଳ : ଗଁଦିଆ ବ୍ଳକର ସରକାରୀ ଉଚ୍ଚ ବିଦ୍ୟାଳୟ କପିଳାସରେ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଶାମଣି ଦେଇଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଢେଙ୍କାନାଳ ରୁଦ୍ର ପ୍ରସନ୍ନ ପରିଜା ଚାପମୁକ୍ତ ହୋଇ ଅଧ୍ୟୟନ କଲେ ପିଲାର ସାମଗ୍ରୀକ ବିକାଶ ହୋଇପାରିବ ମତବ୍ୟକ୍ତ କରିଥିଲେ। ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶାର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ପିଲାମାନେ ଭଲ ମଣିଷ ହେବାପାଇଁ ସ୍ବପ୍ନ ଦେଖି ସ୍ବପ୍ନକୁ ସାକାର କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଢେଙ୍କାନାଳ କବିତା ଦାସ ପିଲାମାନେ ଦେଶର ଭବିଷ୍ୟତ। ଏଣୁ ପିଲାମାନଙ୍କୁ ମଣିଷ ପରି ମଣିଷ‌‌‌ ହେବାପାଇଁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମନୋରଞ୍ଜନ ସାହୁ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଯୁଗଳ କିଶୋର ମିଶ୍ର,ବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ବିପିନ ବିହାରୀ ବେହେରା ଓ ସିଆରସିସି ରଶ୍ମି ରଂଜନ ଦାଶ ଉଦ୍ ବୋଧନ ଦେଇଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ସନ୍ତୋଷିନୀ ହୋତା ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିଶାମଣି ଦେଇ ବାର୍ଷିକ ବିବରଣୀ ପାଠ କରିଥିଲେ।ବିଦ୍ୟାଳୟରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ପଞ୍ଚସଖା ଶିକ୍ଷାସେତୁର ସଭାପତି ଯୁଗଳ କିଶୋର ମିଶ୍ର ଓ ପରିଚାଳନା ପରିଷଦ ସଭାପତି ବିପିନ କୁମାର ବେହେରାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାକ୍ତନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ନିମନ୍ତ୍ରିତ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନକରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ପରେ ପରେ ରଙ୍ଗା ରଙ୍ଗ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା। ପରିଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ମନସ୍ଵିନୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

4 × 5 =

21:07