ଢେଙ୍କାନାଳ: ସ୍ଥାନୀୟ ସରକାରୀ ଶିଳ୍ପ ତାଲିମ୍ ଅନଷ୍ଠାନ, ବୋରାପଦା,ଢେଙ୍କାନାଳରେ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ ମାନଙ୍କର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇ ଅପରାହ୍ନରେ ଉଦ୍ ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଦର,ଓଡାପଡା,ହିନ୍ଦୋଳ ଏବଂ ଗଁଦିଆ ବ୍ଲକ୍ ର ୧୧୪ ଜଣ ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ ବୃନ୍ଦ ଯୋଗଦେଇଥିଲେ।ଏଥିରେ ଅନୁଷ୍ଠାନର ଅଧ୍ୟକ୍ଷ ଜଗଦିଶ ହାଇମ୍ବୁ,ସହକାରୀ କର୍ମ ନିୟୋଜନ ଅଧିକାରୀ ମାନସ ରଂଜନ କାଣ୍ଡି ବାବୁ ଯୋଗ ଦେଇ ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ ମାନଙ୍କୁ ସରକାରୀ ଆଟିଆଇରେ ସାଧାରଣ ବର୍ଗ ଓ ସଂରକ୍ଷିତ ବର୍ଗର ଛାତ୍ରୀ,ଛାତ୍ରମାନଙ୍କ ପାଇଁ ବିଭିନ୍ନ ବିଭାଗରେ ବିଭିନ୍ନ ଟ୍ରେଡ୍ ଗୁଡ଼ିକ,ସମୟ ଅବଧି,ସ୍ଥାନ ସଂଖ୍ୟା,ଆବେଦନ ପ୍ରଣାଳୀ ,ଏଠାରେ ଉପଲବ୍ଧ ବିଭିନ୍ନ ସୁବିଧା ସୁଯୋଗ,ବିଭିନ୍ନ ବୃତ୍ତି ଓ ଷ୍ଟାଇପେଣ୍ଡ,ପ୍ରତ୍ୟକ୍ଷ ଅଭିଜ୍ଞତା ପାଇଁ ବିଭିନ୍ନ ଶିଳ୍ପାନୁଷ୍ଠାନ ମାନଙ୍କରେ ଭ୍ରମଣ ବ୍ୟବସ୍ଥା,ବିଭିନ୍ନ କମ୍ପାନୀ ଗୁଡିକରେ ମାସିକ ଭତ୍ତା ସହ ତାଲିମ୍,ନିଯୁକ୍ତି ମେଳା,ପାସ୍ ପରବର୍ତ୍ତୀ ନିଯୁକ୍ତି ସୁଯୋଗ ଏବଂ ଦକ୍ଷତା ବିକାଶର ଆବଶ୍ୟକତା ବିଷୟରେ ବୁଝାଇଥିଲେ ।ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଡ.ଅନୁପମା ମିଶ୍ର, ପ୍ରାକ୍ତନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି ଆଲୋଚନାଚକ୍ରରେ ସ୍ଵତନ୍ତ୍ର ନିମନ୍ତ୍ରିତ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନକରି କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ।ଏହି ସମ୍ମିଳନୀରେ ସରକାରୀ ଶିଳ୍ପ ତାଲିମ୍ ଅନଷ୍ଠାନ,ବୋରାପଦା,ଢେଙ୍କାନାଳର ୩ ଜଣ ରୋଲ୍ ମଡେଲ ମଧ୍ୟ ଯୋଗ ଦେଇଥିଲେ ଏବଂ ଅଧ୍ୟକ୍ଷ ଜଗଦିଶ ହାଇବ୍ରୁ ମହାଶୟ ସେମାନଙ୍କୁ ପୁଷ୍ପଗଛ,ପ୍ରମାଣପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ପରିଶେଷରେ ଅନୁଷ୍ଠାନର ଟ୍ରେନିଙ୍ଗ ଅଫିସର ନିରୁପମା ବେହେରା ଆଇଟିଆଇର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି,ସହଯୋଗ,ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।