ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ଉଦ୍ଘାଟନ !

ଢେଙ୍କାନାଳ: ସ୍ଥାନୀୟ ଢେଙ୍କନାଳ ମହିଳା ମହବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୁମ୍ ରେ ଭାରତ ସରକାରଙ୍କ ଅଧିନସ୍ଥ କେନ୍ଦ୍ରୀୟ ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ଆନୁକୁଲ୍ୟରେ ଅଧ୍ୟକ୍ଷା ଡ.ଶକୁନ୍ତଳା ଜେନାଙ୍କ ପୌରହିତ୍ୟରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵ ବିଦ୍ୟାଳୟର ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ଉଦ୍ଘାଟନ ତଥା ପୁସ୍ତକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷା ଡ.ଶକୁନ୍ତଳା ଜେନା କାର୍ଯକ୍ରମକୁ ସର୍ବପ୍ରଥମେ ଉଦ୍ଘାଟନ କରିବା ସହିତ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଛାତ୍ରୀମାନଙ୍କୁ ସଂସ୍କୃତ କିପରି ସମାଜର ସଂସ୍କାରକ,ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶର କାରଣ,ବିଜ୍ଞାନର ସଂସ୍କୃତ ସହିତ ସମ୍ବନ୍ଧ ଏବଂ ସର୍ବଶେଷରେ ସଂସ୍କୃତ ଭାଷାର ପ୍ରାଧାନ୍ୟ ତଥା ସଂସ୍କୃତ ହିଁ ଜୀବନ ଏହି ଭଳି ପ୍ରମାଣ ସିଦ୍ଧ ତଥ୍ୟ ଉପସ୍ଥାପନା କରି ପିଲାମାନଙ୍କୁ ସଂସ୍କୃତ ପଢିବା ନିମନ୍ତେ ଉତ୍ସାହିତ କରିଥିଲେ । ଏହି ସଭାରେ ଉପସ୍ଥିତ ଥିବା ସଂସ୍କୃତ ବିଭାଗର ମୁଖ୍ୟ ବ୍ୟାକରଣଜ୍ଞ ତଥା ସଂସ୍କୃତ ଭାଷାରେ ପାଣ୍ଡିତ୍ୟ ଲାଭ କରିଥିବା ଉଦ୍ଧବ ମଲ୍ଲିକ ମହୋଦୟ,ଅତିଥି ଅଧ୍ୟାପିକା ଅର୍ଚ୍ଚନା ବେହେରା, ଆଚାର୍ୟା ତଥା ସଂସ୍କୃତ ଅଧ୍ୟୟନ କେନ୍ଦ୍ରର ସଂଚାଳକ, ଗବେଷକ ରୂପେ ନିପୁଣତା ହାସଲ କରିଥିବା ଅରିନ୍ଦମ ପାରୋଇ ମହୋଦୟ କାର୍ଯକ୍ରମକୁ ସଫଳ ରୂପେ ସଞ୍ଚାଳନ କରିଥିଲେ । ସର୍ବଶେଷରେ ସଂସ୍କୃତ ହିଁ ବିଶ୍ଵର ସବୁଠାରୁ ବିଜ୍ଞାନ ସମ୍ମତ ତଥା ଉପଯୁକ୍ତ ଭାଷା ଅଟେ ବୋଲି ମତ ପ୍ରକାଶ କରିଥିଲେ। ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ଏହି ଆଲୋଚନାଚକ୍ରରେ ସ୍ଵତନ୍ତ୍ର ନିମନ୍ତ୍ରିତ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ସଂସ୍କୃତ ହେଉଛି ବିଶ୍ଵ ଭାଷା ଓ ବିଶ୍ଵର ଅନେକ ଭାଷାର ଜନନୀ, ତେଣୁ ଏହାର ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ ଓ ଏହି ସଫଳ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ସଂସ୍କୃତ ଅତିଥି ଅଧ୍ୟାପିକା ଅର୍ଚ୍ଚନା ବେହେରା କାର୍ଯକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

14 + nineteen =

20:44