ଭୁବନ ଶ୍ରୀ ମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ପାଳିତ !

ଢ଼େଙ୍କାନାଳ : ଭୁବନ ବ୍ଲକ ଅନ୍ତର୍ଗତ ଅନଳ ଶ୍ରୀ ମା ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀମତୀ ଗାୟତ୍ରୀ ପାତ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବାର୍ଷିକୋତ୍ସବ ରେ ବ୍ଲକ ଶିକ୍ଷାଧିକାରୀ ଅଦ୍ଵୈତ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଲ ମଣିଷ ହୁଅ, ରାଷ୍ଟ୍ର ଭକ୍ତ ହୋଇ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ବାନ ଦେଇଥିଲେ ।ମୁଖ୍ୟବକ୍ତା ଭାବେ ଯୋରନ୍ଦା ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଗନ ବିହାରୀ ନାୟକ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ସରପଞ୍ଚ ଶ୍ରୀନିବାସ ବେହେରା,ପୂର୍ବତନ ପ୍ରଧାନ ଶିକ୍ଷକ ଅକ୍ଷୟ ନାୟକ,ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ଦାସ,ରମେଶ ନାୟକ ଓ ଲକ୍ଷ୍ମୀଧର ସାହୁ ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

Leave A Reply

Your email address will not be published.

4 × four =

02:33