ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆୟୋଜନ ନିମନ୍ତେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢ଼େଙ୍କାନାଳ : ଯୋରନ୍ଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭା ଗୃହଠାରେ ଜିଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆୟୋଜନ ନିମନ୍ତେ ଦ୍ୱିତୀୟ ତଥା ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵପ୍ରସିଦ୍ଧ ମାଘମେଳା କିଭଳି ଶାନ୍ତିଶୃଙ୍ଖଳା ମଧ୍ୟରେ ଆୟୋଜିତ ହେବ ସେଥିପାଇଁ ସେ ମାଦକ ଦ୍ରବ୍ୟ ବ୍ୟବହାର ଓ ବିଶୃଙ୍ଗଳାକାରୀଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ମେଳାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଗାଦି ମନ୍ଦିର, ଆଶ୍ରମ, ମେଳା ପଡ଼ିଆ ପରିଦର୍ଶନ କରି ସାଧୁବାବା ମାନଙ୍କ ଆଲୋଚନା କରିଥିଲେ ।ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର ଆଇନ୍ ଶୃଙ୍ଖଳା ଓ ଯାନବାହାନ ଚଳାଚଳ, ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ l ବୈଠକରେ ନିତ୍ୟାନନ୍ଦ ଦାସ, ବିଶ୍ୱାନନ୍ଦ ବାବା, ରଘୁନାଥ ବାବା, ସୁଶାନ୍ତ ବାବାଙ୍କ ସମେତ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦିପ୍ତି ରଞ୍ଜନ ସେଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନ, ଗଁଦିଆ ବିଡ଼ିଓ ପବିତ୍ର କୁମାର ବେହେରା, ତହସିଲଦାର ଶ୍ରୀ ସତ୍ୟଜିତ ମହାପାତ୍ର, ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। । ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ମେଳା ଆୟୋଜନ ସଂପର୍କରେ ଅବଗତ କରାଇଥିଲେ । ୧୧ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଏହି ମେଳା ଆୟୋଜନ ନିମନ୍ତେ ଉଠା ଦୋକାନୀ ମାନଙ୍କୁ ବ୍ୟବସ୍ଥିତ ଭାବେ ବସାଇବା, ଯାତ୍ରା ପଡ଼ିଆର ଆଲୋକିକରଣ ଓ ନିରାପଦ ବିଦ୍ୟୁତ୍ ସଂଯୋଗ, ରାସ୍ତା ମରାମତି, ଉତ୍ସବ ଅବସରରେ ମଦ ଦୋକାନ ବନ୍ଦ ରଖିବା, ନିୟନ୍ତ୍ରଣ କକ୍ଷ ପରିଚାଳନା, ଆବଶ୍ୟକ ଅସ୍ଥାୟୀ ଶୌଚାଳୟ ସ୍ଥାପନ ଓ ସି.ସି. ଟିଭି କ୍ୟାମେରା ବ୍ୟବସ୍ଥା, ଯାତାୟତ ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥା, ବ୍ୟବସ୍ଥିତ ଗାଡ଼ି ପାର୍କିଂ, ଆଶୁଚ଼ିକିତ୍ସା ବ୍ୟବସ୍ଥା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ପଡ଼ିଆରେ ଜଳ ସିଞ୍ଚନ ଆଦି ସଂପର୍କରେ ବିଷଦ ଆଲୋଚ଼ନା ହୋଇଥିଲା । ବୈଠକ ଶେଷରେ ଯୋରନ୍ଦା ସରପଞ୍ଚ ଶ୍ରୀମତୀ ଆରତୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 − 12 =

02:43