ଢ଼େଙ୍କାନାଳ: ଓଡ଼ିଶାର ପ୍ରସିଦ୍ଧ ଶୈବ କ୍ଷେତ୍ର କପିଳାସ ରେ ଏବେ କିଛି ବର୍ଷ ଧରି ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଙ୍କ ଆଗମନ ରାଜ୍ୟ ତଥା ରାଜ୍ୟ ବାହାରୁ ହୋଇ ଆସୁଅଛି । ଢେ଼ଙ୍କାନାଳ ଜିଲ୍ଲା ର ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ର ପ୍ରାକୃତିକ ମନୋରମ ସୋନ୍ଦର୍ୟ୍ଯ କୁ ଉପଭୋଗ କରିବା ପାଇଁ ରାଜ୍ୟ ବାହାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଏହି ପୀଠ ଟି ସରକାର ଙ୍କ ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ହୋଇ ଆସୁଅଛି । ଦେବୋତ୍ତର ବିଭାଗ ର ପରିଚାଳନା ଗତ ଅବ୍ୟବସ୍ଥା ପାଇଁ କପିଳାସ ର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉ ଙ୍କ ର ଅଚଳାଚଳ ଭୁ ସମ୍ପତ୍ତି ରୁ ଆୟ ଆସୁନାହିଁ । ଠାକୁର୍ ଙ୍କ ର ଅନେକ ଜମି ମାଫିଆ ମାନଙ୍କ ଦ୍ଵାରା ବେ ଦଖଲ ହୋଇ ସାରିଲାଣି । ଦେବୋତ୍ତର ବିଭାଗ ର କର୍ମଚାରୀ ମାନେ କେବଳ ପୀଠ ଉପରେ ଥିବା ବିଭିନ୍ନ ସଇରାତ ଗୁଡ଼ିକୁ ନିଲାମ କରି କିଛି ଆଖି ଦୃଷ୍ଟିଆ ଅର୍ଥ ରୋଜଗାର କରି ଢେ଼ଙ୍କାନାଳ ଅଫିସ ରେ ବସି ଦରମା ନେଉଛନ୍ତି । ଅତ୍ୟଧିକ ଦର ରେ କପିଳାସ ରେ ଭୋଗ ଦୋକାନ ନିଲାମ ହେବା ଯୋଗୁ ପୀଠ ରେ ଅତ୍ୟଧିକ ଦର ରେ ଭୋଗ ବିକ୍ରୟ ହେଉଛି । ଏପରିକି ଭୋଗ ନଡ଼ିଆ ଗୋଟିକ ବଜାର ଦର ୨୦/୨୫ ଟଙ୍କା ହୋଇଥିବା ବେଳେ କପିଳାସ ମନ୍ଦିର ନିକଟରେ ୭୦/୮୦ ଟଙ୍କା ଦର ରେ ଦୋକାନୀ ବିକ୍ରି କରୁଛନ୍ତି । କପିଳାସ ମନ୍ଦିର ରେ ଭୋଗ କଲେ ୧୦୦୦ ଟଂକା ର ଭୋଗ କିଣିଲେ ବି ଥାଳି ପୁରୁ ନାହିଁ ଏପରିକି ଘିଅ ଦ୍ଵିପ ୫ ଟଙ୍କା ବଦଳ ରେ ୫୦ ଟଙ୍କା ପଡୁଛି । ଗୋଟିଏ ସାଧାରଣ ଗରିବ ଲୋକ ଭୋଗ ଠାକୁର୍ ଙ୍କ ପାଖରେ ଲଗାଇବା ସମ୍ଭବ ପର ନୁହେଁ । କପିଳାସ ପୀଠ ରେ ପୂର୍ବରୁ ଦୁଇଟି ଭୋଗ ଦୋକାନ ଥିଲା ଓ ସେହି ଦୋକାନୀ ମାନେ ଭୋଗ ର ରେଟ ଚାର୍ଟ ମାରୁଥିଲେ । ଏବେ ଦେବୋତ୍ତର ବିଭାଗ ର କିଛି କର୍ମଚାରୀ ଚଂଚକତା କରି ଦୁଇଟି ଦୋକାନ କୁ ମିଶାଇ ଗୋଟିଏ ଦୋକାନ କରିଛନ୍ତି । ଫଳ ରେ ଗୋଟିଏ ଭୋଗ ଦୋକାନ ହେବାରୁ ଓ ଦେବୋତ୍ତର ବିଭାଗ ର କିଛି ନିୟନ୍ତ୍ରଣ ନ ଥିବା ରୁ ଯାତ୍ରୀ ମାନଙ୍କୁ ପୀଠ ଉପରେ ଅତ୍ୟଧିକ ଶୋଷଣ କରାଯାଉଛି ।ସେହିପରି କପିଳାସ ର ପାଦ ଦେଶ ରେ ଦେବୋତ୍ତର ବିଭାଗ ଏକ ଟୋଲ ଗେଟ ନିଲାମ ଦେଇଛନ୍ତି । ସେହି ଟୋଲ ଗେଟ ଟି ରେ ଯେଉଁ ଗାଡି ଗୁଡ଼ିକ କପିଳାସ ଠାକୁର୍ ଙ୍କ ଦର୍ଶନ କରିବାକୁ ଚାରି ଚକିଆ ଗାଡ଼ି ନେଇ ପାହାଡ ଉପରକୁ ଯାଉଛନ୍ତି ସେମାନଙ୍କ ଠାରୁ ଟୋଲ ଫିସ ଓ ପାର୍କିଂ ଫିସ ଆଦାୟ ଜୋର୍ ଜବରଦସ୍ତ ଆଦାୟ କରାଯାଉଛି । ଯେଉଁ ପର୍ଯ୍ୟଟକ ମାନେ ଡିଅର ପାର୍କ ଓ ସାଇନ୍ସ ପାର୍କ ବୁଲିବାକୁ ଆସୁଛନ୍ତି ତାଙ୍କଠାରୁ ଟୋଲ ଫିସ ଓ ପାର୍କିଂ ଫିସ ଜୋର୍ ଜବରଦସ୍ତ ଆଦାୟ ହେଉଛି । ସେହି ପରି କପିଳାସ ପୀଠ ର ସିଂହ ଦ୍ୱାର ପାଖରେ ଥିବା ଯାତ୍ରୀ ବିଶ୍ରାମ ଗାର ରେ ଦେବୋତ୍ତର ବିଭାଗ ଏକ ଅବଢ଼ା ହୋଟେଲ ନିଲାମ ଦେବା ଦ୍ଵାରା ସାଧାରଣ ଯାତ୍ରୀ ବିଶ୍ରାମ ନେବା ପାଇଁ ଯାଗା ନାହିଁ । ସିଂହ ଦ୍ୱାର ସମ୍ମୁଖ ରେ ବଡ଼ଦାଣ୍ଡ ରେ ଝୁମ୍ପୁଡ଼ି ଦୋକାନ କରି ପାନ ଦୋକାନ ଥଣ୍ଡା ଦୋକାନ ଓ ଜଳ ଖିଆ ଦୋକାନ କରି କପିଳାସ ର ପରିବେଶ କୁ ନଷ୍ଟ ଭ୍ରଷ୍ଟ କରାଯାଉଛି । ଯେଉଁ ସ ଇ ରା ତ ଗୁଡ଼ିକ ନିଲାମ ଦେବୋତ୍ତର ବିଭାଗ ରୁ ନିଲାମ ଦିଆ ଯାଇଛି ସେଥିପାଇଁ ନିର୍ଦ୍ଦିଷ୍ଟ ଯାଗା ଯୋଗାଇ ଦିଆ ଯାଉନାହିଁ । କପିଳାସ ର ପରିବେଶ ଦିନକୁ ଦିନ ଦୂଷିତ ହେବାରେ ଲାଗିଛି ।ରାଜ୍ୟର ଅନ୍ୟ ଧାର୍ମିକ ପୀଠ ସମଲେଶ୍ଵରୀ ମନ୍ଦିର ,ତାରିଣୀ ମନ୍ଦିର ଗୁଡିକରେ ଯେପରି କମ୍ ଦର ରେ ଭୋଗ ସାମଗ୍ରୀ ମିଳି ପାରୁଛି କପିଳାସ ପୀଠ ରେ ସେପରି ହେବାର ଆବଶ୍ୟକତା ରହିଛି । କପିଳାସ ପୀଠ ରେ ଦେବୋତ୍ତର ବିଭାଗ ସର୍ବସାଧାରଣ ବ୍ୟବହାର ପାଇଁ ଉଦ୍ଦିଷ୍ଟ ପାଇଖାନା ଗୁଡ଼ିକୁ ମଧ୍ୟ ନିଲାମ କରି ଅର୍ଥ ରୋଜଗାର କରୁଥିବାରୁ ସେଥିରେ ସାଧାରଣ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।ଏହି ଅବ୍ୟବସ୍ଥା ର ପ୍ରତିକାର ପାଇଁ ଏବେ କିଛିଦିନ ତଳେ “କପିଳାସ ସୁରକ୍ଷା ପରିଷଦ” ତରଫରୁ ଢେ଼ଙ୍କାନାଳ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ସୁଦ୍ଧା ତାର କିଛି ପ୍ରତିକାର କରାଯାଇ ନାହିଁ ବୋଲି ସେବାୟତ ସଂଘ୍ ର ସମ୍ପାଦକ ଗୁରୁ ଚରଣ ମହାପାତ୍ର ଜଣାଇଛନ୍ତି ।