ଆଦୃତା ଶିଶୁଗୃହରେପ୍ରତିଭା ବିକାଶ କାର୍ଯ୍ୟକ୍ରମ ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ମ୍ୟୁନିସିପାଲିଟି ଶ୍ୟାମାଚରଣପୁରସ୍ଥିତ “ଆଦୃତା” ଶିଶୁଗୃହ ଅନ୍ତେବାୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀରବିକାଶ ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ବିଶ୍ୱ ଚେତନା” ଓ ରେଡ୍‌କ୍ରସ୍ ରାପିଡ୍ ରେସ୍‌ପନ୍ସ ଟିମ୍ ପକ୍ଷରୁ ଯୋଗ ଶିକ୍ଷା, ସାଧାରଣ ଜ୍ଞାନପରୀକ୍ଷା, ଦେଶାତ୍ମବୋଧ ସଙ୍ଗୀତ ଓ ଚିତ୍ରାଙ୍କନ ଆଦି ଆୟୋଜନ କରାଯାଇଥିଲା । ସମାଜସେବୀ ତଥା ରୋଟାରିଆନ୍ ରାଜ କିଶୋରବେହେରା ଶିଶୁଗୃହ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାତୀୟ ପତାକା ଉତୋଳନ କରିବା ସହିତ ଶିଶୁ ଗୃହଅନ୍ତେବାସୀମାନଙ୍କୁ ନିଜସ୍ୱ ପରିଚୟ ସୃଷ୍ଟି କରିବା ନିମନ୍ତେ ଦୃଢ ମନୋବଳ, କଠିନ ପରିଶ୍ରମ ଓ ଅଧ୍ୟବସାୟ ଜାରି ରଖିବାକୁ ପରାମର୍ଶଦେଇଥିଲେ । ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଓ ପରସ୍ପର ସହିତ ବାଇଚାରା ଓ ସହାନୁଭୁତି ତଥା ସହଯୋଗ ରକ୍ଷା କରିଉତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ । ଯୋଗଗୁରୁ ଇଂ. ମନସ୍ୱନୀ ମିଶ୍ରଙ୍କ ପ୍ରଶିକ୍ଷଣରେ ଅନ୍ତେବାସୀମାନେ ଜିଲ୍ଲା ସ୍ତରୀୟସାଧାରଣତନ୍ତ୍ର ଦିବସ ଉତ୍ସବରେ ଚିତାକର୍ଷକ ଯୋଗାଭ୍ୟାସ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ରେଡ୍‌କ୍ରସ ରାପିଡ୍ ରେସ୍‌ପନ୍‌ସ ଗ୍ରୁପ୍ ଓବିଶ୍ୱ ଚେତନା ପକ୍ଷରୁ ଅନ୍ତେବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ପୁରସ୍କୃତ କରାଯାଇଥିଲା । ଆଦୃତା ପକ୍ଷରୁସୁଶାନ୍ତ କୁମାର ପଟ୍ଟନାୟକ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

nineteen + 12 =

20:37