ଢ଼େଙ୍କାନାଳ : ହିନ୍ଦୋଳ ଏନ୍ଏସି ସ୍ଥିତ ସେଣ୍ଟ ଜାଭିୟର ପବ୍ଲିକ୍ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ୍ ପରିଚାଳନା କମିଟି ଚେୟାରମ୍ୟାନ୍ ବିଜୟ ଦାସଙ୍କ ସଭାପତିତ୍ୱରେ ଓ ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ପଟ୍ଟନାୟକଙ୍କ ସହଯୋଗରେ ହିନ୍ଦୋଳ ଏନ୍ଏସି ୪ ନଂ ୱାର୍ଡ୍ ରେ ଅବସ୍ଥିତ ସ୍କୁଲର ଚତୁର୍ଥ ବାର୍ଷିକ ଉତ୍ସବରେ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେଉରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ବହୁମୂଲ୍ୟ ବକ୍ତବ୍ୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଉଦବୋଧନ ଦେଇ ଉନ୍ନତି ଆଧୁନିକ ଶିକ୍ଷିତ ସମାଜ ଓ ଦେଶ ଗଠନ ସହିତ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଏହିଭଳି ଅନୁଷ୍ଠାନର ଆବଶ୍ୟକତା ଓ ଉପଯୋଗୀତା ରହିଅଛି ବୋଲି କହିଥିଲେ। ସେହିପରି ମୁଖ୍ୟବକ୍ତା ଭାବରେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ କହିଥିଲେ ଶିକ୍ଷାର ମାନବୃଦ୍ଧିର ଆବଶ୍ୟକତା ଓ ପ୍ରଚେଷ୍ଟା ନିହାତି ଆବଶ୍ୟକ ରହିଛି । ଛାତ୍ରଛାତ୍ରୀମାନେ ଦେଶର ସମାଜର ଉଜ୍ବଳ ଭବିଷ୍ୟତ ତେଣୁ ଉନ୍ନତ ପରିବେଶ ଯୁକ୍ତ ଏହିପରି ଶିକ୍ଷାନୁଷ୍ଠାନ ଦରକାର। ସେହିପରି ସମ୍ମାନିତ ଅତିଥି ଭାବରେ ହିନ୍ଦୋଳ ଏନ୍ଏସି ଉପାଧ୍ୟକ୍ଷା ପ୍ରତିମା ରାଉତ, ଏବିଓ ପ୍ରକାଶ ଚନ୍ଦ୍ର ପ୍ରଧାନ,ହିନ୍ଦୋଳ କଲେଜ୍ ବରିଷ୍ଠ ଅଧ୍ୟାପକ ସୁକାନ୍ତ ପତି, ଜାଭିଅର ସ୍କୁଲ ପ୍ରିନ୍ସିପାଲ୍ ଅପରାଜିତା ଦାସ ଯୋଗଦେଇଥିଲେ। ଉକ୍ତ ଉତ୍ସବରେ କୁନି କୁନି ପିଲାମାନଙ୍କ ଦ୍ୱାରା ବିଭିନ୍ନ ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶିକ୍ଷକ ଶରତ ମହାରଣା ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବରେ କାଉନସିଲର ରିତାରାଣୀ ବେହେରା, ସୁମତି ଦେହୁରୀ, ବିଷ୍ଣୁପ୍ରିୟା ନାଏକ, ଅନୁପମା ସାହୁ,ବିଜୟ ପ୍ରଧାନ, ଶୁଭଲଷ୍ମୀ ଦେହୁରୀ,ପୂର୍ବତନ କାଉନସିଲର ରମେଶ ସାହୁ, ତପନ ପରିଡା, ବିଜୟ ଦାସ ଓ ପ୍ରଦ୍ୟୁମ୍ନ ବେହେରା ଆଦି ଯୋଗଦେଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।