ଢେଙ୍କାନାଳ : ଢେଙ୍କାନାଳ ମୀନା ବଜାର ଗାନ୍ଧିମନ୍ଦିର ରୋଡଠାରେ ସୌନ୍ଦର୍ଯ୍ୟା ପ୍ରିିମିୟମ ସ୍କିନ ଆଣ୍ଡ ଲେଜରକ୍ଲିନିକ୍ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ଶକୁନ୍ତଳା ଜେନାଫିତାକାଟି ଉଦଘାଟନ କରିଥିଲେ । ଏହି ଅନୁଷ୍ଠାନର ଉତରୋତର ଉନ୍ନତି କାମନା କରିବା ସହ ଲୋକମାନଙ୍କୁ ସେବାଦେଇ ଲୋକପ୍ରିୟ ହେଉ ବୋଲି କହିଥିଲେ । ପ୍ରଥମ ଥର ପାଇଁ ସୌନ୍ଦର୍ୟା ପରିବାର ଢେଙ୍କାନାଳ ସହରରେ ଅତ୍ୟାଧୁନିକସୌନ୍ଦର୍ଯ୍ୟ ଉପଚାରର ସୁଯୋଗ ନେଇ ଆସିଛି । ବିବାହ ପୂର୍ବରୁ ଶରୀରର ସୌନ୍ଦର୍ଯ୍ୟରେ ନିଖାର ଆଣିବା ପାଇଁ ବଡିସ୍ପା, ଷ୍ଟିମ ବାଥ, ଲାକଟିକ ଏସିଡ ବାଥ, ଟୁଥ ସ୍ପା, ପାଦ ଆଉ ହାତର ଉପଚାର କରାଯାଏ । ଲେଜର ମାଧ୍ୟ୍ୟମରେ କୋରିଆନ ଗ୍ଲାସ ଫେସିଆଲ, ହଲିଉଡ ଫେସିଆଲ ଇତ୍ୟାଦି କରାଯାଏ । ଏହା ଉଭୟେ ନାରୀ ଓ ପୁରୁଷ ମାନଙ୍କପାଇଁ ଉପଲବ୍ଧ, ଏହା ବ୍ୟତୀତ ସ୍ଥାୟୀ କେଶ ଓପାଡିବା, ଟାଟୁ ସଫା କରିବା, କ୍ରାଓଲିପୋଲ୍ସିସ୍, ଡାଇମଣ୍ଡଡର୍ମାବ୍ରାସନ୍ ଭଳି ଅତି ଆଧୁନିକ ଉପଚାର ସହରରେ ପ୍ରଥମ ଥର ପାଇଁ ନେଇଆସିଛି । ଶରୀରରୁ ଚର୍ବି କମାଇବାପାଇଁ କ୍ରାଓଲିପୋଲ୍ସିସ୍ ଭଳି ବୈଜ୍ଞାନିକ ପଦ୍ଧତିରେ ଚିକିତ୍ସା କରାଯାଏ । ଡଃ ନିରଦ ଚନ୍ଦ୍ର ରାଉତ ଓ ସ୍ମିତା ରାଣୀସାମଲଙ୍କ ତତ୍ୱାବଧାନରେ ଏହି ସ୍କିନ ଓ ଲେଜର କ୍ଲିନିକ୍ ଉଦଘାଟିତ ହୋଇଯାଇଛି ।