ଢେଙ୍କାନାଳ ଜିଲ୍ଲା ଟାଟା ଷ୍ଟିଲ୍ ମେରାମଣ୍ଡଳୀ ସ୍ଥିତ କଲୋନୀ କ୍ରିକେଟ ଗ୍ରାଉଣ୍ଡରେ ପରିସରରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ମେରାମଣ୍ଡଳୀର ମେକାନିକାଲ ରକ୍ଷଣାବେକ୍ଷଣ ମୁଖ୍ୟ କରୀ ମଣିବାବୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିକ୍ୟୁରୁଟି ବିଭାଗ ମୁଖ୍ୟ ଅଭିଷେକ ଶର୍ମା, ଟାଟା ଷ୍ଟିଲ ମେରାମଣ୍ଡଳୀର ବରିଷ୍ଠ ଅଧିକାରୀ, କର୍ମଚାରୀ,ଏବଂ ସେମାନଙ୍କ ପରିବାର ଉପସ୍ଥିତବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏବଂ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରାସୁରକ୍ଷା ଡେମୋ ପ୍ରଦର୍ଶନ କରାଯାଇଥିଲା । ଏଥିସହ ଏହି ଉତ୍ସବରେ ଉତ୍ସର୍ଗୀକୃତ ଓ ଅନୁକରଣୀୟ ସେବା ପ୍ରଦର୍ଶନ କରୁଥିବା ସୁରକ୍ଷା ଓ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।