ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢଉ !

ଢ଼େଙ୍କାନାଳ : ଭିଜିଲାନ୍ସ ଜାଲରେ ପଡିଯାଇଛନ୍ତି ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ କାର୍ଯ୍ୟରତ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଭିଜିଲାନ୍ସ ଛାପା ମାରିଛି ।

ଏକାକାଳୀନ ଭୁବନେଶ୍ୱର ପଟିଆ ସ୍ଥିତ ଭଡାଘର, ନନ୍ଦନକାନନ ସ୍ଥିତ ତିନି ମହଲା ଘର, ଅନୁଗୁଳ ତାଳଚେରରେ ଥିବା ପୈତୃକ ଘର ଓ ଢେଙ୍କାନାଳ ବଡଜୋରା ତାରିଣୀନଗର ସ୍ଥିତ ତିନିମହଲା ଘରେ ଚଢଉ ଚାଲିଛି । ଏଥିସହ ନିର୍ମାଣସୌଧରେ ଥିବା ସହକାରୀ କାର୍ଯ୍ୟା ନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଅଫିସରେ ମଧ୍ୟ ଭିଜିଲାନ୍ସ ଟିମ୍ ଛାପା ମାରିଛି । 

 ତେବେ ଏ ନେଇ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ର କହିଛନ୍ତି ତାଙ୍କ ପାଖରେ ସମସ୍ତ ସଂପତ୍ତିର ଦସ୍ତାବିଜ୍ ରହିଥିବାର କହିଥିଲେ । 

Leave A Reply

Your email address will not be published.

twelve − six =