ସାଧାରଣ ଗୃହିଣୀ ରୁ ଜିଲ୍ଲାପରିଷଦ ସଭାପତି ପଦ ହାତେଇଲେ ଅର୍ଚ୍ଚନା !

ଢ଼େଙ୍କାନାଳ : ଜିଲ୍ଲା ପରିଷଦ ସଭାପତି ଦୌଡ଼ରେ ଥିଲେ ରାଜନୀତିରେ ଅଭିଜ୍ଞ ଏକାଧିକ ନେତ୍ରୀ। ଏହି ପଦବୀରେ ବସାଇବାକୁ ସେମାନଙ୍କ ଲାଗି ଜୋରଦାର୍‌ ଲବି କରିଥିଲେ ଜିଲ୍ଲାର ଟାଣୁଆ ନେତା। ହେଲେ ଲବିକି ସାଙ୍ଗଠନିକ ପତିଆରା କିଛିକାମ ଦେଲାନି।

ସାଧାରଣ ଗୃହିଣୀ ରୁ ଜିଲ୍ଲାପରିଷଦ ସଭାପତି ପଦ ହାତେଇଲେ ।ରାଜ୍ୟ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷରେ ରାଜନୀତିର ନୂଆ କରି ପାଦ ଥାପିଥିବା ଅର୍ଚ୍ଚନା ପୁହାଣଙ୍କୁ ଏଥିଲାଗି ଚୟନ କଲେ। ଫଳରେ ଏହିପଦବୀ ଦୌଡ଼ରେ ଥିବା ଆଶାୟୀ ଏବଂ ସେମାନଙ୍କୁ ସମର୍ଥନ କରୁଥିବା ନେତାମାନେ ନିରାଶ ହୋଇଛନ୍ତି।

ଆଗଧାଡ଼ିର କାର୍ଯ୍ୟକର୍ତ୍ତା ମାନେ ଏହାକୁ ନେଇ ମୁହଁଖୋଲୁ ନଥିବା ବେଳେ ସେମାନଙ୍କ କେତେଜଣ ସମର୍ଥକ ଏଭଳି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ଚଳିତ ନିର୍ବାଚନରେ ଢେଙ୍କାନାଳ ଜିଲ୍ଲା ପରିଷଦ ପଦବୀ ମହିଳା ବର୍ଗ ଲାଗି ସଂରକ୍ଷିତ ରହିଥିଲା। ଏହି ଦୌଡ଼ରେ ସଦର ବ୍ଲକର ୨ଜଣ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ସଭାପତିହେବେ ବୋଲି ଜିଲ୍ଲା ବିଜେଡରେ ଚର୍ଚ୍ଚା ଜୋର୍‌ ଧରିଥିଲା।

ତେବେ ରବିବାର ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ
ନାଟକୀୟ ଘଟଣାକ୍ରମେ ଗଁନ୍ଦିଆ ବ୍ଲକ ୩ନଂ .ଜୋନ୍‌ର ଅର୍ଚ୍ଚନା ପୁହାଣ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଦଳୀୟ ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତକ୍ରମେ ତାଙ୍କୁ ଏହି ପଦବୀ ଲାଗି ଚୟନ କରାଯାଇଥିବା କୁହାଯାଉ ଥିଲେ ମଧ୍ୟ ଜିଲ୍ଲା ପରଷଦି କାର୍ଯ୍ୟାଳୟ ପରିସରରେ କେତେକ ବିଜେଡି କର୍ମୀ ଏଭଳି ନିଷ୍ପତ୍ତି ବିରୋଧରେ ଅସେନ୍ତାଷ ପ୍ରକଟ କରିବା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏ ନେଇ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ କୁମାର ନାୟକ କୁହନ୍ତି, ଦଳୀୟ ସଭାପତିଙ୍କ ମୋହର ବାଜିବା ପରେ ସର୍ବସମ୍ମତ କ୍ରମେ ଅର୍ଚ୍ଚନା ପୁହାଣ ଜିଲ୍ଲା ପରିଷଦ ସଭାପତିଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଏଭଳିଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଦିଆଯାଇଥିବାରୁ ଅର୍ଚ୍ଚନା ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ, ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ଜିଲ୍ଲାର ସାସଂଦ ମହେଶ ସାହୁ , ସମସ୍ତ ବିଧାୟକମାନଙ୍କୁ ଏବଂ ସାଥୀକର୍ମୀଙ୍କୁ ଦେଇଛନ୍ତି।

ସେହିପରି ଦିର୍ଘ ୨୫ବର୍ଷ ପରେ ନିଜ ଅଞ୍ଚଳର ଜଣେ ଝିଅ ଜିଲ୍ଲା ପରଷଦି ସଭାପତି ହୋଇଥବାରୁ ପୂର୍ବତନ ବିଧାୟକ ନବୀନ ନନ୍ଦ ମୁଖ୍ୟମନ୍ତ୍ରୀ, ସ୍ଥାନୀୟ ବିଧାୟକଙ୍କୁ ଏଥିଲାଗି କୃତଜ୍ଞତା ଜ୍ଞାପନ କରିଛନ୍ତି।

ନିର୍ବାଚନ ପ୍ରକ୍ରିୟା ବେଳେ ଜିଲ୍ଲା ପରଷଦି କାର୍ଯ୍ୟାଳୟ ପରିସରରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

7 − one =