ଲୁଟ୍‌ଘଟଣାର ଦେଢ଼ମାସ ପରେ ପୋଲିସ ୩ ଅଭିଯୁକ୍ତ ଗିରଫ  !

  ଢେଙ୍କାନାଳ :  ସଦର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଫାଣ୍ଡି ବଳଦିଆବନ୍ଧର ସାଇପ୍ରସା ଦାସଙ୍କ ଘରୁଗତ ଫେବୃଆରୀ ୧୧ରେ ହୋଇଥିବା  ଲୁଟ୍‌ଘଟଣାର ଦେଢ଼ମାସ ପରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେମାନେ ହେଲେ ବଳଦିଆବନ୍ଧ ଗ୍ରାମର ରଶ୍ମିରଞ୍ଜନ  ସାହୁ
ଓରଫ୍‌ ଗାନ୍ଧୀ (୩୮), ମିଥୁନ ମଲ୍ଲିକ ଓରଫ୍‌ପିଣ୍ଟୁ (୨୩) ଏବଂ ଗୋବିନ୍ଦପୁର ବାରବାଙ୍କ ସାହିର ତୋଫାନ୍‌ ମଲ୍ଲିକ (୩୨)।ବଳଦିଅବନ୍ଧ  ଲୁଟ୍‌ ଘଟଣାରେ ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ ନଗଦ ୫ଲକ୍ଷ ୪୧ହଜାର ଟଙ୍କା, ବାଇକ ( ଓଡ଼ି୦୬କେ୮୨୩୪), ଅଟୋରିକ୍ସା  (ନଂ .ଓଡ଼ି ୧୯ କେ୬୯୯୮), ଗୋଟିଏ ସୁନା ମଙ୍ଗଳସୂତ୍ର, ୨ ହଳ କାନଫୁଲ, ଗୋଟିଏ ସୁନା ମୁଦିଏବଂ ୨ଟିସୁନାହାର ଜବତ କରିଛି।

ଲୁଟ୍‌ ଟଙ୍କାରେ ତୋଫାନ୍‌ ଉକ୍ତ ବାଇକ୍‌ କିଣିଥିବା ପୋଲିସ ସ୍ପଷ୍ଟ କରିଛି। ଏ ନେଇ ସେହି ସମୟରେ ସଦର ଥାନାରେ ନଂ .୮୫/୨୨ରେ ଏକ ମାମଲା ରୁଜୁ କରାଯାଇଥଲା।  ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

11 + two =