ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାସ୍ଥିତ ସ୍ଥାନୀୟ ପୁରୁଣା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ନୂତନ ବର୍ଷ ଓ ଢେଙ୍କାନାଳ ଗଡଜାତର ସ୍ୱାଭିମାନ ଦିବସ ଅବସରରେ ଦୈନିକ ଖବର କାଗଜ “ଆଗେଇବା”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା “ଆଗେଇବା”ଖବର କାଗଜର ସଂପାଦକ ମହେଶ ସାହୁ ସଭାପତିତ୍ୱ କରି ଖବରକାଗଜକୁ ଦୈନିକ ଖବରକାଗଜ କରିବା ପଛରେ ଥିବା ସଂଘର୍ଷକୁ ବଖାଣିଥିଲେ ।୧୯୮୦ ମସିହାରୁ ଖବରକାଗଜ କିଭଳି ଭାବରେ ମାସିକ ପ୍ରକାଶ ପାଇଥିଲା, ପରେ ପାକ୍ଷିକ ଓ ସାପ୍ତାହିକ ଭାବେ ଦୀର୍ଘ ୪୪ ବର୍ଷ ପ୍ରକାଶିତ ହେବା ପରେକିଛି ଶୁଭେଚ୍ଛୁଙ୍କ ଅନୁରୋଧ କ୍ରମେ ପରିଶେଷରେ ଦୈନିକ ଖବରକାଗଜ “ଆଗେଇବା”ରେ ପରିଣତ ହୋଇ ଆଜି ଲୋକଲୋଚନକୁ ଆସିଛି, ସେ ସଂପର୍କରେନିଜର ମତ ଉପସ୍ଥାପନ କରିଥିଲେ । ଏଥିସହ ଶ୍ରୀ ସାହୁ ଜିଲ୍ଲା ତଥା ଗ୍ରାମାଂଚଳର ବିକାଶ ଓ ସତ୍ୟ ଖବର ଉପରେ ଆଧାରିତ ଖବର ପ୍ରସାରିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ବାଧକ ସାଜୁଥିବା ଲୋକଙ୍କ ପାଇଁ ଏହି ଖବରକାଗଜ ଆଗେଇବା କାର୍ଯ୍ୟ କରିବ ବୋଲି କହିଥିଲେ । ଆଗାମୀ ଦିନରେଆଗେଇବା ଖବରକାଗଜ ମାଧ୍ୟମରେ ବିଭିନ୍ନ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ବିକାଶର ଧାରା ଦ୍ୱାରା କିଭଳି ଜନସାଧାରଣ ଉପକୃତ ହେବେ ତାହାଖବରକାଗଜ “ଆଗେଇବା”ର ମୁଖ୍ୟ ଉଦ୍ଦେଶ୍ୟ । ଅନ୍ୟପକ୍ଷେ “ଆଗେଇବା” ଖବରକାଗଜ କୌଣସି ବିଜ୍ନେସ୍ ପ୍ରପୋଜାଲ୍ ପାଇଁ ପ୍ରକାଶିତ ହେଉନାହିଁବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ ଯୋଗଦେଇ ସ୍ୱାଭିମାନ ଦିବସ ଉପଲକ୍ଷେ ଲୋକାର୍ପଣ ହୋଇଥିବା ଦୈନିକ ଖବରକାଗଜ “ଆଗେଇବା”କୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଏଥିସହ ନୀରପେକ୍ଷ ଭାବେ ଖବର ପ୍ରସାରଣକରି କାର୍ଯ୍ୟକରୁଥିବା ଗଣମାଧ୍ୟମ ପ୍ରତିନିଧିମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ କୃଷ୍ଣ କୁମାର ମିଶ୍ର ଯୋଗଦେଇଏଭଳି ଏକ ଖବରକାଗଜକୁ ଦୈନିକ ଖବରକାଗଜ ଭାବେ ପ୍ରକାଶ କରିପାରିଥିବାରୁ \”ଆଗେଇବା\’ର ସଂପାଦକ ଶ୍ରୀ ସାହୁଙ୍କୁ ଧନ୍ୟବାଦ ଜଣାଇବା ସହତାଙ୍କ ଜୀବନକାଳ ଭିତରେ ସେ ନିର୍ଭିକ ଖବର ପ୍ରସାରଣ କରି କିପରି ମାମଲାର ଛନ୍ଦି ହେବା ସହ କୋର୍ଟରେ ହାଜର ହୋଇଥିଲେ ସେ ସଂପର୍କରେଆଲୋକପାତ କରିଥିଲେ । ନିର୍ଭିକ ଓ ନିଚ୍ଛକ ସମ୍ବାଦ ପରିବେଷଣ କରିପାରିଲେ ସାମ୍ବାଦିକ ଜୀବନ ସାର୍ଥକ ହୋଇପାରିବ ବୋଲି କହିଥିଲେ । ସାମ୍ବାଦିକତାପଛରେ କେତେବେଳେ ପୂର୍ବତନ ଲାଗେନାହିଁ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଭୂବନ ପୌରପାଳିକା ଅଧ୍ୟକ୍ଷ ସୁଭେନ୍ଦୁ ସାହୁ, ଭୁବନ ପୂର୍ବତନବ୍ଲକ୍ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଆଦର୍ଶ ପ୍ଲସ୍ର ଏଡିଟର ସୁଶାନ୍ତ ପାଣି, ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ହିନ୍ଦୋଳ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ଆମପ୍ରତିବା ଆମ ସମ୍ମାନର ସଭାପତି ପ୍ରିୟ ରଞ୍ଜନ ମାହୁଁନ୍ତ ଯୋଗଦେଇଥିଲେ । ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ମାତୃପ୍ରସାଦ ମିଶ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ସତ୍ୟନାରାୟଣ କର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ସମାଜସେବୀ କୁଶିଦା ବେଗମ୍ ମହେଶସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ “ଆଗେଇବା”ର ଜିଲ୍ଲା ପ୍ରତିନିଧି ଶ୍ୟାମ ସୁନ୍ଦର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ପୁହାଣ ଆଗେଇବା ଜିଲ୍ଲା ପ୍ରତିନିଧି ଶ୍ୟାମସୁନ୍ଦର ସାହୁ, ହିନ୍ଦୋଳର ପ୍ରଶାନ୍ତ ଦାସ, ହିନ୍ଦୋଳ ଏନ୍ଏସି ଶ୍ରୀକାନ୍ତ କୁମାର, କଙ୍କଡାହାଡର ପବିତ୍ର ମୋହନ ବରାଳ,ଭୁବନ ଏନ୍ଏସି ଦେବାନନ୍ଦ ସାହୁ, ଓଡାପଡା ନିରଞ୍ଜନ ସାହୁ, କାମାକ୍ଷାନଗର ବ୍ରଜକିଶୋର ଗଡନାୟକ ପ୍ରମୁଖଙ୍କୁ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲାା ଅନ୍ୟମାନଙ୍କ ମଧ୍ୟରେ ପ୍ରଗତିବାଦୀର ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ପଟ୍ଟନାୟକ, ସବୁରିକଥା ସମ୍ପାଦକ ସଦାଶିବ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।