ଢେଙ୍କାନାଳରେ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଓ ସୁଶାସନ ଦିବସପାଳନ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ !

ଢେଙ୍କାନାଳ: ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଓ ସୁଶାସନ ଦିବସ ସ୍ଥାନୀୟ ଦକ୍ଷିଣକାଳୀସ୍ଥିତ ବିଜେପି କାର୍ଯ୍ୟାଳୟରେ ପାଳନ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଜପେୟୀଙ୍କ ତୈଳଫଟୋ ଚିତ୍ରରେ କାର୍ଯ୍ୟକର୍ତାଙ୍କ ସହିତ ପୁଷ୍ପମାଲ୍ୟଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରି ସେ ଏକଧାରରେଜଣେ ରାଷ୍ଟ୍ରନାୟକ, ରାଷ୍ଟ୍ରଭକ୍ତ, ପ୍ରବୀଣ ରାଜନୈତିଜ୍ଞ, ସୁବକ୍ତା, ସୁଚିନ୍ତକ, ଲେଖକ ଓ କବି ଥିଲେ । ଜଣେ ସାଲିସ୍ ବିହୀନ ରାଜନେତାତଥା ନିଷ୍ପତିରେ ଅଟଳ ଭାବେ ସେ ବେଶ୍ ପରିଚିତ ଥିଲେ, ଯାହାର ଜ୍ୱଳନ୍ତ ପ୍ରମାଣ ପୋଖରାନରେ ପରମାଣୁ ପରୀକ୍ଷଣ, ୧୯୯୯ରେଗୋଟିଏ ଭୋଟ୍ ପାଇଁ କେନ୍ଦ୍ରରେ ସରକାର ପତନ । ତାଙ୍କ ଶାସନକାଳରେ ରାଷ୍ଟ୍ରରେ ସୁଶାସନ ପ୍ରତିଷ୍ଠା ହୋଇଥିଲା । ଭାରତ ତଥାଓଡିଶାର ସବୁ କ୍ଷେତ୍ରରେ ବିକାଶର ଶୁଭାରମ୍ଭ ହୋଇଥିଲା । ଯେଉଁଥିପାଇଁ ତାଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ପାଳନ କରାଯାଉଅଛିା ସ୍ୱର୍ଣ୍ଣ ଚତୁର୍ଭୁଜ ସଂଯୋଗୀକରଣ, ରାଜପଥ ନିର୍ମାଣ, ଅପହଁଚ ଇଲାକା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଓ ଗରୀବ ଚାଷୀଙ୍କ ପାଇଁବହୁ ଜନହୀତକର ଯୋଜନା ପ୍ରଣୟନ କରି ଦେଶକୁ ବିକାଶମୁଖୀ ଆଡକୁ ଆଗେଇ ନେଇଥିଲେ । ତାଙ୍କ ନୀତି, ଆଦର୍ଶକୁ ଓ କାର୍ଯ୍ୟଶୈଳୀକୁଅନୁଶରଣ କରି ବର୍ତମାନର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଦେଶକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବା ପାଇଁଯାଉଛନ୍ତି ବୋଲି ଉପସ୍ଥିତ ଜନସାଧାରଣ ଓ କାର୍ଯ୍ୟକର୍ତାଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ଢେଙ୍କାନାଳ ନଗରର ଶତାଧିକଗରିବ ମହିଳା ଓ ଲୋକମାନଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସଦର ବ୍ଲକ୍ ଭାରପ୍ରାପ୍ତଅଧ୍ୟକ୍ଷ କାଳନ୍ଦୀ ଚରଣ ବାରିକ୍‌, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ପୂର୍ବତନ ରାଜ୍ୟ ସମବାୟବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ବରିଷ୍ଠ ନେତା ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଜପେୟୀଙ୍କସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ପୂର୍ବତନ ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସଂପାଦକସୁନିଲ୍ ଶର୍ମା, ଜଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସନ୍ତୋଷ କୁମାର ରାଉତ, ସାଂସଦଙ୍କ ପୌରାଂଚଳ ପ୍ରତିନିଧି ରୁଦ୍ରନାରାୟଣ ତ୍ରିପାଠୀ, ମନ୍ତ୍ରୀଙ୍କ ଯୋଗାଣ ବିଭାଗ ପ୍ରତିନିଧି ନିରୋଦ କୁମାର ସାହୁ, ମନ୍ତ୍ରୀଙ୍କ ସଦର ବ୍ଲକ୍ ପ୍ରତିନିଧି ଜ୍ଞାନରଞ୍ଜନ ନାୟକ ସମେତ ଶତାଧିକ କାର୍ଯ୍ୟକର୍ତା ଓ ମହିଳା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × one =