ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ଦ୍ୱାରା ନୂତନ ସ୍ୱେଚ୍ଛାସେବୀ ବିଦ୍ୟାର୍ଥୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଶାଖା ନୂତନ ଭାବେ ଜାତୀୟ ସେବାଯୋଜନା ରେ ଯୋଗଦେଇଥିବା ବିଦ୍ୟାର୍ଥୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଜାତୀୟ ସେବା ଯୋଜନାର ଆଭିମୁଖ୍ୟ ସହ ପରିଚୟକରଣ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ନୂତନ ପାଠଚକ୍ର କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସକାଳ ସମୟରେ ଜଗତର ନାଥ ଜଗନ୍ନାଥଙ୍କ ପାଦପଦ୍ମରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ବରିଷ୍ଠ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ
ଲିଟୁ ଦେହୁରୀ ମଂଚ ପରିଚାଳନା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହାପରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା
ଅତିଥିମାନଙ୍କୁ ଚାରାଗଛ ଓ ଉତରୀୟ ଦେଇ ସମ୍ମାନିତ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର. ଚିତରଞ୍ଜନ ସାହୁ ସଭାକୁ ଅଧ୍ୟକ୍ଷତା କରିଥିଲେ ଏବଂ ସ୍ୱାଗତ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଡ଼ଃ ଗିରିଶ ପ୍ରସାଦ ସ୍ୱାଇଁଯୋଗ ଦେଇଥିଲେ । ସେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ନେତୃତ୍ୱ, ବ୍ୟକ୍ତିତ୍ୱ ଉନ୍ନତି ଏବଂ ସମାଜସେବା ବିଷୟରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମର ସମ୍ମାନନୀୟ ଅତିଥି ଭାବରେ ଡ଼ଃ ଅମୃତ ସେଠ ଏବଂ ଡ଼ଃ ଭୁପେଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ । ଏହି ସମାରୋହରେଡ଼ଃ ସଞ୍ଜୀତ କୁମାର ମହାପାତ୍ର, ଲେଫ୍ଟନାଂଟ୍ ପ୍ରକାଶ କୁମାର ସାହୁ, ଡ଼ଃ ଅଦ୍ୱୈତ ସାହୁ ଏବଂ ଶ୍ରୀମତୀ ବିଦୁଷୀ ମଧୁସ୍ମିତା ଯୋଗଦେଇଅତିଥି ବ୍ୟକ୍ତିବର୍ଗ ଭାବରେ ଅସ୍ତିତ୍ୱ ଦର୍ଶାଇଥିଲେ । ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ରବର୍ଟଉଇଲସନ୍ ଭତ୍ରା ଏନ୍‌ଏସ୍‌ଏସ୍ ର ଇତିହାସ, ଦୃଷ୍ଟିକୋଣ ଏବଂ ଲକ୍ଷ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହାପରେ ସ୍ୱେଚ୍ଛାସେବୀମାନେ ମଧ୍ୟାହ୍ନ ଭୋଜନ ଗ୍ରହଣକରିଥିଲେ । ଦ୍ୱିତୀୟ ଅଧିବେଶନରେ ବରିଷ୍ଠ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ଅନୁପମ ସିଂଙ୍କ ଦ୍ୱାରା ଏନ୍‌ଏସ୍‌ଏସର
ବାର୍ଷିକ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ପଠନ କରାଯାଇଥିଲା ଓ ଏନ୍‌ଏସ୍‌ଏସ୍‌ର ପୂର୍ବ କାର୍ଯ୍ୟକ୍ରମର ପ୍ରସ୍ତୁତ ଏକ ଭିଡିଓ ପ୍ରଦର୍ଶନ
କରାଯାଇଥିଲା । ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ “ଡିଜିଟାଲ ଆରେଷ୍ଟ\’\’ ସମ୍ପର୍କରେ ଏକ କର୍ମଶାଳା ଆୟୋଜିତ ହୋଇଥଲା । ସମସ୍ତେଏହି କାର୍ଯ୍ୟକ୍ରମରେ ଉତ୍ସାହିତ ହୋଇ ଅଂଶଗ୍ରହଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଏକକ ଅଭିନୟକୁ ଆଧାର କରି ଏକ କ୍ରୀଡା ପ୍ରତିଯୋଗୀତା କରାଯାଇଥିଲା । ପରିଶେଷରେ ସମସ୍ତ ଅତିଥି, କାର୍ଯ୍ୟକ୍ରମ ଅଧିକାରୀ ଓ ନୂତନ ଭାବେ ଯୋଗ ଦେଇଥିବା ସ୍ୱେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରାଯାଇଥିଲା

Leave A Reply

Your email address will not be published.

four × 2 =