ହିନ୍ଦୋଳର ସରକାରୀ ଉଚ୍ଚବିଦ୍ୟାଳୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢ଼େଙ୍କାନାଳ: ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ, ଶିକ୍ଷାଗ୍ରହଣରେ ଆଗ୍ରହ ବଢାଇବା ସହ ମନୋବଳ ବୃଦ୍ଧିପାଇଁ ସରକାର ବହୁ ଆଗରୁ ଉଦ୍ୟମ କରି ଆସୁଛନ୍ତି । ଏହି ପରିପେକ୍ଷୀରେ ଢେ଼ଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ସର୍ବପୁରାତନ ହିନ୍ଦୋଳ ଉଚ୍ଚବିଦ୍ୟାଳୟ ଠାରେ ଶୁକ୍ରବାର ଦିନ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ଜୋତା ଇତ୍ୟାଦି ବଣ୍ଟନ କରାଯାଇ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୋଳ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପୃଷ୍ଟି ସଭାପତିତ୍ୱ କରିଥିବାବେଳେ ବିଦ୍ୟାଳୟର ଏସଏମସି କାର୍ଯ୍ୟକାରି ସଭାପତି ଶେଷଦେବ ସାହୁ,ଉପସଭାପତି ରଶ୍ମିତା ବେହେରା,ସମାଜସେବୀ ଶ୍ରୀକାନ୍ତ ବେହେରା, ଏସ୍ ଏମ୍ ସି ମେମ୍ବର ଶୁଭ୍ରାଂଶୁ ମୋହନ ସାମନ୍ତ ଏବଂ ପାରିକୁଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୁଖ ଯୋଗଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଏହି ଶତାୟୁ ବିଦ୍ୟାଳୟଟି ବହୁ ମେଧାବୀ ଛାତ୍ରଛାତ୍ରୀ ଗଠନ କରିବା ସହ ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଗୌରବବୃଦ୍ଧି କରିଛି ଏବଂ ସରକାରଙ୍କ ପୋଷାକବିତରଣ କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

3 × two =