କଙ୍କା ଗ୍ରାମରେ ଅନୁଷ୍ଠିତ ୩୨ତମ ଶାରଦୀୟ ଦୁର୍ଗାପୂଜା !

ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ଗଁଦିଆ ବ୍ଲକ ଅନ୍ତର୍ଗତ କଙ୍କା ଗ୍ରାମରେ ଅନୁଷ୍ଠିତ ୩୨ତମ ଚଳିତ ଶାରଦୀୟ ଦୁର୍ଗାପୂଜାର ମହାନବମୀରେ ମୁଖ୍ୟ ଅତିଥି ଭାବେ ଯୋଗେ ଦେଲେ ଢେଙ୍କାନାଳ ପୌରପାଳିକାର ପୌରଧ୍ୟକ୍ଷ୍ୟା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା l ପୌରଧ୍ୟକ୍ଷ୍ୟା ଙ୍କୁ କଙ୍କା ଜୟ ମାଆ ଦୁର୍ଗାପୂଜା କମିଟି ତରଫରୁ କର୍ତ୍ତା ଜଗନ୍ନାଥ ମହାମାନସିଂଙ୍କ ସହ ଧର୍ମିଣୀ ଶ୍ରୀମତୀ ମମତା ମହାମାନସିଂ ଉପଢୌକନ ଦେଇ ସ୍ୱାଗତ କରିଥିଲେ,ମୁଖ୍ୟ ପୁରୋଧା ଶ୍ରୀଯୁକ୍ତ ବଳରାମ ଦାସ ଓ ସାନନନା ସ୍ମୃତିରଞ୍ଜନ ଦାସ ପୌରଧ୍ୟକ୍ଷ୍ୟାଙ୍କ ପାଇଁ ପୂଜାର୍ଚ୍ଚନା କରିଥିଲେ l ପୌରଧ୍ୟକ୍ଷ୍ୟା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଦର୍ଶନ କରି ସାରିବା ପରେ ପୂଜା କମିଟିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ଶରତ ସ୍ତମ୍ଭ, ଗ୍ରାମ ସଭାପତି ଶ୍ରୀଯୁକ୍ତ ବିରଞ୍ଚି ଇନ୍ଦ୍ରଜିତସିଂ, ମଦନ ବଳିୟାରସିଂ, ଭରତ ପରିଡାଙ୍କ ବ୍ୟତୀତ ଗ୍ରାମ ତଥା ପୂଜା କମିଟିର ଅନେକ ବୟୋଜ୍ୟେଷ୍ଠ କନିଷ୍ଠ ସଦସ୍ୟ ମାନଙ୍କ ଗହଣରେ କିଛି ସମୟ ବିତାଇଥିଲେ l ପରିଶେଷରେ ଆଖ ପାଖ ପଡୋଶୀ ଗ୍ରାମରୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ଗହଣରେ ମିଶି ମାଆଙ୍କୁ ଦର୍ଶନ କରିବା ସହ ଭାବର ଆଦାନ ପ୍ରଦାନ କଲେ, ତତ ସହିତ କିଛି ସମୟ ପରେ ମହାମାୟାଙ୍କ ମହାନବମୀରେ ସାନ୍ଧ୍ୟକାଳୀନ ଆଳତୀ ମହା ଆନନ୍ଦ ଉଲ୍ଲାସର ସହ ସମାପନ ହୋଇଥିଲା l

Leave A Reply

Your email address will not be published.

twenty + seven =