ଅହମଦିୟା ଜାମେ ମସଜିଦ ଗୁଣ୍ଡିଚାପଡ଼ା ଠାରେ ହଜରତ ମୁହମ୍ମଦ ଙ୍କ ସ୍ମୃତି ସଭା ଅନୁଷ୍ଠିତ !

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ଅହମଦିୟା ମୁସଲିମ ଜାମେ ମସଜିଦ ଠାରେ ସୋମବାର ଦିନ ଇସଲାମ ଧର୍ମର ସଂସ୍ଥାପକ ହଜରତ ମୁହମ୍ମଦ ଙ୍କ ସ୍ମୃତିରେ ଏକ ଧର୍ମ ସଭା ଅନୁଷ୍ଠିତ ହୋଇ ଯାଇଅଛି।ଏହି ଧର୍ମ ସଭାରେ ଅହମଦିୟା ମୁସଲିମ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲ୍ଲୀ ଖାଁ ପୌରହିତ୍ୟ କରିଥିଲେ। ଶେଖ ତନୱିର କୋରାନ ପାଠ କରିଥିବା ବେଳେ ରମଜାନ ବକ୍ସ ତଥା ମଶହୁଦ ଅହମଦ (ନଜମ) କବିତା ପରିବେଷଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ମୌଲବୀ ମୁଜଫର ଖାଁ ଏବଂ ମୌଲବୀ ଲିଆକତ ଅଲ୍ଲୀ ହଜରତ ମୁହମ୍ମଦ ପୈଗମ୍ବର ଙ୍କ ଜୀବନ ଚରିତ୍ର ଉପରେ ଆଲୋକପାତ କରିଥିଲେ।ନିଜ ଅଭିଭାଷଣରେ ବକ୍ତା ମାନେ ପୈଗମ୍ବର ହଜରତ ମୁହମ୍ମଦ ଙ୍କ ଜୀବନ ଚରିତ୍ର ଉପରେ ବିସ୍ତାର ପୁର୍ବକ ଆଲୋଚନା କରିଥିଲେ।ସଭାପତି ନିଜ ଭାଷଣରେ ହଜରତ ମୁହମ୍ମଦ ଙ୍କ ଧୈର୍ଯ୍ୟ,ସହନଶୀଳତା ତଥା ପରୋପକାରିତା ର ଅନେକ ଘଟଣା ଗୁଡ଼ିକ ବର୍ଣନା କରି ମହାମାନବଙ୍କ ଏହି ଆଦର୍ଶ କୁ ଆପଣାଇବା ପାଇଁ ଆହ୍ୱାନ କରିଥିଲେ।ଏହି ଅବସରରେ ଅୟୁବ ଖାଁ, ସଲିମ ଉଦ୍ଦିନ ଖାଁ, ଶେଖ ବଶିର, ମହି ଉଦ୍ଦିନ ଖାଁ,ଶେଖ ଜହୀର, ଭାରତୀୟ ସେନାର ପୁର୍ବ ଜବାନ ତୋରାବ ଖାଁ, ଅବସରପ୍ରାପ୍ତ ପୋଲିସ ନିରିକ୍ଷକ ଫର୍ଜୁଲା ଖାଁ , ମହମୁଦ ଖାଁ, ଆସିଫ ଅଲ୍ଲୀ ସୁଲେମାନ, ଅବଦୁଲ ବାରି ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.

eight + 20 =