ଜିଲ୍ଲା ସ୍ତରୀୟ “ମୋ ଢେଙ୍କାନାଳ” ମହୋତ୍ସବ ଉଦ୍‌ଘାଟିତ !

ଗୁରୁଦେବଜୀ ଫାଉଣ୍ଡେସନ୍ ପକ୍ଷରୁ ମୋ ଢେଙ୍କାନାଳ ଚ୍ୟାନେଲ୍‌ର ୬ଷ୍ଠ ପ୍ରତିଷ୍ଠା ଦିବସ ପାଳିତ

ଢେଙ୍କାନାଳ: ଢେଙ୍କାନାଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ଏବଂ ମୋ ଢେଙ୍କାନାଳ ଚ୍ୟାନେଲ ପକ୍ଷରୁ ମୋଢେଙ୍କାନାଳ ଡିଜିଟାଲ ଚ୍ୟାନେଲର ୬ଷ୍ଠ ପ୍ରତିଷ୍ଠା ଦିବସ ଜିଲ୍ଲା ସ୍ତରରେ ଉଦ୍‌ଘାଟିତ ହୋଇଯାଇଅଛି । ପ୍ରଥମ ଅଧିବେଶନ ତଥା ଉଦ୍‌ଘାଟନୀ ଉତ୍ସବରେମୁଖ୍ୟ ଅତିଥି ଭାବେ ନଗରପାଳ ଶ୍ରୀମତୀ ଜୟନ୍ତୀ ପାତ୍ର, ସମ୍ମାନିତ ଅତିଥି ଭାବେ ସମାଜସେବୀ ହର୍ଷବର୍ଦ୍ଧନ ସିଂହଦେଓ, ସମାଜସେବୀ ଅକ୍ଷୟ ମହାନ୍ତିପ୍ରମୁଖ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ପରେ ବିଭିନ୍ନ ବର୍ଗରେ ଚିତ୍ରାଙ୍କନ, ବକ୍ତୃତା, ନୃତ୍ୟ,ସଙ୍ଗୀତ, ଅଭିନୟ ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ଅଧିବେଶନ ତଥା ପୁରସ୍କାର ବିତରଣ ଓ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ, ସମ୍ମାନିତ ଅତିଥିଭାବେ ସରକାରୀ ମହିଳା ମହାବିଦ୍ୟାଳ ଅଧ୍ୟକ୍ଷା ଶକୁନ୍ତଳା ଜେନା, ସମାଜସେବୀ ରାଜନାରାୟଣ ତ୍ରିପାଠୀ, ଡଃ. ରଜନୀକାନ୍ତ ତରାଇ, ସାଂଧ୍ୟମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ସମୀର କୁମାର ସାହୁ ପ୍ରମୁଖ ଯୋଗଦାନ କରି ଅନୁଷ୍ଠାନ ପକ୍ଷରୁ ପ୍ରତ୍ୟେକ ବ୍ଲକ୍‌ରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବାଅନ୍ତର୍ନିହୀତ ପ୍ରତିଭାକୁ ଆଗକୁ ନେବା ପାଇଁ ପ୍ରତିଯୋଗିତା ଆୟୋଜନ କରିବା ସହ ଜିଲ୍ଲା ସ୍ତରରେ ପ୍ରତିଯୋଗିତା କରି କୃତି ପ୍ରତିଯୋଗୀମାନଙ୍କୁପୁରସ୍କାର କରୁଥିବାରୁ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ. ସୌମ୍ୟବ୍ରତ ସାହୁ ଓ ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଦେବା ସହ ଉଚ୍ଚ ପ୍ରଶଂସା କରିଥିଲେ ।ଏହିଅବସରରେ ଶିକ୍ଷା କ୍ଷେତ୍ରରେ ଅଧ୍ୟାପିକା ଦୀପ୍ତିବାଳା ମିଶ୍ର, ସାହିତ୍ୟ କ୍ଷେତ୍ରରେ ସସ୍ମିତା ଦାସ, ଆଦର୍ଶ ଶିକ୍ଷକ ଅମିତ୍ କୁମାର ମିଶ୍ର, କ୍ରୀଡା କ୍ଷେତ୍ରରେବିଦ୍ୟୁସ୍ମିତା ଭୋଇ, ଶିଶୁ ନୃତ୍ୟଶିଳ୍ପୀ ସୁରେଶ୍ୱରୀ ହୋତାଙ୍କୁ ମୋ ଢେଙ୍କାନାଳ ଚ୍ୟାନେଲ୍‌ର ୬ଷ୍ଠ ବାର୍ଷିକୋତ୍ସବ ତଥା ମୋ ଢେଙ୍କାନାଳ ମହୋତ୍ସବଅବସରରେ ଅତିଥିମାନେ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଜିଲ୍ଲାସ୍ତରୀୟ ପ୍ରଥମ ଦିନର ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେପୁରସ୍କାର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ପ୍ରତିଷ୍ଠାତା ଇଂ. ସୌମ୍ୟବ୍ରତ ସାହୁ ଅଧ୍ୟକ୍ଷତା କରିଥିବାବେଳେ ଅନୁଷ୍ଠାନର ଉପଦେଷ୍ଟା ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ବିଚାରକ ଭାବେ ପରେଶ ଚନ୍ଦ୍ର ପଟ୍ଟନାୟକ, ଶତ୍ରୁଘନ ମାଟି, ଶିବାନୀ ନନ୍ଦ, ହିମାଂଶୁ ବ୍ରହ୍ମ,ଦୀପାଞ୍ଜନା କର, ଅର୍ପିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତାଗୁଡିକୁ ମୂଲ୍ୟାଙ୍କନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଜୟ କୁମାର ମିଶ୍ର, ଇନ୍ଦ୍ରଜିତ୍‌ସାହୁ, ମମତା ମାହୁଁନ୍ତ, କାହ୍ନାଜୀ ମହାରଣା, ସତ୍ୟଜିତ୍ ଘଡେଇ, ପ୍ରତାପ ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

eleven + 2 =