ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ -୨୦୨୪ ପାଳନ !

ଢେଙ୍କାନାଳ: ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ବାଳ ଙ୍କ ନିର୍ଦ୍ଦେଶନା ଓ ମାର୍ଗଦର୍ଶନରେ ସ୍ବଚ୍ଛତା ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ସ୍ୱାଗତିକା ରଥ,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ଦୀପ୍ତିଶ୍ କୁମାର ଶତପଥୀଙ୍କ ମିଳିତ ପ୍ରଚେଷ୍ଟାରେ ସମସ୍ତଙ୍କର ସହଯୋଗରେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୪ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ) ଜୁନିୟର ସ୍ଵୀୟ ବାର୍ତ୍ତାରେ ଭାରତରେ ସ୍ୱଚ୍ଛତା ପକ୍ଷ -୨୦୨୪ ପାଳନର ଆବଶ୍ୟକତା ଓ ଏହାର ସୁଦୂରପ୍ରସାରୀ ପ୍ରଭାବ ରହିଥିବାରୁ ସମସ୍ତେ ସ୍ବଚ୍ଛତାକୁ ଗୁରୁତ୍ୱ ଦେବା ଦରକାର ବୋଲି ଦୃଢ଼ ମତପ୍ରକାଶ କରିଥିଲେ। ଏହି ଅବସରରେ ପ୍ରତ୍ୟେକ ଦିନ ସ୍ୱଚ୍ଛତା ଶପଥ, ସାମାଜିକ ଗଣମାଧ୍ୟମରେ ଓ ୱେବ୍ ସାଇଟରେ ଦୃଶ୍ୟ- ଶ୍ରାବ୍ୟ ମାଧ୍ୟମ ବ୍ୟବହାର କରି କୋଭିଡ୍ -୧୯ ଜନ ସଚେତନତାର ପ୍ରଚାର ପ୍ରସାର, ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ – ଶିକ୍ଷକ ବୈଠକ ମାଧ୍ୟମରେ ସ୍ବଚ୍ଛତା କାର୍ଯକାରୀ ଯୋଜନା ଫର୍ଦ୍ଦ ପ୍ରସ୍ତୁତି,ଅବସରରେ ସ୍ୱଚ୍ଛତା ବିଷୟବସ୍ତୁ ଆଧାରିତ ପ୍ଲାକାର୍ଡ ଧରି ଏକ ଶୋଭାଯାତ୍ରା,ରାଲି, ସ୍ବଚ୍ଛତା ସମ୍ପର୍କରେ ସେମିନାର,ପ୍ରବନ୍ଧ,କବିତା ଲିଖନ,ସ୍ଲୋଗାନ୍,ଡ୍ରଇଂ , ପେଣ୍ଟିଂ ଓ ପୋଷ୍ଟର ,ଡଷ୍ଟବିନ ପ୍ରସ୍ତୁତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତା ଗୁଡ଼ିକରେ କ୍ରମାନ୍ୱୟରେ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାରୁ ପ୍ରାର୍ଥନା ସଭାରେ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ରନିଙ୍ଗ ମେମେଣ୍ଟୋ ସବୁକୁ ପ୍ରଦାନ ପୂର୍ବକ ବରିଷ୍ଠ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପର୍ଯ୍ୟାୟ କ୍ରମେ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ପରିଚାଳନା କମିଟି ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ବାଇଁ, ଅନ୍ୟତମ ସଦସ୍ୟ , ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ବିଦ୍ୟାଳୟରେ କରି ଯୋଗଦାନ କରି ଏହି ସ୍ୱଚ୍ଛତା ପକ୍ଷ -୨୦୨୪ ପାଳନ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ପାଳନ ବର୍ଷ ଉପଲକ୍ଷେ ଦୀର୍ଘ ପନ୍ଦର ଦିନ ବ୍ୟାପୀ ସ୍ୱଚ୍ଛତା ପକ୍ଷ -୨୦୨୪ କାର୍ଯ୍ୟକ୍ରମର ସଫଳ ପାଳନ ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଡା.ଦେବୀ ପ୍ରସାଦ ମିଶ୍ର ପ୍ରାର୍ଥନା ସଭାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.

20 − 11 =