କେ.ଟି. ଗ୍ଲୋବାଲ ସ୍କୁଲ୍ ପକ୍ଷରୁ ଶିକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ !

ଢ଼େଙ୍କାନାଳ: ସନ୍ଧ୍ୟା ୭ ଘଟିକା ସମୟରେ କେ.ଟି. ଗ୍ଲୋବାଲ ସ୍କୁଲ୍,ଭୁବନେଶ୍ୱର ତରଫରୁ ଏକ ଶିକ୍ଷା ଆଲୋଚନା ଚକ୍ର ସ୍ଥାନୀୟ ଆର୍.କେ.ରେଜେନ୍ସି ହୋଟେଲ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି।ଏଥିରେ ଅନୁଷ୍ଠାନ ର ଚେୟାରମ୍ୟାନ ଅରୁଣ ପ୍ରସାଦ , ଉପ ସଭାପତି ଶ୍ରୀନିବାସ ଦାସ୍, ସିନିୟର୍ ମ୍ୟାନେଜର୍ ନିହାରକାନ୍ତ ପାତ୍ର, କେ.ଟି ସ୍କୁଲ୍ କାଉନସିଲିଂ ଅଫିସର୍ ଶୁଭଶ୍ରୀ ମ୍ୟାଡମ୍, ଜିଲ୍ଲା ସଂଯୋଜକ ନୁରୁଲ୍ ଇସଲାମ୍ ପ୍ରମୁଖ ଉପସ୍ଥିତ ରହି ପିଲା ମାନଙ୍କ ଉପରେ ଲଦି ଦିଆ ଯାଉଥିବା ଆଜିର ଶିକ୍ଷା ପଦ୍ଧତି ଓ ଆଜିର ପରିସ୍ଥିତରେ ପିଲାଙ୍କ ଆବଶ୍ୟକ ଶିକ୍ଷା ପଦ୍ଧତି ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଢେଙ୍କାନାଳ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ବ ଯଥା, ଅବସର ପ୍ରାପ୍ତ ବିଚାରପତି ଭିକାରୀ ଚରଣ ରାଉତ୍,ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ପ୍ରଦ୍ୟୁମ୍ନ ରଥ, ସମାଜସେବୀ ରୋଟରିଆନ୍ ବିରଞ୍ଚି ନାରାୟଣ ପାଣି, ସମାଜସେବୀ ତଥା ରୋଟାରୀଆନ୍ ରାଜକିଶୋର ବେହେରା, ସମାଜସେବୀ ସରୋଜ ଶତପଥୀ, ସମାଜସେବୀ ବିଶ୍ଵନାଥ ବେହେରା,ବିଶିଷ୍ଟ ଶିକ୍ଷାବିତ୍ ଦେବୀ ପ୍ରସାଦ ମିଶ୍ର, ଡ.ନିରଦ କୁମାର୍ ରାଉତ୍, ଆଡଭୋକେଟ୍ ଦିଲୀପ କୁମାର୍ ମଲ୍ଲିକ, ସମାଜସେବୀ ସୁରେନ୍ଦ୍ର କୁମାର୍ ଦଳେଇ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ ଖୁର୍ଶିଦା ବେଗମ୍, ସମାଜସେବୀ ସ୍ମିତାରାଣି ସାମଲ, ରୁମିନା ବେଗମ୍, ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ ଯଥା ଆଶିଷ କୁମାର୍ ମିଶ୍ର, ପର୍ଶୁରାମ ମହାଭୋଇ, ଆଡଭୋକେଟ୍ ଦୀପକ ପଟ୍ଟନାୟକ, ହିମାଂଶୁ ହୋତା, ସଞ୍ଜୟ ନାୟକ, ମଧୁସ୍ମିତା ମହାରଣା, ସାଦମା ନାଜ୍, ବଳରାମ୍ ଖୁଣ୍ଟିଆ ପ୍ରମୁଖ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶିକ୍ଷା ର ସୁଧାର ଉପରେ ନିଜର ମତାମତ ଦେଇଥିଲେ ଶେଷରେ ଅନୁଷ୍ଠାନର ଚେୟାରମ୍ୟାନ୍ ଶ୍ରୀ ଅରୁଣ ପ୍ରସାଦ୍ ପ୍ରୋଜେକ୍ଟର୍ ମାଧ୍ୟମରେ କେ.ଟି.ଗ୍ଲୋବାଲ ସ୍କୁଲ୍ କିପରି ଭାବରେ ପିଲା ମାନଙ୍କୁ କେବଳ ପୁସ୍ତକଗତ ଶିକ୍ଷା ନ ଦେଇ ପ୍ରତିଟି କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିବ ସେ ଶିକ୍ଷା ପ୍ରଦାନ କରୁଅଛି ତାହା ଉପରେ ଆଲୋକପାତ କରିଥିଲେ।ଜିଲ୍ଲା ସଂଯୋଜକ ନୁରୁଲ ଇସଲାମ୍ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଉପ ସଭାପତି ଶ୍ରୀନିବାସ ଦାସ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave A Reply

Your email address will not be published.

3 × 5 =