ଯାତାୟତ ପାଇଁ ଜନତା ହୀନସ୍ଥା : ସମାଧାନ ପାଇଁ ପ୍ରଶାସନକୁ ଗୁହାରି କଲେ ସାହି ବାସିନ୍ଦା !

ଢ଼େଙ୍କାନାଳ: ଲୋକମାନଙ୍କର ଯାତାୟତର ସୁବିଧା ପାଇଁ ରାସ୍ତା ନିର୍ମାଣ ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ତାହା କାର୍ଯ୍ୟକାରୀ ନହୋଇ ବାଟମାରଣା ହେଉଛି। ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଅନେକ ଗାଆଁ ରହିଛି ଯେଉଁଠିକି ଭଲରେ ରାସ୍ତା ଟିଏ ମଧ୍ୟ ଯାଇନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହିନ୍ଦୋଳ ବ୍ଲକ୍ ଗଣ୍ଡାନାଳୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଈଶ୍ବରାପାଳ ଗ୍ରାମର ବାଲି ସାହି। ବାଲି ସାହିକୁ ଭଲ ରାସ୍ତା ଟିଏ ନଥିବାରୁ ଲୋକମାନେ ଚଳପ୍ରଚଳ କରିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଯେଉଁ ଚଲା ରାସ୍ତା ଟିଏ ଅଛି ତାହା ବର୍ଷାଦିନରେ ଏମିତି କାଦୁଅ ପଚ ପଚ ହୁଏ ଯେ ସେଇକଥା ନକହିବା ଭଲ। ବର୍ଷାଦିନ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ସେହି ରାସ୍ତାରେ ସ୍କୁଲ୍ କଲେଜ୍ ଯିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାହିକୁ ଆମ୍ବୁଲାନ୍ସ ଟିଏ ମଧ୍ୟ ଆସିପାରେ ନାହିଁ। ଯାହାଫଳରେ ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ରାସ୍ତା ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।

Leave A Reply

Your email address will not be published.

eleven + twelve =