ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ହିନ୍ଦୋଳ ପୌର ପରିଷଦର ନେତୃବୃନ୍ଦଙ୍କୁ ଭେଟି ଦଳର ସଙ୍ଗଠନ ବିଷୟରେ ଆଲୋଚନା କଲେ ନବୀନ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀର ହିନ୍ଦୋଳ ଏନଏସି ଅଧ୍ୟକ୍ଷ, ଉପାଧ୍ୟାକ୍ଷା, ସମସ୍ତ କାଉନସିଲର, ଦଳୀୟ କାର୍ଯ୍ୟକର୍ତ୍ତା ମାନେ ଭେଟିଛନ୍ତି ନବୀନ ପଟ୍ଟନାୟକଙ୍କୁ!ହିନ୍ଦୋଳ ନିର୍ବାଚନମଣ୍ଡଳୀ ବିଜେଡିର ନେତା ବିଧାୟକ ପ୍ରାର୍ଥୀ ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ହିନ୍ଦୋଳ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ସହଯୋଗରେ ଓ ଉପାଧ୍ୟାକ୍ଷା ପ୍ରତିମା ରାଉତଙ୍କ ସଂଯୋଜନାରେ ହିନ୍ଦୋଳ ଏନଏସି ବିଜେଡି କାଉନସିଲର ସୌମିତ୍ର ବେହେରା(ୱାର୍ଡ-୧), ସୁଶାନ୍ତ ନାୟକ(ୱାର୍ଡ-୨), ରୁଦ୍ରନାରାୟଣ ଦାସ(ୱାର୍ଡ-୮), ବନିତା ଦାସ(ୱାର୍ଡ-୩), ରିତାରାଣୀ ବେହେରା(ୱାର୍ଡ-୪), ବିଷ୍ଣୁପ୍ରିୟା ନାଏକ(ୱାର୍ଡ-୭), ଶୁଭଲଷ୍ମୀ ଦେହୁରୀ(ୱାର୍ଡ-୧୧), ସୁମତି ଦେହୁରୀ(ୱାର୍ଡ-୧୪), ଅନୁପମା ସାହୁ (ୱାର୍ଡ-୧୫), ବିଜୟ ପ୍ରଧାନ(ୱାର୍ଡ-୧୬), ରାଜ୍ୟ ଯୁବବିଜେଡି ସମ୍ପାଦକ ଦେବୀପ୍ରସାଦ ପଟ୍ଟନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ,ଢେଙ୍କାନାଳ ଜିଲ୍ଲାବିଜେଡି ସମ୍ପାଦକ ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା, ଜିଲ୍ଲାଯୁବବିଜେଡି ସମ୍ପାଦକ ପ୍ରଶାନ୍ତ ଦାସ,ହିନ୍ଦୋଳ ବିଜେଡି ବରିଷ୍ଠ ନେତା ବିଜୟ ବେହେରା,ଚିନ୍ମୟ ଦାସ(ପାପୁ),ଶ୍ରୀକାନ୍ତ ମହାପାତ୍ର, କୈଳାଶ ବେହେରା, ଶୁଭେନ୍ଦୁ ଦାସ, ରମେଶ ସାହୁ,ଦେବାର୍ଚ୍ଚନ ଦେହୁରୀ, ପୂର୍ଣ୍ଣଚନ୍ଦ୍ର ନାଠି ପ୍ରମୁଖ ନବୀନନିବାସ ଯାଇ ଗତକାଲି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ!ନିର୍ବାଚନପରେ ଏନଏସି କାର୍ଯ୍ୟକର୍ତାଙ୍କ ଏହା ପ୍ରଥମ ସାକ୍ଷାତ ଏବଂ ଏହି ଅବସରରେ ଦଳ ସଭାପତି ନବୀନବାବୁ ସମସ୍ତେ ଏକଜୁଟ ହୋଇ ଜନସାଧାରଣଙ୍କ ପାଇଁ ଓ ଦଳ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ!ନବୀନ ପଟ୍ଟନାୟକଙ୍କୁ ଭେଟିବାପରେ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ମହଲରେ ଉତ୍ସlହ ବଢିଯାଇଛି!ଏହି ଅବସରରେ ଏନଏସି ଅଧ୍ୟକ୍ଷ କେଶବ ପ୍ରଧାନ, ଉପାଧ୍ୟାକ୍ଷା ପ୍ରତିମା ରାଉତ କହିଥିଲେ ହିନ୍ଦୋଳ ତଥା ଅଭିବକ୍ତ ଢେଙ୍କାନାଳଅନୁଗୋଳର ଲୋକପ୍ରିୟ ନେତା ଶ୍ରୀ ମହେଶ ସାହୁଙ୍କ ଦୃଢ଼ ନେତୃତ୍ୱରେ ସମସ୍ତ ବିଜେଡି କାଉନସିଲର, କାର୍ଯ୍ୟକର୍ତା ଓ କର୍ମୀମାନେ ଆଗକୁ ହିନ୍ଦୋଳରେ ସମସ୍ତେ କାର୍ଯ୍ୟ କରିବାକୁ ପ୍ରତିଶୃତିବଦ୍ଧ ଅଛନ୍ତି ଯେହେତୁ ସମସ୍ତେ କେବଳ ନବୀନଙ୍କ ଆଶ୍ରିବାଦରେ ବିଜେଡି ଟିକେଟରେ ନିର୍ବାଚିତ ହୋଇଛନ୍ତି ଏବଂ ଅନ୍ୟଦଳ ଓ ସେମାନଙ୍କ ନେତା ଯଦି ଭାବୁଥାନ୍ତି ନିର୍ବାଚନପରେ ଏନଏସି ଅଧ୍ୟକ୍ଷ, ଉପାଧ୍ୟାକ୍ଷା,ଦଳୀୟ କାଉନସିଲର, କାର୍ଯ୍ୟକର୍ତ୍ତା ମନପରିବର୍ତ୍ତନ କରିବେ ଏହା ତାଙ୍କର ସ୍ବପ୍ନ ଓ ଭୁଲ ଆମେ ସମସ୍ତେ ଏକ ଅଛୁ ଓ ନବୀନବାବୁ ମହେଶ ସାହୁଙ୍କ ନେତୃତ୍ୱରେ ଅଛୁ ବୋଲି ସମସ୍ତେ କହିଥିଲେ !!

Leave A Reply

Your email address will not be published.

15 + eight =